Times of India
ବାଲିଅନ୍ତା: ଧଉଳି ଥାନା ପୁଲିସ ଆଜି ଜଣେ କିନ୍ନରଙ୍କ ମୋବାଇଲ ଫୋନ ଲୁଟ ମାମଲାରେ ୩ ଜଣ ଲୁଟେରାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନେ ହେଲେ ସ୍ଥାନୀୟ କୁମାରଡିହ ଗ୍ରାମର ମକରା ସାହୁ(୩୬), ପ୍ରିୟବ୍ରତ ସାହୁ(୨୫) ଏବଂ ସୁମନ୍ତ ଦାସ(୨୨)। ତେବେ କୋର୍ଟରେ ଜାମିନ ଖାରଜ ହେବାରୁ ଝାରପଡ଼ା ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିବା ସୂଚନା ରହିଛି। ସେମାନଙ୍କ ନିକଟରୁ ପୁଲିସ ଉକ୍ତ ଚୋରି ମୋବାଇଲ ଫୋନକୁ ମଧ୍ୟ ଜବତ କରିଛି। ମୋବାଇଲ ଛଡ଼ାଇ ନେବା ସଂପର୍କରେ ଖଣ୍ଡଗିରି ଥାନା ଗଣ୍ଡମୁଣ୍ଡା ଅଞ୍ଚଳର ଜଣେ କିନ୍ନର ଧଉଳି ଥାନାରେ ଲିଖିତ ଅଭିଯୋଗ କରିଥିଲେ। ତାଙ୍କ ଅଭିଯୋଗକୁ ଭିତ୍ତିକରି କରି ଧଉଳି ଥାନାରେ କେସ ନଂ- ୧୭୦/୧୧ରେ ମାମଲା ରୁଜୁ କରାଯାଇଛି।
ସୂଚନାଅନୁଯାୟୀ, କିନ୍ନର ଜଣଙ୍କ ଗତକାଲି ଅପରାହ୍ନରେ ଶାନ୍ତିସ୍ତୂପରେ ବୁଲାବୁଲି କରୁଥିବା ବେଳେ ସମ୍ପୃକ୍ତ ୩ ଜଣ ଯୁବକ ତାଙ୍କ ମୋବାଇଲ ଫୋନ ଛଡ଼ାଇ ନେଇ ଫେରାର ହୋଇ ଯାଇଥିଲେ। ପରେ ଅନ୍ୟ ଜଣକୁ ବିକ୍ରି କରି ଦେବାକୁ ଚେଷ୍ଟା କରିଥିଲେ। ଅଭିଯୋଗ ଆଧାରରେ ପୁଲିସ ଖବର ପାଇ ସେମାନଙ୍କୁ ଗିରଫ କରିଥିଲେ।
Follow Us