କରୋନା କଟକଣାରେ ବି ଚାଲିଛି ଇଟାଭାଟି, ପୁଲିସ ଅତର୍କିତ ଚଢାଉ କରି ୩ ମାଲିକଙ୍କୁ ବାନ୍ଧିଲା

Advertisment
ଗଞ୍ଜେଇ ଜଵତ ଘଟଣାରେ ଡ୍ରାଇଭର ଗିରଫ

New Indian Express

ଫୁଲବାଣୀ: କରୋନା କଟକଣା ଲକ୍ ଡାଉନକୁ ଖାତିରି ନାହିଁ। ଇଟାଭାଟିରେ ଶ୍ରମିକଙ୍କୁ ଲଗାଇ କାମ କରାଉଛନ୍ତି ମାଲିକ। ଏମିତି ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା କେଳାପଡାରେ। ଏହି ଗାଁ ପାଖରେ ଇଟାଭାଟି ଚାଲିଛି। ଏଥିରେ ୩୦ରୁ ୪୦ ଜଣ ଶ୍ରମିକ କାମ କରୁଛନ୍ତି। ଏଭଳି ଅଭିଯୋଗ ପାଇଁ ଫିରିଙ୍ଗିଆ ଥାନାଧିକାରୀ ଶ୍ୟାମସୁନ୍ଦର ରାଓ ଆଜି ସେଠାରେ ଚଢାଉ କରିଥିଲେ। ଚଢାଉ ସମୟରେ ଶ୍ରମିକମାନେ ସେଠାରୁ ପଳାଇ ଯାଇଥିଲେ। ତାପରେ କୌଣସି ଉପାୟରେ ଇଟାଭାଟି ମାଲିକ ଦୋଳପଡାସାହିର ଜହନ ନାୟକ(୪୬),ଲୁରୁ ନାୟକ(୪୪) ଓ ଅନନ୍ତ ନାୟକ(୪୦) ଘଟଣାସ୍ଥଳରୁ ପଳାଇ ଯିବାକୁ ଉଦ୍ୟମ କରିଥିଲେ। ହେଲେ ପୁଲିସ ସେମାନଙ୍କୁ କାବୁ କରି ଗିରଫ କରିଥିଲା। ଜିଲ୍ଲାର ବିଭିନ୍ନ ଦୁର୍ଗମ ଓ ସଂରକ୍ଷିତ ଜଙ୍ଗଲ ଭିତରେ ବେଆଇନ ଭାବେ ଇଟାଭାଟି ଚାଲିଛି। ଏଥିରେ ମାଲିକମାନେ ଶ୍ରମିକଙ୍କୁ ନେଇ କାମ କରାଉଛନ୍ତି। ଏହା ଦ୍ବାରା କରୋନା ସଂକ୍ରମିତ ହେବାର ସମ୍ଭାବନା ରହିଛି। ଏ ନେଇ ପ୍ରଶାସନ ଓ ପୁଲିସର ଚଢାଉ ଜୋରଦାର ହେବା ଜରୁରୀ ହୋଇ ପଡିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe