୩୦ ମୋବାଇଲ୍ ଫୋନ୍ ସହ ଲୁଟେରା ଗ୍ୟାଙ୍ଗର ୩ ଗିରଫ  

Advertisment
୩୦ ମୋବାଇଲ୍ ଫୋନ୍ ସହ ଲୁଟେରା ଗ୍ୟାଙ୍ଗର ୩ ଗିରଫ  

ଖୋର୍ଦ୍ଧା: ଖୋର୍ଦ୍ଧା ଟାଉନ୍ ଥାନା ପୁଲିସ ହାତରେ ଗତ କିଛି ଦିନ ଧରି ଖୋର୍ଦ୍ଧା ଓ ଆଖପାଖ ଅଂଚଳରେ ଆତଙ୍କ ସୃଷ୍ଟି କରିଥିବା ଏକ ଲୁଟେରା ଗ୍ୟାଙ୍ଗ୍ର ୩ ଜଣ ସଦସ୍ୟ ଧରାପଡ଼ିଛନ୍ତି । ସେମାନଙ୍କ ନିକଟରେ ଗୋଟିଏ ମୋଟର ସାଇକଲ ସମେତ ୩୦ଟି ବିଭିନ୍ନ ବ୍ରାଣ୍ଡର ମୋବାଇଲ୍ ଫୋନ୍ ଜବତ ହୋଇଛି ।

୨୨ ତାରିଖ ରାତି ୭ଟା ବେଳେ ମୁକୁନ୍ଦପ୍ରସାଦ ବାଇପାସ୍ ଠାରେ ଏକ ଲୁଟ ହୋଇଥିଲା । ତିନିଜଣ ଯୁବକ ଏକ ହିରୋ ପ୍ୟାସନ ପ୍ରୋ ମୋଟର ସାଇକଲ୍ରେ ଆସି ଭୁଜାଲୀ ଦେଖାଇ ମୋବାଇଲ୍ ଲୁଟ କରିଥିବା ନେଇ ଥାନାରେ ପୁରୀ ଜିଲ୍ଲା କୃଷ୍ଣପ୍ରସାଦର ଜ୍ୟୋତିରଂଜନ ଜେନା ଅଭିଯୋଗ କରିଥିଲେ । ଅଭିଯୋଗ ଭିତ୍ତିରେ ଏସ୍ପି ରାଜକିଶୋର ଦୋରାଙ୍କ ନିଦେ୍ର୍ଦଶରେ ଏସ୍ଡିପିଓ ସୁଶୀଲ ମିଶ୍ରଙ୍କ ତତ୍ୱାବଧାନରେ ଟାଉନ୍ ଥାନା ଆଇଆଇସି ସଂଜୟ ପଟ୍ଟନାୟକ, ଏସ୍ଆଇ ଦିଗ୍ବିଜୟ ବିଶ୍ୱାଳ, ଏଏସ୍ଆଇ ଦିଲିପ କୁମାର ବିଶ୍ୱା, କନ୍ଷ୍ଟବଳ ନିଲୁ ଚନ୍ଦ୍ର ମଲିକ, ଏସ୍କେ ସାମନ୍ତସିଂହାର, ଓଏପିଏଫ୍ ରମେଶ ଚନ୍ଦ୍ର ପ୍ରଧାନ, ରଂଜନ କୁମାର ପ୍ରଧାନ, ବାମନ ସାଉନ୍ତା, ହୋମଗାର୍ଡ ଭାଗ୍ୟରଥି ମଙ୍ଗରାଜ ଓ ଜ୍ୟୋତିରଂଜନ ସ୍ୱାଇଁଙ୍କୁ ନେଇ ପୁଲିସର ଏକ ଟିମ୍ ଖୋର୍ଦ୍ଧା ଓ ଉପକଣ୍ଠ ଅଂଚଳରେ ଚଢ଼ଉ କରିଥିଲା । ଚଢ଼ଉରେ ଖୋର୍ଦ୍ଧା ସଦର ଥାନା ଅନ୍ତର୍ଗତ କୋକାସିଂର ଜ୍ୟୋତିରଂଜନ ନନ୍ଦ(୨୨), ଖୋର୍ଦ୍ଧା ଉପକଣ୍ଠ ମୁକୁନ୍ଦପ୍ରସାଦ ମୁସଲିମ ସାହିର ଇମ୍ରାନ ଖାଁ ଓରଫ କାଳିଆ (୨୯) ଓ କାସିମୁଦ୍ଦୀନ ସାହ(୩୫)ଙ୍କୁ ଗିରଫ କରିଥିଲା ।

ଏନେଇ ଟାଉନ୍ ଥାନା ଆଇଆଇସି ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ପୂର୍ବରୁ ଇମ୍ରାନ୍ ଖାଁ ବିରୋଧରେ ୨୦୧୨ରେ ବେଗୁନିଆ ଥାନା, ୨୦୧୭ ଟାଉନ୍ ଥାନାରେ ଦୁଇଟି ମାମଲା ରହିଥିବା ବେଳେ କାସିମୁଦ୍ଦୀନ୍ ବିରୋଧରେ ଖୋର୍ଦ୍ଧା ଟାଉନ୍ ଥାନାରେ ୨୦୧୫ରେ ୩ଟି, ୨୦୧୯ରେ ଗୋଟିଏ, ୨୦୨୦ରେ ୨ଟି ଓ ୨୦୨୧ରେ ଗୋଟିଏ ମାମଲା ରହିଛି । ସେମାନଙ୍କ ବିରୋଧରେ ଦଫା ୩୯୨, ୩୪ ଆଇପିସି ୩୭୬/୨୧ରେ ମାମଲା ରୁଜୁ କରାଯାଇ କୋର୍ଟ ଚାଲାଣ କରାଯାଇଛି । ଏହି ଗ୍ୟାଙ୍ଗ ସମ୍ପର୍କରେ ଅଧିକ ତଦନ୍ତ ପାଇଁ ଏସ୍ଆଇ ଦିଗବିଜୟ ବିଶ୍ୱାଳଙ୍କୁ ଦାୟିତ୍ୱ ଦିଆଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe