ଉମରକୋଟ ପୁଲିସକୁ ମିଳିଛି ସଫଳତା, ଚୋରି ସାମଗ୍ରୀ ସହ ୩ ଗିରଫ

ଉମରକୋଟ ପୁଲିସକୁ ମିଳିଛି ସଫଳତା, ଚୋରି ସାମଗ୍ରୀ ସହ ୩ ଗିରଫ

ଉମରକୋଟ: ନବରଙ୍ଗପୁର ଜିଲ୍ଲା ଉମରକୋଟ ପୁଲିସକୁ ମିଳିଛି ସଫଳତା । ଚୋରି ସାମଗ୍ରୀ ଠାବ କରିବା ସହ ତିନି ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି ଉମରକୋଟ ପୁଲିସ। ସୂଚନା ଅନୁଯାୟୀ ଗତ ୯ ତାରିଖ ରେ ଘରେ କେହି ନଥିବା ସମୟରେ ଉମରକୋଟ ଗୁଲିପାଟଣା ସାହିର ଜଣେ ଶିକ୍ଷକ ସଇଲେନ୍ ମଣ୍ଡଳଙ୍କ ଘରୁ କିଛି ସୁନା ରୂପ ଓ ଲ୍ୟାପ୍ଟପ୍ ସହ ନଗଦ ୪୦ ହଜାର ଟଙ୍କା ଚୋରି ହୋଇଥିବା ନେଇ ୧୦ ତାରିଖ ଦିନ ଉମରକୋଟ ଥାନା ରେ ସଇଲେନ୍ ଏତଲା ଦେଇଥିଲେ। ଏତଲାକୁ ଭିତ୍ତି କରି ଉମରକୋଟ ପୁଲିସର ଏକ ଟିମ୍ ଘଟଣା ତଦନ୍ତ ଆରମ୍ଭ କରିଥିଲା ।

publive-image

ଗତରାତିରେ କୌଣସି ସୂତ୍ରରୁ ଖବର ପାଇ ଚୋରି ଘଟଣାରେ ସଂପୃକ୍ତ ଥିବା ଦୁଇ ଜଣ ଚୋର ନରେଶ ଦାସ ଓ ଶେଖ୍ ଇବ୍ରାହିମ ଏବଂ ଚୋରି ଲାପଟପ୍ କିଣିବା ଅଭିଯୋଗରେ ରାଜେନ୍ଦ୍ର ମିସ୍ତ୍ରୀକୁ ଗିରଫ କରାଯାଇଛି ଓ ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି। ଦୁଇ ଜଣ ଚୋର ଉମରକୋଟର ହୋଇଥିବା ବେଳେ ଜଣେ ଧୋଡ୍ରା ଅଞ୍ଚଳର ବୋଲି ସୂଚନା ମିଳିଛି। ଗିରଫ ଚୋରମାନଙ୍କ ଠାରୁ ନଗଦ ୨୧୦୦୦ ଟଙ୍କା, ଦୁଇଟି ଲେପଟପ୍ ଗୋଟିଏ ସୁନା ଚେନ, ଦୁଇଟି ସୁନା ମୁଦି ଗୋଟିଏ ଝିଙ୍କା ସହ ଗୋଟିଏ ରୂପା ପାଉଜି ଜବତ କରିଛି ଏବଂ ଚୋରି ସମୟରେ ବ୍ୟବହାର କରାଯାଇ ଥିବା ଏକ ସ୍କୃ ଡ୍ରାଇଭର ଜବତ କରାଯାଇଛି। ୨୧୪/୨୧ରେ କେସ ରୁଜୁ କରି ଅତିରିକ୍ତ ଥାନା ଅଧିକାରୀ ଲିମ ରାଜ୍ ପ୍ରଧାନ ଅଧିକ ତଦନ୍ତ ଚଳାଇ ଛନ୍ତି ଓ ଏହି ଚୋରି ଘଟଣାରେ ଅନ୍ୟ କେହି ସଂପୃକ୍ତ ଥିଲେ ସେମାନଙ୍କୁ ଗିରଫ କରାଯିବ ବୋଲି ସୂଚନା ଦେଇଛନ୍ତି ଉମରକୋଟ ଉପଖଣ୍ଡ ପୁଲିସ ଅଧିକାରୀ ଡ଼ ଦିନେଶ ଚନ୍ଦ୍ର ନାୟକ ।

ଆଜି ଉମରକୋଟ ପୁଲିସ ତରଫରୁ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇ ସମସ୍ତ ତଥ୍ୟ ପ୍ରଦାନ କରାଯାଇଥିଲା। ଏହି ସାମ୍ବାଦିକ ସମ୍ମିଳନୀରେ ପୁଲିସ ଉପଖଣ୍ଡ ଅଧିକାରୀ ଦିନେଶ କୁମାର ନାୟକ, ଥାନା ଆଇଆଇସି ନରେଶ ଚନ୍ଦ୍ର ପ୍ରଧାନ ଓ ଅତିରିକ୍ତ ଆଇଆଇସି ଲିମାରାଜ ପ୍ରଧାନ ପ୍ରମୁଖ ଉପଷ୍ଟହିଟ୍ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe