ଡାବୁଗାଁ ବନବିଭାଗର ଚଢାଉ: ୩ ଗିରଫ, ବିପୁଳ ପରିମାଣର କାଠ ପଟା ଜବତ

ଡାବୁଗାଁ ବନବିଭାଗର ଚଢାଉ: ୩ ଗିରଫ, ବିପୁଳ ପରିମାଣର କାଠ ପଟା ଜବତ

ଡାବୁଗାଁ: ନବରଙ୍ଗପୁର ଜିଲ୍ଲାର ଡାବୁଗାଁ ବନାଞ୍ଚଳ ଅନ୍ତର୍ଗତ ନାଗ ଯୋଡ଼ି ଗ୍ରାମ ଓ ଅଞ୍ଚଳା ସଂରକ୍ଷିତ ଜଙ୍ଗଲରେ ପୃଥକ୍ ପୃଥକ୍ ଚଢ଼ାଉ କରାଯାଇ ୩ ଜଣଙ୍କୁ କାଠ ପଟା ଓ ବଳା ସହ ଗିରଫ କରାଯାଇ ମାମଲା ଦାୟର କରି କୋର୍ଟ ଚାଲାଣ କରାଯାଇଛି। ସେମାନଙ୍କ ନିକଟରୁ ବିଭିନ୍ନ କାଠ କଟା ବୈଦୁତିକ ଯନ୍ତ୍ରପାତି ତଥା ଟାଙ୍ଗିଆ ଜବତ କରାଯାଇଛି। ଗିରଫ ତିନିଜଣ ହେଲେ ନାଗ ଯୋଡ଼ି ଗ୍ରାମର ସୁଶାନ୍ତ ପନକା (୩୦), ହଳଦୀ ଗ୍ରାମର ଚେନ ସିଂ ଜାନି (୪୮) ଓ କପିଳାସ ପୂଜାରୀ (୨୮)।

ସୂଚନା ଅନୁଯାୟୀ ଡାବୁଗାଁ ବନାଞ୍ଚଳ ଅନ୍ତର୍ଗତ ନାଗ ଯୋଡ଼ି ଗ୍ରାମରେ ବେଆଇନ ଭାବରେ ବିଭିନ୍ନ ଗଛର କାଠ ପଟା କାଟି ବ୍ୟବସାୟ ଉଦ୍ଦେଶ୍ୟରେ ସେହି ଗ୍ରାମର ସୁଶାନ୍ତ ପନକା ନିଜ ଘରେ ରଖିଥିଲା। ତେବେ କୌଣସି ସୂତ୍ରରୁ ଡାବୁଗାଁ ବାନାଞ୍ଚଳ ଅଧିକାରୀ ସେତୁ ରଞ୍ଜନି ଗମାଙ୍ଗଙ୍କ ନିର୍ଦ୍ଦେଶ କ୍ରମେ ଡାବୁଗାଁ ବନ କର୍ମଚାରୀମାନେ ମଙ୍ଗଳବାର ନାଗ ଯୋଡ଼ି ଗ୍ରାମରେ ଅତର୍କିତ ଚଢ଼ାଉ କରି ସୁଶାନ୍ତ ପନକାର ଘର ମଧ୍ୟରୁ ବିପୁଳ ପରିମାଣର କାଠ ପଟା ଜବତ କରିଥିଲେ। ଏଥି ସହ କାଠ ପଟା କାଟିବା ବୈଦ୍ୟୁତିକ ମେସିନ ସହ ହାତ ମେସିନ ମଧ୍ୟ ଜବତ କରିଥିଲେ।

ଜବତ କରାଯାଇଥିବା ବିଭିନ୍ନ ଗଛର କାଠ ପଟାର ଆନୁମାନିକ ମୂଲ୍ୟ ୪୦ ହଜାରରୁ ଉର୍ଦ୍ଧ ଟଙ୍କା ହେବ ବୋଲି ବନାଞ୍ଚଳ ଅଧିକାରୀ ସୂଚନା ଦେଇଛନ୍ତି। ସୁଶାନ୍ତ ପନକାକୁ କେଶ୍ ନ ୪୬/୨୦/୨୧ ରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରାଯାଇଥିଲା। ସେହିପରି ଡାବୁଗାଁ ବନାଞ୍ଚଳ ବାଇଗାଁ ବିଟ ଅନ୍ତର୍ଗତ ଅଞ୍ଚଳା ସଂରକ୍ଷିତ ଜଙ୍ଗଲ ମଧ୍ୟରେ ବେଆଇନ ଭାବରେ ହଳଦି ଗ୍ରାମର ଚେନ ସିଂ ଜାନି (୪୮) ଓ କପିଳାସ ପୂଜାରୀ (୨୮) ଅବାଧ ଭାବରେ ଜଙ୍ଗଲ ମଧ୍ୟରେ ପ୍ରବେଶ କରି ୨୦ ଗୋଟି ବଳା କାଠ କାଟି ନେବାକୁ ଉଦ୍ୟତ ହେଉଥିବା ସମୟରେ ସେଠାରେ ପେଟ୍ରୋଲିଂ କରୁଥିବା ଡାବୁଗାଁ ବନ ବିଭାଗ କର୍ମଚାରୀ ହାତରେ ଧରା ପଡ଼ିଥିଲେ। ସେମାନଙ୍କ ନିକଟରୁ  ଟି ଟାଙ୍ଗିଆ ମଧ୍ୟ ଜବତ କରାଯାଇଥିଲା` ଉଭୟଙ୍କୁ ବନବିଭାଗ କର୍ମଚାରୀ ଗିରଫ କରିଥିବା ବେଳେ ତାଙ୍କ ନିକଟରୁ ୨୦ ଗୋଟି ବଳା କାଠ ଜବତ କରି ଥିଲେ। ଡାବୁଗାଁ ବନ ବିଭାଗ ପକ୍ଷରୁ ଏହି ପୃଥକ୍ ପୃଥକ୍ ଚଢ଼ାଉରେ ଡାବୁଗାଁ ବନପାଳ ଲକ୍ଷ୍ମୀକାନ୍ତ ସାହୁ, ଜଟାବାଲ୍ ବନପାଳ ରାମଚନ୍ଦ୍ର ଜାନି, ଜଟାବାଲ୍ ବିଟ୍ ବନପାଳ ସୁରେଶ ମଣ୍ଡଳ, ବନରକ୍ଷୀ ମନରଞ୍ଜନ ନାୟକ, ପ୍ରକାଶ ସରକାର, କୁନ୍ତଳା ଖୁରା, ସରସ୍ଵତୀ ମେହେର, ରୀତାରାଣୀ ବିଶ୍ୱାସ ରାୟ, ଭଗବାନ ଭତରା, ପାରା ଫରେଷ୍ଟର କର୍ମଚାରୀ ଓ ଅଗ୍ନି ନିର୍ବାପକ ସ୍କୁଆଡ ସାମିଲ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe