ଅନ୍ତଃରାଷ୍ଟ୍ରୀୟ ମାନବାଧିକାର ବୋର୍ଡ଼ ଲଗାଇ ଗଞ୍ଜେଇ ଚାଲାଣ; ଦାମୀ ଗାଡ଼ି ସହ ମଧ୍ୟପ୍ରଦେଶର ୩ ଯୁବକ ଗିରଫ

Advertisment
ଅନ୍ତଃରାଷ୍ଟ୍ରୀୟ ମାନବାଧିକାର ବୋର୍ଡ଼ ଲଗାଇ ଗଞ୍ଜେଇ ଚାଲାଣ; ଦାମୀ ଗାଡ଼ି ସହ ମଧ୍ୟପ୍ରଦେଶର ୩ ଯୁବକ ଗିରଫ

Sambad

ଦେଓଗାଁ/ଗୁଡଭେଲା: ଅର୍ନ୍ତରାଷ୍ଟ୍ରୀୟ ମାନବାଧିକାରୀ ବୋର୍ଡ଼ ଲଗାଇ ଏକ ଦାମୀ ଗାଡ଼ିରେ ଗଞ୍ଜେଇ ଚାଳଣ କରୁଥିବାବେଳେ ରବିବାର ବଲାଙ୍ଗୀର ଜିଲ୍ଲା ତୁଷୁରା ପୁଳିସ ହାବୁଡ଼ରେ ପଡ଼ି ୩ ଜଣ ଗିରଫ ହୋଇଛନ୍ତି। ଗିରଫ ଅଭିଯୁକ୍ତମାନେ ହେଲେ ମଧ୍ୟପ୍ରଦେଶର ଛତରପୁର ଜିଳ୍ଳାର ରାମପୁର ଗ୍ରାମର ଦୀପକ ପଟେଲ (୨୩), ସତାଇ ଗ୍ରାମର ପ୍ରମୋଦ ପଟେଲ (୨୩) ଓ ଗୟାପ୍ରସାଦ ପଟେଲ(୩୯)।

ସୂଚନା ଅନୁସାରେ, ମଧ୍ୟପ୍ରଦେଶ ଅଞ୍ଚଳ ୩ ଯୁବକ ଚାରି ଚକିଆ ଗାଡ଼ି (ଏମପି ୧୬ଟି ୨୦୨୨)ରେ ଅର୍ନ୍ତରାଷ୍ଟୀୟ ମାନବାଧିକାରର ସାଇନ ବୋର୍ଡ଼ ଲଗାଇ ବୌଦ୍ଧ ଜିଲ୍ଲା ପଟରୁ ତୁଷୁରା ରାସ୍ତା ଦେଇ ନୂଆପଡ଼ା ଜିଲ୍ଲାକୁ ଚାଳାଣ ହେଉଥିବା ବେଳେ ଠିକ ଏହି ସମୟରେ ତୁଷୁରା ପୁଲିସ ଖବର ପାଇ ଉକ୍ତ ଗାଡ଼ିକୁ ସନ୍ଦେହ କରି ପିଛା କରିଥିଲା।

ପିଛା କରିବାରୁ ଗାଡ଼ି ଚାଳକମାନେ ତୁଷୁରା ଧାନଘରା ବାଇପାସ ରାସ୍ତା ପଟ ଦେଇ ଫେରାର ମାରିବା ଉଦ୍ୟମ କରୁଥିଲେ। କିନ୍ତୁ ପୁଳିସ ଉକ୍ତ ଗାଡ଼ିଟିକୁ ଅଟକାଇ ସକ୍ଷମ ହୋଇ ଗାଡ଼ି ଯାଂଚ କରିଥିଲା। ଗାଡ଼ି ଯାଂଚ ବେଳେ ଉକ୍ତ ଗାଡ଼ିରେ ଗଂଜେଇ ଥିବା ପୁଲିସ ଦେଖିବାକୁ ପାଇଥିଲା। ପରେ ଗଂଜେଇ ଚାଲାଣ ଅଭିଯୋଗରେ ଉକ୍ତ ଗାଡ଼ିର ଥିବା ୩ ଜଣଙ୍କୁ ଗିରଫ କରିବା ସହ ଉକ୍ତ ଗାଡ଼ିକୁ ଜବତ କରିଥିଲା। ଏହାପରେ ତୁଷୁରା ତହସିଳଦାର ରବୀନ୍ଦ୍ର କୁମାର ପଟେଲଙ୍କ ଉପସ୍ଥିତିରେ ଉକ୍ତ ଗଂଜେଇକୁ ଓଜନ କରିବାରୁ ତାହା ୨୨ କେଜି ହୋଇଥିଲା। ଏନେଇ ତୁଷୁରା ପୁଲିସ ଏକ ଏନଡ଼ିପିଏସ ମାମଲା ରୁଜୁ କରି ଉକ୍ତ ୩ ଜଣଙ୍କୁ କୋର୍ଟ ଚାଳାଣ କରାଯାଇଥିବା ତୁଷୁରା ଥାନାଧିକାରୀ ସଂଜୀବ ପଧାନ କହିଛନ୍ତି। ଅପରପକ୍ଷରେ ଗିରଫ ୩ ଜଣଙ୍କ ମଧ୍ୟରୁ ଜଣଙ୍କର ପାଖରୁ ଅର୍ନ୍ତରାଷ୍ଟ୍ରୀୟ ମାନବାଧିକାର ସଦସ୍ୟ ଥିବା ପରିଚୟ ପତ୍ର ଉକ୍ତ ଗାଡ଼ିରୁ ପୁଲିସ ଜବତ କରି ଅଧିକ ତଦନ୍ତ କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe