କନ୍ଧମାଳରେ ଭୁଶୁଡିଲା ପାଣି ଟାଙ୍କି: ଅଳପକେ ବର୍ତ୍ତିଲେ ୩ ଶିଶୁ, ନିମ୍ନମାନର କାମକୁ ଗ୍ରାମବାସୀଙ୍କ ବିରୋଧ

କନ୍ଧମାଳରେ ଭୁଶୁଡିଲା ପାଣି ଟାଙ୍କି: ଅଳପକେ ବର୍ତ୍ତିଲେ ୩ ଶିଶୁ, ନିମ୍ନମାନର କାମକୁ ଗ୍ରାମବାସୀଙ୍କ ବିରୋଧ

ଫୁଲବାଣୀ: କନ୍ଧମାଳ ଜିଲ୍ଲା ନୂଆଗାଁ ବ୍ଲକ ଅନ୍ତର୍ଗତ ମହାସିଙ୍ଗ ପୁରୁଣା ସାହିରେ ଶନିବାର ପାଣିଟାଙ୍କି ଭୁଡୁଡ଼ିଛି। ଏହି ଦୁର୍ଘଟଣାରୁ ୩ ଜଣ ଶିଶୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ପୁରୁଣା ସାହିର ୧୧ ନମ୍ବର ଓ୍ଵାର୍ଡ ନାଳ ପାଖରେ ଗ୍ରାମ୍ୟ ଜଳ ଯୋଗାଣ ବିଭାଗ ପକ୍ଷରୁ ସୋଲାର ସାହାଯ୍ୟରେ ପାଣିର ବ୍ୟବସ୍ଥା ପାଇଁ ଏକ ଟାଙ୍କି କାମ ଚାଲିଥିଲା। ଆଜି ଏହି ଟାଙ୍କି କାମ ଶେଷ ହେବା ପରେ ଭୁଶୁଡ଼ି ଯାଇଥିଲା।

ତେବେ ପାଣିଟାଙ୍କି ଭୁଶୁଡ଼ିବା ସମୟରେ ଏଠାରେ ୩ ଜଣ ଶିଶୁ ଛିଡ଼ା ହୋଇଥିଲେ। ଏହା ତାଙ୍କ ପାଖରେ ପଡ଼ିଥିଲା। ଯଦି ତାଙ୍କର ଉପରେ ପଡ଼ିଥାନ୍ତା ବଡ଼ଧରଣର କ୍ଷତି ପହଂଚିଥାନ୍ତା। ତିନି ଜଣ ଶିଶୁ ସାମାନ୍ୟ ଆହତ ହୋଇଥିବା ଜଣାଯାଇଛି।

ଖବର ପାଇ ଗ୍ରାମାବାସୀ ଘଟଣାସ୍ଥଳରେ ପହଂଚି ୩ ଶିଶୁଙ୍କୁ ଉଦ୍ଧାର କରିଥିଲେ। ଏବେ ଗ୍ରାମାବାସୀ କହିଛନ୍ତି ଯେ, ଠିକାଦାରଙ୍କ ଏଭଳି ଅବହେଳା ଓ ନିମ୍ନମାନର କାମ ଯୋଗୁଁ ଏଭଳି ଘଟଣା ଘଟିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe