କୋରାପୁଟ ପୁଲିସ ହାତରେ ବାଇକ୍‌ ଚୋରି ଗ୍ୟାଙ୍ଗ; ୧୫ ଗାଡି ଜବତ, ୩ ଗିରଫ

ଗାଡି ଅସଲୀ କିନ୍ତୁ ନମ୍ବର ନକଲି

କୋରାପୁଟ ପୁଲିସ ହାତରେ ବାଇକ୍‌ ଚୋରି ଗ୍ୟାଙ୍ଗ; ୧୫ ଗାଡି ଜବତ, ୩ ଗିରଫ

Sambad

କୋରାପୁଟ: ଗାଡି ଅସଲୀ କିନ୍ତୁ ନମ୍ବର ନକଲି। ସବୁବାଇକର ନମ୍ବର ପ୍ଲେଟ ଅଲଗା। କେଉଁଟି ଆନ୍ଧ୍ରର ଆଉ କେଉଁଠି ଛତିଶଗଡର। ନମ୍ବର ପରିବର୍ତ୍ତନ କରି ବ୍ୟବହାର ହେଉଥିଲା ଏହି ବାଇକ୍‌। ଏନେଇ କୋରାପୁଟ ଏସଡିପିଓ ଗୁଣନିଧି ମଲ୍ଲିକ ଓ ଆଇଆଇସି ଧରେନ୍ ପଟ୍ଟନାୟକ ଏକ ସାମ୍ବାଦିକ ସମ୍ମିଳନି କରି ଗ୍ୟାଙ୍ଗର ପର୍ଦ୍ଦାଫାସ କରିଛନ୍ତି। କୋରପୁଟ ଟାଉନ ପୁଲିସ ଆଜି ଏକ ଚୋରା ବାଇକ ଗ୍ୟାଙ୍ଗକୁ ଧରି କୋର୍ଟ ଚାଲାଣ କରିଛି। ଏହି ଗ୍ୟାଙ୍ଗରେ ତିନିଜଣ ଯୁବକ ରହିଥିବାବେଳେ କୋରପୁଟ ଓ ଜୟପୁର ଅଞ୍ଚଳର ବୋଲି ଜଣାପଡିଛି। ସେମାନେ ହେଲେ ପୂଜାରୀପୁଟ ଅଞ୍ଚଳର ଚନ୍ଦନ ବଢେଇ(୨୦), ଜୟପୁର ବ୍ଲକ ସୌରାଗୁଡାର ରିଙ୍କୁ ପଟ୍ଟନାୟକ(୨୧) ଓ ସଲପା ଗାଁରେ ସନ୍ତୋଷ କୁମାର ସିଂହ (୨୨)। ଏମାନଙ୍କ ନିକଟରୁ ୧୫ଟି ଗାଡି ଜବତ ହୋଇଛି। ଏହି ଗାଡି ମଧ୍ୟରେ ପ୍ରାୟ ଗୋଟିଏ ରକମର ବାଇକ ରହିଛି।

ଏହି ଗ୍ୟାଙ୍ଗ ପଛରେ ରହିଛି ଆଉ ଜଣେ ମାଷ୍ଟରମାଇଣ୍ଡ। ଯୁବକ ଜଣକ ହେଲେ କୋରାପୁଟ ପୂଜାରିପୁଟ ଅଞ୍ଚଳର ଅଜିତ ପାଣିଗ୍ରାହୀ (୨୨)। ମେ ମାସ ୨୫ ତାରିଖରେ ପୁଲିସ ୧୩୩/୨୧ରେ ଏକ ବାଇକ ଚୋରି ହୋଇଥିବା ନେଇ ଅଭିଯୋଗ ପାଇଥିଲା। ଏହାକୁ ତଦନ୍ତ କରିବାପରେ ପୂଜାରିପୁଟର ଅଜିତ ପାଣିଗ୍ରାହୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲାବେଳେ ତାହାଠାରୁ ଗୋଟିଏ ଗାଡି ଜବତ ହୋଇଥିଲା। ଏହାପ‌ରେ ଲଗାତାର ଭାବେ ୧୩୭/୨୧, ୧୪୩/ ୨୧, ୧୪୪/୨୧ରେ ୪ଟି ମାମଲା ରୁଜୁ ହୋଇଥିଲା।

publive-image Sambad

ଅଜିତକୁ ପଚରାଉଚୁରା କରିବା ପରେ ସେ ଚନ୍ଦନ, ରିଙ୍କୁଙ୍କ ଠିକଣା ଦେଇଥିଲା। ଏହାପରେ ପୁଲିସ ସେମାନଙ୍କୁ ଧରିବାପରେ ସନ୍ତୋଷ ନିକଟରେ ୪ଟି ଗାଡି ରହିଥିବା ଜଣାପଡିଥିଲା। ଏହାପରେ ଚନ୍ଦନଠୁ ୬ଟି ଓ ରିଙ୍କୁଠୁ ୪ଟି ଗାଡି ଜବତ ହୋଇଥିଲା। ଏହାକୁ ଏହି ତିନିଜଣ ବିକ୍ରି କରୁଥିଲେ। ତେବେ ସବୁଠ ବଡ କଥା ହେଲା କୋରାପୁଟର ମେଡିକାଲ ଓ ଏହାର ଆଖପାଖ ଅଞ୍ଚଳ ସହ ଜୟପୁର ସହରରେ ଏହିମାନଙ୍କର ଚରାଭୁଇଁ ରହିଥିଲା। ଏହି ଅଞ୍ଚଳରୁ ଚୋରି କରି ଚନ୍ଦନ, ଅଜିତ ଓ ରିଙ୍କୁ ସଲପାକୁ ନେଉଥିଲେ। ସେଠାରେ ସନ୍ତୋଷ ବିଭିନ୍ନ ଗରାଖଙ୍କୁ ମୁଲଚାଲ କରି ବିକ୍ରି କରୁଥିଲା। ଗାଡି ବିକ୍ରି ହେବା ପୂର୍ବରୁ ଏହି ତିନିଜଣ ସହରରେ ଅଶଲି ଗାଡିରେ ନକଲି ନମ୍ବର ପ‌େ୍ଲଟ ଲଗାଇ ଚଳପ୍ରଚଳ କରୁଥିଲେ। ଦରକାର ପଡୁଥିଲେ ଗାଡିର ରଙ୍ଗ ମଧ୍ୟ ପରିବର୍ତ୍ତନ କରି ଦେଉଥିଲେ। ଏଡି ରଙ୍ଗ ପରିବର୍ତ୍ତନ ସହ କିଛି ଗ୍ୟାରେଜର କର୍ମକର୍ତ୍ତାଙ୍କ ସମ୍ପୃକ୍ତି ରହିଥିବା ଜଣାପଡିଛି। ଆଜିର ସମ୍ବାଦିକ ସମ୍ମିଳନୀରେ ଏସଆଇ ସୁଦର୍ଶନ ଅଧିକାରୀ, ଯୋଶବନ୍ଦ ସେଲମା, ଏସ.ପି ମାଝି ଉପସ୍ଥିତ ରହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe