ହରିଣ ମାଂସ ଭାଗବଣ୍ଟା ବେଳେ ୩ ଶିକାରୀ ଗିରଫ, ମାଂସ-ଚମଡ଼ା ଓ ଦେଶୀ ବନ୍ଧୁକ ଜବତ

ହରିଣ ମାଂସ ଭାଗବଣ୍ଟା ବେଳେ ୩ ଶିକାରୀ ଗିରଫ, ମାଂସ-ଚମଡ଼ା ଓ ଦେଶୀ ବନ୍ଧୁକ ଜବତ

ରିଆମାଳ: ଜଙ୍ଗଲରୁ ହରିଣ ଶିକାର କରି ଆଣି ଘରେ ମାଂସ ଭାଗବଣ୍ଟା କରୁଥିବା ବେଳେ ଶୁକ୍ରବାର ଦେବଗଡ଼ ଜିଲ୍ଲା ରିଆମାଳ ବନ ବିଭାଗ ଚଢଉ କରି ୩ ଜଣ ଶିକାରୀଙ୍କୁ ଗିରଫ କରିଛି। ସେମାନଙ୍କ ଠାରୁ ୩ କିଲୋ ହରିଣ ମାଂସ ସହ ଏକ କଟା ମୁଣ୍ଡ, ଚମଡ଼ା ତଥା ଦେଶୀ ବନ୍ଧୁକ ଜବତ କରାଯାଇଛି ବୋଲି ରେଞ୍ଜର ସୁରେନ୍ଦ୍ର ସାହୁ ସୂଚନା ଦେଇଛନ୍ତି। ପ୍ରାପ୍ତ ସୂଚନାନୁସାରେ ରିଆମାଳ ବନାଞ୍ଚଳ ଅନ୍ତର୍ଗତ ବୁରୁବୁଡା ଗ୍ରାମ ନିକଟ କଂକରଖୋଳ ପିଆର୍‌ଏଫ୍‌ ଜଙ୍ଗଲରେ ଶୁକ୍ରବାର ରାତିରେ କିଛି ଶିକାରୀ ପଶି ହରିଶ ଶିକାର କରିଥିଲେ। ସେମାନେ ହରିଣଟିକୁ ଆଣି ବୁରୁବୁଡା ଗ୍ରାମର ମୁକ୍ତେଶ୍ୱର ନାୟକଙ୍କ ଘରେ କାଟି ମାଂସ ଭାଗବଣ୍ଟା କରୁଥିଲେ।

କୌଣସି ସୂତ୍ରରୁ ଖବର ପାଇ ରେଞ୍ଜର ଶ୍ରୀ ସାହୁଙ୍କ ନେତୃତ୍ୱରେ ରିଆମାଳ ଫରେଷ୍ଟର୍‌ ତୁଷାର ରଞ୍ଜନ ପ୍ରଧାନ, ଫରେଷ୍ଟଗାର୍ଡ ମୀନା ବେହେରା ଘଟଣାସ୍ଥଳରେ ଚଢ଼ଉ କରିଥିଲେ। ଚଢ଼ଉ ବେଳେ ସେଠାରୁ ଉପରୋକ୍ତ ସାମଗ୍ରୀ ସହ ମାଂସ କଟାରେ ବ୍ୟବହୃତ ଏକ ଟଙ୍ଗିଆ ଓ ପନିକି ମଧ୍ୟ ଜବତ କରାଯାଇଛି। ଏଥି ସହିତ ମୁକ୍ତେଶ୍ୱର ସହ ଉକ୍ତ ଗ୍ରାମର ବିଶିକେଶନ କିଷାନ, ବିପିନ ଦାସକୁ ଗିରଫ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe