Image Courtesy of India Today
ଭଦ୍ରକ: ଭଦ୍ରକ ଗ୍ରାମାଞ୍ଚଳ ପୁଲିସ ପେଟ୍ରୋଲିଂ ବେଳେ ଆଜି ସ୍ଥାନୀୟ ଆରଡିଛକ ନିକଟରୁ ଏକ ବ୍ରାଉନ ସୁଗାର ଚାଲାଣକାରୀ ଟିମକୁ ଧରିବା ସହ ସୋମାନଙ୍କ ଠାରୁ ୧୭ ଗ୍ରାମ ବ୍ରାଉନ ସୁଗାର ଜବତ କରିଛି। ଗିରଫ ହୋଇଥିବା ୩ ଅଭିଯୁକ୍ତଙ୍କୁ ପୁଲିସ କୋର୍ଟ ଚାଲାଣ କରିଛି। ବ୍ରାଉନ ସୁଗାର ବେପାରର ପେଣ୍ଠସ୍ଥଳ ଭଦ୍ରକ ସହର ପାଲଟିଥିବା ବେଳେ ଭଦ୍ରକ ପୁଲିସ ଏଇ ବେପାରଙ୍କ ଉପରେ ଚଢାଉ ନକରିବାକୁ ଏମାନେ ପୁଣି ସହରରେ ସକ୍ରିୟ ହୋଇ ଉଠିଛନ୍ତି। ଭଦ୍ରକରୁ ଯାଜପୁର ଜିଲ୍ଲାର ପାଣିକୋଇଲିକୁ ଚାଲାଣ କରୁଥିବା ବ୍ରାଉନସୁଗାର ଟିମକୁ ପୁଲିସ କାବୁ କରିବା ପରେ ସେମାନଙ୍କର କାରବାର ସମ୍ପର୍କରେ ଖୋଳତାଡ କରିଥିଲା।
ଗରିଫ ହୋଇଥିବା ୩ ଅଭିଯୁକ୍ତଙ୍କ ମଧ୍ୟରେ ଅଛନ୍ତି ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଅନ୍ତର୍ଗତ ବଡମଙ୍ଗଳପୁର ଗ୍ରାମର ସଏଦ ଅଜଲ ଅହମ୍ମଦ ( ୨୨), ସେହି ଗ୍ରାମର ଚନ୍ଦନ ମଲ୍ଲିକ (୨୦) ଓ ଭଦ୍ରକ ଗ୍ରାମାଞ୍ଚଳ ଥାନାର ସାମରାଇପୁର ଗ୍ରାମର ମୁକୁନ୍ଦ ମୁରାରୀ ଦାସ (୩୨)। ଏମାନଙ୍କଠାରୁ ଏକ ମୋବାଇଲ ଫୋନକୁ ପୁଲିସ ଜବତ କରିଛି। ଏମାନଙ୍କ ନାମରେ ଭଦ୍ରକ ଗ୍ରାମାଞ୍ଚଳ ଥାନେରେ ମାମଲା ରୁଜୁ କରାଯାଇ କୋର୍ଟ ଚାଲାଣ କରାଯାଇଛି।
Follow Us