ଘରୁ ଆସବାବପତ୍ର ‌ଚୋରି ଅଭିଯୋଗରେ ୩ ଗିରଫ

Advertisment
ଘରୁ ଆସବାବପତ୍ର ‌ଚୋରି ଅଭିଯୋଗରେ ୩ ଗିରଫ

Sambad

ଜଗତସିଂହପୁର: ପାରାଦୀପ ଆଦର୍ଶ ଥାନା ଅଧୀନ ଶୁଖୁଆଖଳା ନିକଟ ଭୀମାନାସୀରେ ରହୁଥିବା ଦିଲ୍ଲୀପ କୁମାର ମାନ୍ନାଙ୍କ ଘରୁ ହୋଇଥିବା ଚୋରି ଅଭିଯୋଗରେ ତିନି ଜଣଙ୍କୁ ପୁଲିସ ଗିରଫ କରିଛି। ସେମାନେ ହେଲେ କେନ୍ଦ୍ରାପଡ଼ା ଜିଲ୍ଲା ଛପାଲି ଅଞ୍ଚଳର ମିଥୁନ ମଣ୍ଡଳ ଓ ଗୌତମ ଦାସ ଏବଂ ସ୍ଥାନୀୟ ଚୂନ ଛକର ସେକ୍ ଫିରୋଜ। ସେମାନଙ୍କ ନିକଟରୁ ଚୋରି ହୋଇଥିବା ସାମସଙ୍ଗ ଟିଭି, ଗୋଟିଏ ହୋମ୍ ଥିଏଟର, ଗୋଟିଏ ବାଇକ ଓ ମୋବାଇଲ ଫୋନ୍ ଜବତ ହୋଇଛି।

ଗତ ୭ ତାରିଖରେ ଦିଲ୍ଲୀପ ଘରେ ତାଲା ପକାଇ ଗାଁକୁ ଯାଇଥିଲେ। ଦୁଇ ଦିନ ପରେ ଘରକୁ ଫେରି ସେ ଦେଖିଲେ ଯେ, ତାଙ୍କ ଘରେ ଆଉ ଏକ ତାଲା ପଡ଼ିଛି। ଉକ୍ତ ତାଲା ଭାଙ୍ଗି ସେ ଘରେ ପଶି ଦେଖିବାକୁ ପାଇଲେ ଯେ, ଘରର ସମସ୍ତ ଆସବାବପତ୍ର ସହ ବାଇକଟି ଚୋରି ହୋଇଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe