୨୦ ଗ୍ରାମ ବ୍ରାଉନସୁଗାର ଜବତ, ୩ ଗିରଫ

୨୦ ଗ୍ରାମ ବ୍ରାଉନସୁଗାର ଜବତ, ୩ ଗିରଫ

Sambad

ଖୋର୍ଦ୍ଧା: ବିଡିଏ କଲୋନିର ଏକ ଭଡ଼ା ଘରେ ଖୋର୍ଦ୍ଧା ଟାଉନ ଥାନା ପୁଲିସ ପକ୍ଷରୁ ଚଢ଼ଉ କରାଯାଇ ୨୦ ଗ୍ରାମ ବ୍ରାଉନସୁଗାର ଜବତ କରାଯିବା ସହ ଏହି ମାମଲାରେ ତିନିଜଣଙ୍କୁ ଗିରଫ କରାଯାଇଛି। ସୋମବାର ଅପରାହ୍ନରେ ହୋଇଥିବା ଏହି ଚଢ଼ଉରେ ୨୦ ଗ୍ରାମ ବ୍ରାଉନସୁଗାର ଜବତ କରାଯାଇଛି। ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୨ଲକ୍ଷଟଙ୍କା ହେବ। ଏହାସହ ଏକ ପଲ୍‌ସର ଏନ୍‌ଏସ୍‌-୨୦୦ (ଓଡି୦୨ସିଜେ୪୭୪୪)କୁ ଜବତ କରାଯାଇଛି।

ଏଥିରେ ସାମନ୍ତରାପୁର ସିଦ୍ଧେଶ୍ବର ମନ୍ଦିର ସମ୍ମୁଖ ଶିବ ବେହେରା ଓରଫ ଛଇଳ ଓରଫ ଗାଲା (୨୬), ବିଡିଏ କଲୋନି ଏଲ୍‌/୨୭ରେ ରହୁଥିବା ଯାଜପୁର ଜିଲ୍ଲା ଆଟପୁଟିଆର ମନୋଜ ପଲେଇ (୨୬), ନୟାଗଡ଼ ମହତପଲ୍ଲାର ଅନୀଲ କୁମାର ଦାସ (୨୯)କୁ ଗିରଫ କରାଯାଇଛି। ଏନେଇ ୫୬୩/୨୦୨୩ରେ ଏକ ମାମଲା ରୁଜୁ କରାଯାଇ କୋର୍ଟ ଚାଲାଣ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe