ଅଜଣା ଗାଡ଼ି ଧକ୍କା ଦେଇ ଫେରାର, ୩ ବାଇକ୍‌ ଆରୋହୀ ମୃତ

Advertisment
ନୂଆ ବର୍ଷରେ ନୂଆ ରେକର୍ଡ: ରାଜଧାନୀରେ ୨୦ ଦିନରେ ଦୁର୍ଘଟଣା ନେଲାଣି ୭ ମୁଣ୍ଡ

କଟକ: ନିଶ୍ଚିନ୍ତକୋଇଲି ଥାନା କେନ୍ଦୁପାଟଣା ନିକଟରେ ବୁଧବାର ସନ୍ଧ୍ୟାରେ ୩ ଜଣ ବାଇକ ଆରୋହୀ ମୃତ୍ୟୁ ଘଟିଛି। ସୂଚନା ଅନୁସାରେ ୩ ଜଣ ଯୁବକ କଟକ ଅଭିମୁଖେ ଯାଉଥିବା ସମୟରେ ତାଙ୍କୁ ଏକ ଅଜଣା ଗାଡ଼ି ଧକ୍କା ଦେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା। ଦୁର୍ଘଟଣାର ଶିକାର ହେବା ପରେ ଯୁବକମାନେ ତଳେ ପଡ଼ି କିଛି ସମୟ ପର୍ଯ୍ୟନ୍ତ ଛଟପଟ ହେଉଥିଲେ। ସ୍ଥାନୀୟ ଲୋକେ ଦୁର୍ଘଟଣା ସଂପର୍କରେ ସୂଚନା ଦେବା ପରେ ପୁଲିସ ଘଟଣାସ୍ଥଳକୁ ପହଞ୍ଚି ମୃତଦେହଗୁଡ଼ିକ ଜବତ କରିଛି। ରିପୋର୍ଟ ଲେଖାଯିବା ବେଳକୁ ମୃତକଙ୍କ ପରିଚୟ ମିଳିନାହିଁ, ଦୁର୍ଘଟଣା କିପରି ଘଟିଛି ତାହା ମଧ୍ୟ ଜଣାପଡ଼ିନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe