ଗଞ୍ଜେଇ ଚାଲାଣ ମାମଲାରେ ୩ ଗିରଫ, ଅଟୋ-ବାଇକ ଓ ୩ ମୋବାଇଲ୍ ଜବତ

Advertisment
ଗଞ୍ଜେଇ ଚାଲାଣ ମାମଲାରେ ୩ ଗିରଫ, ଅଟୋ-ବାଇକ ଓ ୩ ମୋବାଇଲ୍ ଜବତ

ଜୟପୁର: କୋରାପୁଟ ଜିଲ୍ଲା ଲମତାପୁଟ ଅଞ୍ଚଳରୁ ରାଜ୍ୟ ବାହାରକୁ ଗଞ୍ଜେଇ ଚାଲାଣ ଅଭିଯୋଗରେ ଜୟପୁର ସଦର ପୁଲିସ ୩ ଜଣ ଅଭିଯୁକ୍ତକୁ ଗିରଫ କରିଛି। ସେମାନଙ୍କ ଠାରୁ ଗୋଟିଏ ଅଟୋ (ଏଏଫ୍ ୩୧ ୱାଇ ୯୦୪୨), ଗୋଟିଏ ବାଇକ୍ (ଓଡି ୧୦ ଇ ୬୨୫୮) ଓ ୩ଟି ମୋବାଇଲ ଜବତ କରିଛି। ଅଭିଯୁକ୍ତମାନେ ହେଲେ ମାଛକୁଣ୍ଡ ଥାନା ଅନ୍ତର୍ଗତ କଣ୍ଟିଗୁଡା ଗ୍ରାମର ମଧୁ ମୁଚମ୍ (୨୮), ବାସୁ ମୁଚମ୍ (୨୭) ଓ ଶ୍ୟାମ ସୁନ୍ଦର ମୁଚମ୍ (୧୯)। ୩ ଜଣ ଅଭିଯୁକ୍ତକୁ ଆଜି କୋର୍ଟ ଚାଲାଣ କରାଯାଇଥିବା ସଦରଥାନା ଅଧିକାରୀ ଆଦିତ୍ୟ ମହାକୁର କହିଛନ୍ତି।

ସୂଚନାଯୋଗ୍ୟ, ଲମତାପୁଟ ଅଞ୍ଚଳରୁ ବାହାର ରାଜ୍ୟକୁ ଗଞ୍ଜେଇ ଚାଲାଣ ହେଉଥିବା ନେଇ ସଦର ପୁଲିସ ବିଶେଷ ସୁତ୍ରରୁ ଖବର ପାଇଥିଲା। ଏନେଇ ସ୍ଥାନୀୟ ମେଡିକାଲ ଛକ ଠାରେ ଗାଡିଗୁଡିକୁ ଯାଞ୍ଚ କରୁଥିନଲେ। ସେହି ସମୟରେ ଗୋଟିଏ ବାଇକ ଏସକର୍ଟ କରୁଥିବା ବେଳେ ପଛରେ ଅଟୋଗରେ ଗଞ୍ଜେଇ ଆସୁଥିଲ। ଏସ୍ଆଇ ଏନ୍ କେ ତପୋ ଓ ପୁଲିସ ଟିମ୍ ବାଇକ ଓ ଅଟୋକୁ କାବୁ କରିଥିଲେ। ଅଟୋକୁ ଯାଞ୍ଚ କରିବା ବେଳେ ସେଥିରେ ଗଞ୍ଜେଇ ରହିଥିବାର ଜାଣିବାକୁ ପାଇଥିଲେ। ତାହାକୁ ଓଜନ କରିବାରୁ ସେଥିରେ ୫୦ କିଲୋଗ୍ରାମ ଗଞ୍ଜେଇ ମିଳିଥିଲା, ଯାହାର ଆନୁମାନିକ ମୂଲ୍ୟ ୫ ଲକ୍ଷ ଟଙ୍କା ହେବ। ଏନେଇ ଜୟପୁର ସଦର ଥାନାରେ ୧୧୮/୨୧ ନମ୍ବରରେ ମାମଲା ରୁଜୁ କରି ୩ ଜଣ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe