ସ୍ବସ୍ତି ଚିଲିକା ରିସର୍ଟ କର୍ମଚାରୀଙ୍କ ୬ ଲକ୍ଷ ଲୁଟ୍ ଘଟଣା: ୬ ମାସ ପରେ ୩ ଅଭିଯୁକ୍ତ ଗିରଫ

ପିସ୍ତଲ୍‌, ୧୩ ରାଉଣ୍ଡ୍‌ ଗୁଳି, ଟଙ୍କା ଜବତ

ମହିଳାଙ୍କୁ ଯୌନ ନିର୍ଯାତନା; ଯୁବ ଇଞ୍ଜିନିୟର ଗିରଫ

the Indian express

ଖଲ୍ଲିକୋଟ: ଗତବର୍ଷ ଡିସେମ୍ବର ୨୮ ତାରିଖ ସକାଳ ୧୧ଟାରେ ଖଲ୍ଲିକୋଟ ଥାନା ଓଡ଼ିଆ ଆଲପୁରସ୍ଥିତ ସ୍ବସ୍ତି ଚିଲିକା ରିସର୍ଟ କର୍ମଚାରୀ ମାନେ ବାଲୁଗାଁସ୍ଥିତ ଆନ୍ଧ୍ରବ୍ୟାଙ୍କ୍ ଶାଖାକୁ ୬ ଲକ୍ଷ ଟଙ୍କା ଜମା କରିବାକୁ ଯାଉଥିଲେ। କିଛି ଦୁର୍ବୃତ୍ତ କାଳିଜାଇ ଲେବଲ୍‌ କ୍ରସିଂ ପାର୍ଶ୍ବ ମୁକ୍ତେଶ୍ବର ମନ୍ଦିର ନିକଟରେ ସେମାନଙ୍କୁ ମାଉଜର୍ ଦେଖାଇ ଟଙ୍କା ଲୁଟି ନେଇଥିଲେ। ଦୀର୍ଘ ୬ ମାସ ପରେ ପୁଲିସ ଏହି ସମ୍ବେଦନଶୀଳ ଘଟଣାରେ ସଂପୃକ୍ତ ଅଭିଯୁକ୍ତଙ୍କୁ କାବୁ କରିବାରେ ସଫଳ ହୋଇଛି। ତିନିଜଣ ଅଭିଯୁକ୍ତ ଖଲ୍ଲିକୋଟ ଥାନା ଲଙ୍ଗଳେଶ୍ବର ଗ୍ରାମର ତ୍ରିଲୋଚନ ବେହେରା (୩୬), ପୁରୀ ଜିଲ୍ଲା ଅଧୀନ ଭାରତୀପୁର ଗ୍ରାମର ପିଣ୍ଟୁ ଦାସ (୨୩) ଓ ବ୍ରହ୍ମପୁର ବଡ଼ବଜାର ଥାନା ରଥସାହିର ଯତୀନ୍ ରାଜଗୁରୁ (୩୨)କୁ ଆଜି ଗିରଫ କରି କୋର୍ଟ ଚାଲାଣ କରାଯାଇଛି।

ଆଜି ଏହି ୩ ଜଣ ଅଭିଯୁକ୍ତ ଏକ ପଲସର୍ ବାଇକ୍‌ରେ ବଡ଼ଘାଟି ଆଡ଼େ ଯାଉଥିବା ବେଳେ ଛତ୍ରପୁର ଏସ୍‌ଡିପିଓ ଗୌତମ କିଷାନ୍ ଓ ଖଲ୍ଲିକୋଟ ଥାନାଧିକାରୀ ସତ୍ୟରଞ୍ଜନ ପ୍ରଧାନ ସଦଳବଳେ ସେମାନଙ୍କୁ କାବୁ କରି ନେଇଥିଲେ। ଏହି ପଲସର୍ ଗାଡ଼ି ଉକ୍ତ ଲୁଟ୍ ବେଳେ ବି ବ୍ୟବହୃତ ହୋଇଥିବା ଜଣାପଡ଼ିଛି।

ସେହିପରି ଗିରଫ ୩ ଜଣ ଅଭିଯୁକ୍ତଙ୍କଠୁ ଗୋଟିଏ ଦେଶୀ ପିସ୍ତଲ, ୧୩ଟି ଗୁଳି, ୧୯ହଜାର ୫୦୦ ଟଙ୍କା ଓ ଗୋଟିଏ ପଲସର୍ ଜବତ ହୋଇଛି। ଅଭିଯୁକ୍ତ ତ୍ରିଲୋଚନ ନାମରେ ଖଲ୍ଲିକୋଟ ସମେତ ଅନ୍ୟାନ୍ୟ ଥାନାରେ ମୋଟ ୧୨ଟି ମାମଲା ରହିଛି। ରିସର୍ଟର ୨ କର୍ମଚାରୀ ପ୍ରଭୁକଲ୍ୟାଣ ସ୍ବାଇଁ ଓ ନୀଳକଣ୍ଠ ଦାସ ଏକ କାର୍‌ରେ ଟଙ୍କା ଡିପୋଜିଟ୍ ପାଇଁ ଯାଉଥିଲେ। ଅକ୍ଷୟ କୁମାର ନାୟକ କାର୍ ଚଳାଉଥିଲେ। ଏହି ସମୟରେ ୩ ଜଣ ଦୁର୍ବୃତ୍ତ ମାସ୍କ୍ ଓ ହେଲମେଟ୍ ପିନ୍ଧି ବାଇକ୍‌ରେ ଆସି କାର୍‌କୁ ଅଟକାଇଥିଲେ।

ଚାଳକ ଅକ୍ଷୟଙ୍କ ମୁଣ୍ଡରେ ମାଉଜର୍ ରଖି ୨ କର୍ମଚାରୀଙ୍କଠୁ ୬ଲକ୍ଷ ଟଙ୍କା ଲୁଟି ପଥରା ଅଭିମୁଖେ ଚମ୍ପଟ୍ ମାରିଥିଲେ। ଅକ୍ଷୟ ଭେଜିପୁଟ ଫାଣ୍ଡିରେ ଏତଲା ଦେବା ପରେ ପୁଲିସ ତନାଘନା ଆରମ୍ଭ କରିଥିଲା। ଶେଷରେ ଆଜି ତିନିଜଣ ଅଭିଯୁକ୍ତ ଧରା ପଡ଼ିବା ପରେ ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି। ଅତିରିକ୍ତ ଏସ୍‌.ପି ଠାକୁର ପ୍ରସାଦ ପାତ୍ର, ଛତ୍ରପୁର ଏସଡିପିଓ ଶ୍ରୀ କିଷାନ୍ ଓ ଖଲ୍ଲିକୋଟ ଥାନାଧିକାରୀ ଶ୍ରୀ ପ୍ରଧାନ ଏବଂ ରମ୍ଭା ଥାନାଧିକାରୀ ଦୀପ୍ତିରଞ୍ଜନ ବେହେରା ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe