ଜମିଜମା ବିବାଦକୁ କେନ୍ଦ୍ର କରି ମାରଣାସ୍ତ୍ର ଆକ୍ରମଣରେ, ୩ ଗୁରତର 

Advertisment
ଜମିଜମା ବିବାଦକୁ କେନ୍ଦ୍ର କରି ମାରଣାସ୍ତ୍ର ଆକ୍ରମଣରେ, ୩ ଗୁରତର 

ବାଲିପାଟଣା: ବନମାଳିପୁର ଫାଣ୍ଡି ଅନ୍ତର୍ଗତ ଅଭୟମୁଖି ଗ୍ରାମରେ ଜମି ବାଡ଼ି ପୂର୍ବ ବିବାଦକୁ କେନ୍ଦ୍ର କରି ଆଜି ହଣାକଟା ହୋଇଛି। ପ୍ରତିପକ୍ଷଙ୍କ ମାରଣାସ୍ତ୍ର ଆକ୍ରମଣରେ ପ୍ରମୋଦ ଦାଶ ତାଙ୍କ ପତ୍ନୀ ସୁନିତା ଦାଶ ଓ ପୁଅ ସୁବ୍ରତ ଦାଶ ଗୁରୁତର ଆହତ ହୋଇଛନ୍ତି। ଆହତ ବ୍ୟକ୍ତି ମାନଙ୍କୁ ପ୍ରଥମେ ବାଳକାଟୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପ୍ରାଥମିକ ଚିକିତ୍ସା କରାଯାଇଥିଲା। ଅବସ୍ଥା ଗୁରତର ହେବାରୁ କ୍ୟାପିଟାଲ ହସ୍ପିଟାଲକୁ ପଠାଇ ଦିଆଯାଇଛି।

ସୂଚନା ଅନୁସାରେ, ଅଭୟମୁଖୀ ବେହେରା ସାହି ଗ୍ରାମରେ ସ୍ବର୍ଗତ ଗଙ୍ଗାଧର ଦାଶଙ୍କ ପୁଅ ସମୀର ଦାଶ ଓ ସ୍ବର୍ଗତ ଭ୍ରମରବର ଦାଶଙ୍କ ପୁଅ ପ୍ରମୋଦ ଦାଶଙ୍କ ମଧ୍ୟରେ ପୈତୃକ ସମ୍ପତି ଉପରେ ଘର କରିଥିଲେ। ପୂର୍ବରୁ ଘର ଡ଼ିହକୁ କେନ୍ଦ୍ରକରି ବିବାଦ ଲାଗି ରହିଥିଲା। ପ୍ରମୋଦ ମାଟି ପୋତି ନିର୍ମାଣ କରିଥିବା ବାଟରେ ସମୀରଙ୍କ ପରିବାର ଜୋର ଜବରଦସ୍ତ ଯାଆଆସ କରୁଥିଲେ। ପ୍ରମୋଦଙ୍କ ପରିବାର ଲୋକେ ଭଦ୍ର ଲୋକଙ୍କ ନିଷ୍ପତି କୁ ମାନି ନିଜ ଜେଗାରେ ବାଡ଼ ବୁଜିଥିଲେ। ସମୀରଙ୍କ ପରିବାର କିନ୍ତୁ ଭଦ୍ର ବ୍ୟକ୍ତିଙ୍କ ନ୍ୟାୟକୁ ମାନୁ ନ ଥିଲେ। ଗତ ଫ୍ରେବୁଆରି ମାସରେ ଘଟଣାକୁ କେନ୍ଦ୍ର କରି ଉଭୟଙ୍କ ମଧ୍ୟରେ କଜିଆ ହୋଇଥିଲା। ସେତେବେଳେ ପ୍ରମୋଦ ଥାନାରେ ଅଭିଯୋଗ କରିଥିଲେ ଏବଂ ନିଜ ଜୀବନ ପ୍ରତି ବିପଦ ଥିବା ପୁଲିସକୁ ଜଣାଇଥିଲେ। ହେଲେ ପୁଲିସ ଘଟଣା କୁ ଗୁରତ୍ବ ଦେଇ ନ ଥିବା ପ୍ରମୋଦ କହିଛନ୍ତି।

ଆଜି ଅପରାହ୍ନରେ ସମୀରଙ୍କ ପୁଅ ପୁନୁ ଓ ନୁନୁ ପ୍ରମୋଦଙ୍କ ବାଡ଼ ଭାଙ୍ଗି ଥିଲେ। ପ୍ରମୋଦଙ୍କ ପତ୍ନୀ ସୁନିତା ପ୍ରତିବାଦ କରିବାରୁ ପ୍ରଥମେ ଗାଳି କରିଥିଲେ। ହଠାତ ଉତକ୍ଷିପ୍ତ ହୋଇ ପୁନୁ, ନୁନୁ ଏବଂ କୁନା ଦାଶ ଓ ତାଙ୍କ ପରିବାର ଲୋକେ ଖଣ୍ଡା, ଫାର୍ସା , ଶାବଳ ପ୍ରଭୃତି ମାରଣାସ୍ତ୍ରରେ ପ୍ରମୋଦଙ୍କ ପରିବାର ଲୋକଙ୍କୁ ଆକ୍ରମଣ କରିଥିଲେ। ଅତର୍କିତ ଆକ୍ରମଣରେ ପ୍ରମୋଦ, ତାଙ୍କ ପତ୍ନୀ ସୁନିତା ଓ ପୁଅ ସୁବ୍ରତ ଲହୁ ଲୁହାଣ ହୋଇଛନ୍ତି। ସୂଚନା ପାଇ ବନମାଳୀପୁର ଫାଣ୍ଡି ଅଧିକାରୀ ଘଟଣା ସ୍ଥଳକୁ ଯାଇ ତଦନ୍ତ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe