ଗାଡି ଭଙ୍ଗାରୁଜା ଘଟଣାରେ ୩ ଗିରଫ, ୩ ନାବାଳକ ଅଟକ 

Advertisment
ମାଂସ ପାଇଁ ଦୋକାନୀଙ୍କୁ ଆକ୍ରମଣ, ୨ ଗିରଫ

ClipartLogo.com

ଭବାନୀପାଟଣା: ଭବାନୀପାଟଣା ସହରସ୍ଥିତ ଜେଲଖାନା ଛକ ନିକଟରେ ଗାଡି ଭଙ୍ଗାରୁଜା ଘଟଣାରେ ୩ ଜଣ ଗିରଫ ହୋଇଥିବା ବେଳେ ଅନ୍ୟ ୩ ଜଣ ନାବାଳକଙ୍କୁ ଅଟକ ରଖି ପରେ ସମସ୍ତଙ୍କୁ ଜାମିନରେ ଛାଡି ଦେବା ଘଟଣା ଏଠାରେ ଚର୍ଚ୍ଚାର ବିଷୟ ହୋଇଛି । ପୁଲିସ ସୂତ୍ରରୁ ପ୍ରକାଶ ଯେ, ଭବାନୀପାଟଣା ସହରର ଅଜୟ କୁମାର ଜୈନ ଗତ ୨୫ ତାରିଖ ଦିନ ଥୁଆମୂଳ ରାମପୁର ରାସ୍ତାରେ ପରିବାର ସହିତ କାର ନମ୍ବର ଓଆର୦୮କେ ୩୮୮୮ ଆସୁଥିବା ବେଳେ ଜଣେ ବାଇକ ଆରୋହୀଙ୍କୁ ଭବାନୀପାଟଣା ସ୍ଥିତ ଦୁଆରସନି ଛକ ନିକଟରେ ସାମାନ୍ୟ ଧକ୍କା ଦେବା ଫଳ ରେ ଭାରସାମ୍ୟ ହରାଇ ପଡିଯାଇଥିବା ଅଭିଯୋଗ ହୋଇଥିଲା । ପରେ ଯୁବକ ମାନେ ଗାଡିର ପିଛା କରି ଭବାନୀପାଟଣା ସହରସ୍ଥିତ ଜେଲଖାନା ନିକଟରେ ସଂଗବଦ୍ଧ ଭାବରେ କାରଟିକୁ ଅଟକାଇ ଗାଳିଗୁଲଜ କରିବା ସହିତ ଗାଡି ଭଙ୍ଗାରୁଜା କରି ଘଟଣାସ୍ଥଳରୁ ଫେରାର ହୋଇଥିଲେ ।
ଏନେଇ ଭବାନୀପାଟଣା ଟାଉନ ଥାନାରେ ଏତଲା ଦେବା ପରେ ଟାଉନ ଥାନା ଆଇଆଇସି ସତ୍ୟ କୁମାର ନନ୍ଦ ଘଟଣା ର ତଦନ୍ତ ଆରମ୍ଭ କରିଥିଲେ ।  ସିସିଟିଭି ଫୁଟେଜ କୁ ଆଧାର କରି ଏହି ଘଟଣା ରେ ସମ୍ପୃକ୍ତ ଥିବା   ଅଟାଙ୍ଗଗୁଡାର ସୁନୀଲ ସାହୁ(୧୮), ଆଶା ସାଗରପଡାର ସନ୍ତୋଷ ନାଏକ(୧୮)   ହିଲଟାଉନ ସ୍ଥିତ  ସାହି ନଗର ର ଆନନ୍ଦ ଶବର(୧୮), ଓ ବିଷ୍ଣୁ ଦେବ ପଟେଲ(୧୮), କାଳୀମନ୍ଦିର ପଡା ର ଅର୍ଜୁନ ବାଗ(୧୮) ସମତେ ୫ ଜଣ ଙ୍କୁ ପୁଲିସ ଗିରଫ କରିଥିବା ବେଳେ  ଅନ୍ୟ ୩ ଜଣ ନାବାଳକଙ୍କୁ ପୁଲିସ ଅଟକ ରଖିଥିଲେ । ପରେ ବ୍ୟକ୍ତିଗତ ମୁଚାଲିକାରେ ଥାନାରେ ଜାମିନ ପ୍ରଦାନ କରି ସମସ୍ତଙ୍କୁ ଛଡା ଯାଇଥିଲା ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe