ଖୋର୍ଦ୍ଧା ସହରରେ ପୀଠରେ ତିନିଦିନିଆ ଦୁର୍ଗାପୂଜା ଆରମ୍ଭ  

ଖୋର୍ଦ୍ଧା ସହରରେ ପୀଠରେ ତିନିଦିନିଆ ଦୁର୍ଗାପୂଜା ଆରମ୍ଭ  

ଖୋର୍ଦ୍ଧା: ପୂର୍ବ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ କରୋନା ସଂକ୍ରମଣକୁ ନେଇ ସରକାରଙ୍କ ପକ୍ଷରୁ ମଣ୍ଡପରେ ପୂଜା ନେଇ କଟକଣା ରହିଛି । କଟକଣା ମଧ୍ୟରେ ଆଜି ଠାରୁ ଖୋର୍ଦ୍ଧା ସହରର ବିଭିନ୍ନ ସ୍ଥାନରେ ତିନଦିନିଆ ଦୁର୍ଗାପୂଜା ଆରମ୍ଭ ହୋଇଛି ।

ଗତକାଲି ସପ୍ତମୀ ରାତିରେ ନବପତ୍ରିକା ସ୍ନାନ ଓ ଘଟସ୍ଥାପନ ହେବା ପରେ ଟ୍ରାଫିକ ଛକ ବ୍ୟବସାୟୀ ସଂଘ ପକ୍ଷରୁ ସ୍ଥାନୀୟ ଜୟୀରାଜଗୁରୁ ଭବନ ସମ୍ମୁଖରେ ମଣ୍ଡପରେ ହରପାର୍ବତୀଙ୍କ ପୂଜା ଆରମ୍ଭ ହୋଇଛି । ଏନେଇ ସୂଚନା ଦେଇ ସମ୍ପାଦକ ଜିତେନ୍ଦ୍ର ଭଂଜ କହିଛନ୍ତି ଯେ ସରକାରଙ୍କ ନିର୍ଦ୍ଦେଶାନୁସାରେ, ସୀମିତ କାର୍ଯ୍ୟକର୍ତାଙ୍କୁ ନେଇ ପୂଜା ହେଉଛି । ଏହି ପୂଜା ଦଶହରା ପର୍ଯ୍ୟନ୍ତ ହେବ ଓ ଶନିବାର ଦିନ ଭଷାଣି ହେବ । ଆଜିର ମଣ୍ଡପପୂଜା ରୀତିନୀତିରେ କପିଳ ସାହୁ, ରାଧାଶ୍ୟମ ସେଠୀ, ଭରତ ସୁବୁଦ୍ଧି, ଲକ୍ଷ୍ମୀଧର ପୃଷ୍ଟି, ଶ୍ରୀନିବାସ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

publive-image

ସେହିଭଳି ଗତ ପ୍ରାୟ ଦୁଇ ଦଶନ୍ଧୀ ଧରି ପୁରୁଣା ବସ୍‌ଷ୍ଟାଣ୍ଡ ନିକଟ ଖୋର୍ଦ୍ଧା କ୍ଲବ ପରିସରରେ ଚାଲୁଥିବା ଦୁର୍ଗାପୂଜା ମଧ୍ୟ ଗତକାଲି ରାତି ଠାରୁ ଆରମ୍ଭ ହୋଇଛି । ଆୟୋଜକଙ୍କ ପକ୍ଷରୁ ପୁରୋହିତ, ପୂଜକ ଓ କର୍ତାଙ୍କ ସହ କ୍ଲବର ସୀମିତ ସଦସ୍ୟ ଉପସ୍ଥିତ ରହି ଆଜି ସକାଳ ଠାରୁ ଯଜ୍ଞ ଓ ଅନ୍ୟ ପୀଠରେ ମାତୃଦେବୀଙ୍କ ପୂଜାର୍ଚ୍ଚନା ଆରମ୍ଭ ହୋଇଛି । ସେହିଭଳି ଇଗଲ କ୍ଲବ ପଡ଼ିଆ ସମ୍ମୁଖ, ଫାୟାର ଷ୍ଟେସନ ଛକ, ଗୁରୁଜଙ୍ଗ ମାଳି ସାହି ଛକ ଠାରେ ଦେବୀ ଦୁର୍ଗାଙ୍କ ପ୍ରତିମୂର୍ତି ମଣ୍ଡପରେ ପୂଜା ପାଉଥିବା ବେଳେ ପରିବା ବଜାର ବ୍ୟବସାୟୀ ସଂଘ, ଟ୍ରାଫିକ ଛକ ବ୍ୟବସାୟୀ ସଂଘ, ମାଛ ମାର୍କେଟ ବ୍ୟବସାୟୀ ସଂଘ ପକ୍ଷରୁ ମଣ୍ଡପରେ ପାରମ୍ପରିକ ଭାବେ ମଣ୍ଡପରେ ହରପାର୍ବତୀଙ୍କ ପୂଜାର୍ଚ୍ଚନା ଆରମ୍ଭ ହୋଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe