ନୀଳଗିରିରେ ନାବାଳିକା ଗଣଦୁଷ୍କର୍ମ ଅଭିଯୋଗ, ୩ ଅଭିଯୁକ୍ତ ଯୁବକ ଗିରଫ

Advertisment
ନୀଳଗିରିରେ ନାବାଳିକା ଗଣଦୁଷ୍କର୍ମ ଅଭିଯୋଗ, ୩ ଅଭିଯୁକ୍ତ ଯୁବକ ଗିରଫ

ନୀଳଗିରି: ଜଣେ ନାବାଳିକାଙ୍କୁ ଅପହରଣ କରିବା ଓ ପରେ ଦୁଷ୍କର୍ମ ଅଭିଯୋଗରେ ବାଲେଶ୍ୱର ଜିଲ୍ଲା ନୀଳଗିରି ଥାନା ପୁଲିସ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ମିତ୍ରପୁର ଅଂଚଳର ଧୁଷା ସାହୁ, ମାଛୁଆ ଗାଁର ମଣ୍ଟୁ ଦାସ ଓ ପୁରୁଷୋତ୍ତମା ରଣସିଆ।

ଥାନାରେ ପୀଡ଼ିତାଙ୍କ ମା’ଙ୍କ ଅଭିଯୋଗ ଅନୁସାରେ ନୀଳଗିରି ଅଂଚଳର ଜଣେ ୧୫ ବର୍ଷୀୟା ନାବାଳିକାଙ୍କୁ ଗତ ୫ ତାରିଖ ରାତି ପ୍ରାୟ ସାଢ଼େ ୧୧ଟାରେ ଧୁଷା, ମଣ୍ଟୁ ଓ ପୁରୁଷୋତ୍ତମ ଅପରହରଣ କରିଥିଲେ। ପୀଡ଼ିତାଙ୍କ ପିତା-ମାତା ଅନ୍ୟ ଏକ କୋଠରୀରେ ଶୋଇଥିବାରୁ ଅଭିଯୁକ୍ତମାନେ ଅପହରଣ କରିବାରେ କୌଣସି ଅସୁବିଧାର ସମ୍ମୁଖୀନ ହୋଇ ନଥିଲେ। ଅପହରଣ ପରେ ସେମାନେ ନାବାଳିକାଙ୍କୁ କାଆଁଶ ଅଂଚଳକୁ ନେଇଯାଇଥିଲେ। ଘରେ ଭିତରେ ବନ୍ଦ ରଖି ସେମାନେ ଗଣଦୁଷ୍କର୍ମ କରିଥିଲେ।

ତେବେ ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇ ପୁଲିସ ଚଢ଼ାଉ କରି ପୀଡ଼ିତାଙ୍କୁ ଉଦ୍ଧାର କରିଥିବା ବେଳେ ଅଭିଯକ୍ତମାନଙ୍କୁ ଥାନାକୁ ଆଣିଥିଲା। ପୁଲିସ ମାମଲା ରୁଜୁ କରି ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିବା ଜଣାଯାଇଛି। ଘଟଣାର ତଦନ୍ତ ଚାଲିଥିବା ତଦନ୍ତକାରୀ ଅଧିକାରୀ ବାସୁଦେବ ଜୟସିଂହ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe