୧୦ ଗ୍ରାମ ବ୍ରାଉନସୁଗାର ଜବତ, ୩ ଗିରଫ

Advertisment
୧୦ ଗ୍ରାମ ବ୍ରାଉନସୁଗାର ଜବତ, ୩ ଗିରଫ

ଭଦ୍ରକ: ଭଦ୍ରକ ସହର ବ୍ରାଉନ୍‌ସୁଗାର କାରବାରର ପେଣ୍ଠସ୍ଥଳୀ ପାଲଟିଛି। ପୁଲିସ ବ୍ରାଉନସୁଗା‌ର ବେପାରୀଙ୍କୁ ଗିରଫ କରିବା ସତ୍ତ୍ବେ ସେମାନେ ନିଜର କଳା ସାମ୍ରାଜ୍ୟ ବିସ୍ତାର କରି ଚାଲିଛନ୍ତି। ଭଦ୍ରକ ଟାଉନ ପୁଲିସ ଆଜି ପାଟ୍ରୋଲିଂ କରୁଥିବା ବେଳେ ୧୦ ଗ୍ରାମ ବ୍ରାଉନସୁଗାର ଜବତ କରିବା ସହିତ ଏହି କାରବାରରେ ସଂପୃକ୍ତ ତିନି ଜଣ ଯୁବକଙ୍କୁ ଗିରଫ କରିଛି।

ପ୍ରକାଶ ଯେ, ଭଦ୍ରକ ଟାଉନ ପୁଲିସ ପାଟ୍ରୋଲିଂ କରୁଥିବା ବେଳେ କଣ୍ଟାବଣିଆ ପେଟ୍ରୋଲ ପମ୍ପ ନିକଟରେ ୩ ଜଣ ଯୁବକଙ୍କୁ ଦେଖି ପୁଲିସର ସନ୍ଦେହ ହୋଇଥିଲା। ତିନି ଜଣ ଯୁବକଙ୍କୁ ପୁଲିସ ଅଟକାଇଥିବା ବେଳେ ସେମାନେ ଖସିଯିବାକୁ ଉଦ୍ୟମ କରୁଥିବା ବେଳେ ପୁଲିସ ସେମାନଙ୍କୁ କାବୁ କରିନେଇଥିଲା। ସେମାନଙ୍କୁ ଯାଞ୍ଚ କରି ୧୦ ଗ୍ରାମ ବ୍ରାଉନ୍‌ସୁଗାର ଜବତ କରିଛି। ଗିରଫ ଯୁବକ ତିନିଜଣ ହେଲେ ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ବାଉଦପୁର ଗ୍ରାମର ବିଶାଳ କୁମାର ଦେ (୨୩), ଅର୍ଣ୍ଣପାଳ ବିଷ୍ଣୁପୁର ଗ୍ରାମର ସେକ ରହିମତୁଲ୍ଲା(୨୩), ବାସୁଦେବପୁର ଥାନା ପଢୁଆଁ ଗ୍ରାମର ରୁଦ୍ର ଦାସ ଓରଫ ସୋନୁ (୨୦)। ତିନି ଅଭିଯୁକ୍ତଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଥିବା ବେଳେ ଏମାନଙ୍କ ସହ ଆଉ କେଉଁମାନେ ସଂପୃକ୍ତ ରହିଛନ୍ତି। ସେମାନଙ୍କୁ ଧରିବା ପାଇଁ ଟାଉନ ପୁଲିସ ବିଭିନ୍ନ ସ୍ଥାନରେ ଚଢଉ ଜାରି ରଖିଛି। ଜବତ ବ୍ରାଉନସୁଗାରର ମୂଲ୍ୟ ଲ‌କ୍ଷେ ଟଙ୍କା ହେବ ବୋଲି ପୁଲିସ କହିଛି। ସୂଚନାଯୋଗ୍ୟ ଯେ ଗତ ଦୁଇ ଦିନ ତଳେ ପୁଲିସ ୧୦ ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ କରିଥିବା ବେଳେ ଏଥିରେ ୨ ଜଣଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe