ଘର ଭିତରେ ପଶି ଛାତ୍ରୀଙ୍କ ବହିପତ୍ର ଜାଳି ହତ୍ୟା ଧମକ ଦେଲେ ଦୁର୍ବୃତ୍ତ

Advertisment
ଘର ଭିତରେ ପଶି ଛାତ୍ରୀଙ୍କ ବହିପତ୍ର ଜାଳି ହତ୍ୟା ଧମକ ଦେଲେ ଦୁର୍ବୃତ୍ତ

ରାୟଗଡ଼ା: ରାୟଗଡ଼ା ଚାନ୍ଦିଲି ଥାନା ଅନ୍ତର୍ଗତ ସିଙ୍ଗାପୁର ରୋଡ୍‌ ଅଞ୍ଚଳରେ ତିନିଜଣ ଦୁର୍ବୃତ୍ତ ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କ ବହିପତ୍ର ପୋଡ଼ି ଦେବା ସହ ଛୁରା ଦେଖାଇ ଜୀବନରୁ ମାରିଦେବାକୁ ଧମକ ଦେଇ ଯାଇଛନ୍ତି।

ଆଗକୁ ଦଶମ ପରୀକ୍ଷା ଥିବା ବେଳେ ବର୍ଷକର ପାଠ୍ୟପୁସ୍ତକ ଓ ପରିଶ୍ରମ କରି ତିଆରି କରିଥିବା ନୋଟ୍‌ ସବୁ କିଛି ଆଖି ସାମ୍ନାରେ ପୋଡ଼ି ପାଉଁଶ ହୋଇଯିବା ଘଟଣାକୁ ଦେଖିବା ସହିତ ଦୁର୍ବୃତ୍ତଙ୍କ ଧମକକୁ ନେଇ ଦଶମ ଶ୍ରେଣୀ ଛାତ୍ରୀ ପୂରା ଭୟଭୀତ ହୋଇପଡ଼ିଛନ୍ତି।

Image result for fire in book Bookstr

ସିଙ୍ଗାପୁର ରୋଡ୍‌ ଅଞ୍ଚଳରେ ବସବାସ କରୁଥିବା ଛାତ୍ରୀଙ୍କର ବାପା ଜଣେ ଡାକ୍ତର ଓ ମାଆ ଜଣେ ଶିକ୍ଷୟିତ୍ରୀ । ସେ ପିଲାଟି ଦିନରୁ ଭଲ ପାଠପଢ଼ି ଆସୁଛନ୍ତି। ତେବେ ଘରେ ସେ ଏକା ଥିବା ବେଳେ ତିନିଜଣ ଦୁର୍ବୃତ୍ତ ମୁଖା ପିନ୍ଧି ହଠାତ ଘର ଭିତରକୁ ପଶି ଆସିଥିଲେ। ଛାତ୍ରୀଜଣକ ଘରେ ଏକାଥିବା ବେଳେ ତିନିଜଣ ମୁଖାପିନ୍ଧା ଦୁର୍ବୃତ୍ତଙ୍କୁ ଦେଖି ଭୟଭୀତ ହୋଇଯାଇଥିଲେ।

ଛାତ୍ରୀ କିଛି ବୁଝିବା ପୂର୍ବରୁ ଦୁର୍ବୃତ୍ତମାନେ ତାଙ୍କ ଆଖି ସାମ୍ନାରେ ସମସ୍ତ ବହିଖାତାକୁ ପୋଡ଼ି ପାଉଁଶ କରି ଦେଇଥିଲେ। କେବଳ ଏତିକି ନୁହେଁ ଛାତ୍ରୀଙ୍କ ବେକରେ ଛୁରୀ ଲଗାଇ ପରୀକ୍ଷା ଦେଲେ ଜୀବନରୁ ମାରିଦେବା ପାଇଁ ଧମକ ବି ଦେଇଛନ୍ତି ମୁଖାପିନ୍ଧା ଦୁର୍ବୃତ୍ତ। ଏହି ଘଟଣା ପରେ ଛାତ୍ରୀ ଜଣକ ପୂରାପୂରି ସ୍ତବ୍ଧ ହୋଇଯାଇଛନ୍ତି।

Image result for fire in book Gigaom

ଛାତ୍ରୀଙ୍କ ପିତା-ମାତା ଏହି ଘଟଣା ବିଷୟରେ ଜାଣିବା ପରେ ଚାନ୍ଦିଲି ଥାନାରେ ଏତଲା ଦେଇଥିଲେ। ଏହି ଏତଲା ପରେ ପୁଲିସ ସନ୍ଧାନୀ କୁକୁର ଓ ସାଇଣ୍ଟିଫିକ୍‌ ଟିମ୍‌ ସହାୟତାରେ ତଦନ୍ତ ଆରମ୍ଭ କରିଛି। ତେବେ ଏପରି ଘଟଣା ପଛରେ କାହାର ହାତ ରହିଛି ତାହା ରିପୋର୍ଟ ଲେଖାହେଲା ପର୍ଯ୍ୟନ୍ତ ଜଣାପଡ଼ି ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe