ତିନି ଲୁଟେରା ସହ ଜଣେ ରିସିଭରଙ୍କୁ ଗିରଫ କରିଲା ଗ୍ରାମାଞ୍ଚଳ ପୁଲିସ

Advertisment
ତିନି ଲୁଟେରା ସହ ଜଣେ ରିସିଭରଙ୍କୁ ଗିରଫ କରିଲା ଗ୍ରାମାଞ୍ଚଳ ପୁଲିସ

Sambad

ଭଦ୍ରକ: ଆନ୍ତଃ ଜ଼ିଲ୍ଲା ଲୁଟେରା ଗ୍ୟାଙ୍ଗକୁ ଧରିବାରେ ସଫଳ ହେଲା ଭଦ୍ରକ ଗ୍ରାମାଞ୍ଚଳ ପୁଲିସ। ତିନିଜଣ ଲୁଟେରା ସହ ଜଣେ ରିସିଭରକୁ ଗିରଫ କରିଛି ଗ୍ରାମାଞ୍ଚଳ ପୁଲିସ। କାର, ବାଇକ, ନଗଦ ଟଙ୍କା ଓ ବିପୁଳ ପରିମାଣରେ ସୁନା ଜବତ ସହ ଧାରୁଆ ମାରଣାସ୍ତ୍ରକୁ ଜବତ କରିଛି ପୁଲିସ। ଘଟଣାକ୍ରମ ଅନୁଯାୟୀ, ଭଦ୍ରକ ଧରିତ୍ରୀ ନଗର ଅଞ୍ଚଳର ଜଣେ ମହିଳା ନିଜ ପିଲାଙ୍କୁ ସ୍କୁଲରୁ ଛାଡି ଫେରୁଥିବା ସମୟରେ ଛିନତାଇର ଶିକାର ହୋଇଥିଲେ। ଦୁଇ ଯୁବକ ଏକ ବାଇକ ଯୋଗେ ଆସି ମହିଳାଙ୍କ ବେକରୁ ଜୋରଜବରଦସ୍ତ ସୁନା ଚେନ ଛିଡ଼ାଇ ନେଇ ପଳାଇ ଯାଇଥିଲେ। ଏନେଇ ମହିଳା ଜଣକ ଭଦ୍ରକ ଗ୍ରାମାଞ୍ଚଳ ଥାନାରେ ଅଭିଯୋଗ କରିବା ପରେ, ପୁଲିସ ସିସିଟିଭି ଆଧାରରେ ଦୁଇ ଲୁଟେରାଙ୍କୁ ଠାବ କରିଥିଲା। ଦୁଇ ଲୁଟେରାଙ୍କ ଖବର ପାଇଲେ ପୁଲିସକୁ ଜଣାଇବା ପାଇଁ ସ୍ଥାନୀୟ ଲୋକଙ୍କୁ ପୁଲିସ କହିଥିଲା।

publive-image Sambad

ଗତକାଲି ଆରଡ଼ି ଛକ ନିକଟରେ ଏହି ଦୁଇ ଲୁଟେରାଙ୍କୁ ସ୍ଥାନୀୟ ଲୋକ ଚିହ୍ନି ଅଟକାଇ ଥିଲେ। ପରେ ଗ୍ରାମାଞ୍ଚଳ ପୁଲିସ ପହଞ୍ଚି ଲୁଟେରା ଦ୍ବୟଙ୍କୁ ଚି଼ହ୍ନଟ କରି ଅଧିକ ତଦନ୍ତ ଚଳାଇଥିଲେ। ତିନିଜଣ ଲୁଟେରା ମାନେ ହେଲେ ବାଲେଶ୍ବର ଜିଲ୍ଲା ଅନ୍ତର୍ଯ୍ୟାମୀ ନାୟକ ଓରଫ ବାପୁନ, ଦେବାଶିଷ ଦାସ ଓରଫ ସିତୁ, ହରେକୃଷ୍ଣ ପଣ୍ତା, ଆଦିତ୍ୟ ନନ୍ଦୀ ଓରଫ ବିକାଶ।  ଲୁଟେରା ମାନେ ଭଦ୍ରକ, ବାଲେଶ୍ୱର ଓ ମୟୁରଭଞ୍ଜ ଜ଼ିଲ୍ଲାର ବିଭିନ୍ନ ଅଞ୍ଚଳରୁ ଲୋକ ମାନଙ୍କୁ ଭୟଭୀତ କରାଇ ଲୁଟ ତରାଜ କରୁଥିଲେ। ଲୁଟ ସୁନା ସାମଗ୍ରୀ ଗୁଡିକ ବାଲେଶ୍ୱର ଜ଼ିଲ୍ଲା ଖଇରା ଅଞ୍ଚଳର ଜଣେ ସୁନା ଦୋକାନୀକୁ ବିକ୍ରି କରୁଥିଲେ ବୋଲି ପୁଲିସ ସୂଚନା ଦେଇଛି। ତିନିଜଣ ଲୁଟେରାଙ୍କ ସହ ଜଣେ ରିସିଭରଙ୍କୁ ମଧ୍ୟ ଗିରଫ କରିଛି ପୁଲିସ। ଲୁଟେରାଙ୍କ ନିକଟରୁ ଲୁଟ ସମୟରେ ବ୍ୟବହୃତ ହେଉଥିବା ଗୋଟିଏ କାର, ମୋଟର ସାଇକେଲ ଜବତ କରିବା ସହ ୫୫ ଗ୍ରାମର ୫ଟି ସୁନା ଚେନ, କୋଡିଏ ହଜାରରୁ ଉର୍ଦ୍ଧ୍ୱ ଟଙ୍କାର ନଗଦ କ୍ୟାସ, ମୋବାଇଲ ଫୋନ, ଏଟିଏମ କାର୍ଡ ଓ ବିଭିନ୍ନ ଧାରୁଆ ମାରଣାସ୍ତ୍ର ଜବତ କରିଛି ପୁଲିସ। ଏହି ଲୁଟେରା ଗ୍ୟାଙ୍ଗରେ ଆଉ କେଉଁ ମାନେ ସମ୍ପୃକ୍ତ ଅଛନ୍ତି ସେନେଇ ଅଧିକ ତଦନ୍ତ ଚଳାଇଛି ପୁଲିସ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe