ବିଡିଓଙ୍କ ସ୍ବାକ୍ଷର ନକଲ କରି ଉଠାଇ ନେଲେ ୧୨ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା, ଘରୋଇ ବ୍ୟାଙ୍କର ୩ କର୍ମଚାରୀ ଗିରଫ

Advertisment
ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବୋରଗାଁ ପ୍ରଧାନ ଶିକ୍ଷକଙ୍କୁ ଗିରଫ କଲା ଭିଜିଲାନ୍ସ

Photo: Aajtak

ସମ୍ବଲପୁର: ଜଣେ ଗୋଷ୍ଠୀ ଉନ୍ନୟନ ଅଧିକାରୀ (ବିଡିଓ)ଙ୍କ ସ୍ବାକ୍ଷର ନକଲ କରି ଏକ ଘରୋଇ ବ୍ୟାଙ୍କର ୩ ଜଣ କର୍ମଚାରୀ ୧୨ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ଉଠାଇ ନେଇଥିବା ସମ୍ବଲପୁର ଜିଲ୍ଲାରେ ଅଭିଯୋଗ ହୋଇଛି। ଏହି ଘଟଣା ସହିତ ସଂପୃକ୍ତି ରଖିଥିବା ତିନି ଅଭିଯୁକ୍ତ ବ୍ୟାଙ୍କ କର୍ମଚାରୀଙ୍କୁ ପୁଲିସ ଗିରଫ କରିଥିବା ଜଣାପଡ଼ିଛି। ଗିରଫ ଅଭିଯୁକ୍ତମାନେ ହେଲେ ଆଇସିଆଇସିଆଇ ବ୍ୟାଙ୍କ ବମଲୋଇ ଶାଖା ପରିଚାଳକ ଅନିର୍ବାଣ ଦେ, ହିସାବରକ୍ଷକ ସୁଧୀର କୁମାର ମେହେର ଓ ପୂର୍ବତନ ହିସାବରକ୍ଷକ ତଥା ପରିଚାଳକ (ବର୍ତ୍ତମାନ ବନ୍ଧନ ବ୍ୟାଙ୍କର ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଶାଖା) ପ୍ରବୀଣ ଭାରତୀ। ପୁଲିସ ଗିରଫ ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି। ତେବେ ଏହି ଘଟଣାରେ ବ୍ଲକ କର୍ମଚାରୀଙ୍କ ସଂପୃକ୍ତି ଅଛି କି ନାହିଁ ପୁଲିସ ବର୍ତ୍ତମାନ ସେ ସଂପର୍କରେ ତଦନ୍ତ ଆରମ୍ଭ କରିଛି।

ସୂଚନା ଅନୁସାରେ ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବ୍ଲକର ପୂର୍ବତନ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ସ୍ବାକ୍ଷରକୁ ନକଲ କରି ସେଲ୍‌ଫ ଚେକ୍‌ ଜରିଆରେ ଅଭିଯୁକ୍ତମାନେ ବ୍ଲକର ପେନସନ୍‌ ଆକାଉଣ୍ଟରୁ ୧୨ ଲକ୍ଷ ୪୭ ହଜାର ୫୨୦ ଟଙ୍କା ଉଠାଇ ନେଇଥିଲେ। ଏବାବଦରେ ବ୍ଲକ କର୍ତ୍ତୃପକ୍ଷ କିଛି ଜାଣି ପାରି ନ ଥିଲେ। ପରେ ଅର୍ଥାତ ଗତ ଡିସେମ୍ବର ୨୩ ତାରିଖରେ ଟଙ୍କା ହେରଫେର୍‌ ଘଟଣା ଜଣାପଡ଼ିଥିଲା।

ରେଙ୍ଗାଲି ବିଡିଓ ଶଙ୍କର ପ୍ରସାଦ ସାହୁ ଘଟଣା ସଂପର୍କରେ ଅବଗତ ହେବା ପରେ ସେ ଠେଲକୋଲୋଇ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତିକରି ପୁଲିସ୍‌ ମାମଲା ରୁଜ୍ଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ଘଟଣାର ତଦନ୍ତ ବେଳେ ପୁଲିସ ଜାଣିବାକୁ ପାଇଥିଲା ଯେ, ବ୍ଲକର ପେନ୍‌ସନ୍‌ ଆକାଉଣ୍ଟରୁ ୧୨ ଲକ୍ଷ ୪୭ ହଜାର ୫୨୦ ଟଙ୍କା ଉଠାଯାଇଛି ଏବଂ ଏହି ଘଟଣା ସହିତ ଆଇସିଆଇସି ବ୍ୟାଙ୍କର ତିନି ଜଣ କର୍ମଚାରୀଙ୍କ ସଂପୃକ୍ତି ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe