ଚାରି ପୃଥକ ଅବକାରୀ ମାମଲାରେ ୩ ଗିରଫ

ଚାରି ପୃଥକ ଅବକାରୀ ମାମଲାରେ ୩ ଗିରଫ

Sambad

ଖୋର୍ଦ୍ଧା: ଆଜି ଖୋର୍ଦ୍ଧା ଅବକାରୀ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ଉ କରାଯାଇ ଚାରିଟି ପୃଥକ ମାମଲାରେ ତିନିଜଣଙ୍କୁ ଗିରଫ କରାଯାଇଥିବା ବେଳେ ଗୋଟିଏ ମାମଲାରେ ଅବକାରୀ ବିଭାଗ କର୍ମଚାରୀ ପହଞ୍ଚିବା ପୂର୍ବରୁ ଅଭିଯୁକ୍ତ ଫେରାର ହୋଇ ଯାଇଛନ୍ତି। କାଇପଦର ନିକଟରୁ ମହେଶ୍ୱର ଗଜେନ୍ଦ୍ର (୪୮)ଙ୍କୁ ଗିରଫ କରାଯାଇଥିବା ବେଳେ ତାଙ୍କ ନିକଟରୁ ୪୦ଲିଟର ଦେଶୀ ମଦ ଓ ଗୋଟିଏ ମୋଟର ସାଇକଲ ଜବତ କରାଯାଇଛି। ସେହିଭଳି, କାଇପଦର ନିକଟରୁ ମହେଶ୍ୱର ମହାରଣା (୩୭)ଙ୍କୁ ଗିରଫ କରାଯାଇ ତାଙ୍କ ନିକଟରୁ ୩୦ଲିଟର ଦେଶୀ ମଦ ଜବତ କରାଯାଇଛି। ଗୁରୁଜଙ୍ଗ ଭୋଇସାହି ନିକଟରୁ ତୃପ୍ତିନାରାୟଣ ନାୟକ (୩୨)ଙ୍କୁ ଗିରଫ କରାଯିବା ସହ ୨୦ଲିଟର ଦେଶୀମଦ ଜବତ କରଯାଇଛି।

ଅନ୍ୟ ଏକ ମାମଲାରେ ୩୫୦୦ କିଲୋଗ୍ରାମ ୱାସ୍ (ମଦ କଞ୍ଚାମାଲ) ଓ ୩ଶହ ଲିଟର ଦେଶୀମଦ ଜବତ କରାଯାଇଥିବା ବେଳେ ଅଭିଯୁକ୍ତ ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିବା ଜଣାଯାଇଛି। ଏନେଇ ଖୋର୍ଦ୍ଧା ଅବକାରୀ ଥାନାରେ ଯଥାକ୍ରମେ ୫୧, ୫୨, ୫୩ ଓ ୫୦/୨୦୨୩-୨୪ରେ ମାମଲା ରୁଜୁ କରାଯାଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe