ବେଆଇନ ବିସ୍ପୋରଣ ଉଦ୍ୟମ ବେଳେ ୩ ଗିରଫ, ବିପୁଳ ପରିମାଣର ଜିଲେଟିନ ଷ୍ଟିକ ଜବତ

Advertisment
ବେଆଇନ ବିସ୍ପୋରଣ ଉଦ୍ୟମ ବେଳେ ୩ ଗିରଫ, ବିପୁଳ ପରିମାଣର ଜିଲେଟିନ ଷ୍ଟିକ ଜବତ

Sambad

ସେମିଳିଗୁଡା/କୋରାପୁଟ: ବେଆଇନ ଭାବେ ଜିଲେଟିନ ଷ୍ଟିକ ଲଗାଇ ପଥର ବିସ୍ପୋରଣ କରିବାକୁ ଉଦ୍ୟମ କଲାବେଳେ ସେମିଳିଗୁଡା ପୋଲିସ ଦ୍ୱାରା ୩ ଜଣ ଗିରଫ ହେବା ସହିତ ତାଙ୍କ ଠାରୁ ୯୬ ଟି ଜିଲେଟିନ ଷ୍ଟିକ ଜବତ କରାଯାଇଥିବା ବେଳେ ପଥର ରେ ଲାଗି ରହିଥିବା ଅନ୍ୟ ଷ୍ଟିକ ଗୁଡିକୁ ବୋମା ନିଷ୍କ୍ରିୟକାରୀ ଦଳ ପହଞ୍ଚି ନଷ୍ଟ କରିଛନ୍ତି ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ ସେମିଳିଗୁଡା ସହର ଉପକଣ୍ଠ ବେହେରା ଗୁଡା ନିକଟରେ ଜୈନେକ ବ୍ୟକ୍ତିଙ୍କ ଜମିରେ ବଡ଼ ବଡ଼ ପଥର ଚଟାଣ ଥିବାରୁ ତାକୁ ବିସ୍ପୋରଣ କରି ସମତୁଲ କରିବା ପାଇଁ ପୋଲିସର ବିନା ଅନୁମତିରେ ଜିଲେଟିନ ଷ୍ଟିକ ଲଗା ଯାଉଥିବା ସୂଚନା ମିଳିବା ପରେ ସେମିଳିଗୁଡା ପୋଲିସ ଏସଆଇ ଦୀପକ କୁମାର ବାରିକ ଘଟଣାସ୍ଥଳରେ ପହଞ୍ଚି ଜିଲେଟିନ ଷ୍ଟିକରେ ତାର ଲଗାଉଥିବା ଅଭିଯୋଗରେ ଲୁଙ୍ଗୁରି ଗ୍ରାମର ଧନୀ ଖରା, ଗୋବିନ୍ଦ ଖରା ଏବଂ ମାନିଆର ତ୍ରିନାଥ ବେନିଆକୁ ଗିରଫ କରିବା ସହ ୯୬ ଟି ଜିଲେଟିନ ଷ୍ଟିକ, ୧୭ ଟି ଦିଟୋନେଟର ଓ ୪ ବଣ୍ଡଲ ତାର ଜବତ କରିଛି।

publive-image Sambad

ତେବେ ପ୍ରାୟ ୪୦ ରୁ ଉର୍ଦ୍ଧ୍ବ ଜିଲେଟିନ ପଥର ରେ ଗାତ ଖୋଳି ଲଗାଯାଇଥିବାରୁ ଏହାକୁ ନଷ୍ଟ କରିବା ପାଇଁ କୋରାପୁଟରୁ ଚି଼ନେୟା ରେଡିଙ୍କ ସମେତ ୫ ଜଣିଆ ବୋମା ନିଷ୍କ୍ରିୟକାରୀ ଦଳ ପହଞ୍ଚି ଆଜି ସେଗୁଡିକୁ ନଷ୍ଟ କରିଥିଲେ ସେମିଳିଗୁଡା ଥାନା କେସ ନ ୧୪୦/୨୨ ମାମଲା ରୁଜୁ କରାଯାଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି। ତେବେ ସହର ଉପକଣ୍ଠରେ ଜିଲେଟିନ ଓ ଦିଟୋନେଟର ବ୍ୟବହାର କିପରି କରାଯାଉଥିଲା ଓ ଏତେ ପରିମାଣର ବିସ୍ପୋରକ କୋଉଠୁ ଆସିଲା ଏ ନେଇ ଅଧିକ ତଦନ୍ତ ଚାଲିଥିବା ସୁନାବେଡା ଏସଡିପିଓ  ମନୋଜ ବେହେରା ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe