ଅହମଦାବାଦରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ଘଟଣା: ପହଞ୍ଚିଲା ୩ ମୃତଦେହ, ଗାଁ ମଶାଣିରେ ହେଲା ଅନ୍ତିମ ସଂସ୍କାର

Advertisment
ଅହମଦାବାଦରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ଘଟଣା: ପହଞ୍ଚିଲା ୩ ମୃତଦେହ, ଗାଁ ମଶାଣିରେ ହେଲା ଅନ୍ତିମ ସଂସ୍କାର

ଯାଜପୁର: ଗୁଜୁରାଟର ଅହମଦାବାଦସ୍ଥିତ ଏକ ସୂତାକଳରେ ନିଆଁ ଲାଗି ମୃତ୍ୟୁ ହୋଇଥିବା ୩ ଜଣ ଓଡ଼ିଆ ଶ୍ରମିକଙ୍କ ମୃତଦେହ ଆଜି ସେମାନଙ୍କର ପୈତୃକ ଗାଁକୁ ପହଞ୍ଚିବା ପରେ ଅନ୍ତିମ ସଂସ୍କାର କରାଯାଇଛି।। ଯାଜପୁର ସଦର ଥାନା ଅନ୍ତର୍ଗତ ଯମଧରରେ ୩ ଜଣଙ୍କ ମୃତଦେହ ପହଞ୍ଚିବା ପରେ ଶୋକରେ ବୁଡ଼ି ଯାଇଥିଲା ଗାଁ। ମୃତକ ପରିବାର ଲୋକେ ବୁକୁ ଫିଟାଇ କାନ୍ଦୁଥିଲେ। ଶୋକାକୂଳ ପରିବେଶରେ ତିନି ମୃତଦେହକୁ ଗାଁ ମଶାଣିକୁ ନିଆଯାଇଥିଲା।

ସୂଚନାଯୋଗ୍ୟ, ଗତ ୨୨ ତାରିଖରେ ଗୁଜୁରାଟର ଅହମଦାବାଦର ଲୋଟସ ସୁତା କାରଖାନାରେ ଶ୍ରମିକ ଭାବରେ କାର୍ଯ୍ୟ କରୁଥିବା ଦୟାନିଧି ଖୁଣ୍ଟିଆ, ଚନ୍ମୟ ଖୁଣ୍ଟିଆ ଓ କାମେଶ ସିଂହଙ୍କ ନିଆଁ ଲାଗିବାରୁ ପ୍ରଣାହାନୀ ଘଟିଥିଲା। ଅହମଦାବାଦ ପ୍ରଶାସନର ସହାୟତାରେ ୩ଟି ମୃତଦେହକୁ ୨ଟି ଆମ୍ବୁଲାନ୍‌ସ ଯୋଗେ ଓଡ଼ିଶାକୁ ପଠାଯାଇଥିଲା। ଆଜି ସେମାନଙ୍କ ମୃତଦେହ ଯାଜପୁର ସଦର ଥାନା ଅନ୍ତର୍ଗତ ତାଙ୍କ ଗାଁ ଯମଧରରେ ଆସି ପହଞ୍ଚିଥିଲା।

publive-image

ତେବେ ଏକକାଳୀନ ଗାଁରେ ୩ଟି ମୃତଦେହ ପହଞ୍ଚିବା ପରେ ଶୋକର ଛାୟା ଖେଳିଯାଇଥିବା ବେଳେ ଅତ୍ମୀୟମାନେ ନିଜର କୋହକୁ ସଂଭାଳି ପାରି ନଥିଲେ। ପରିବାରର ରୋଜଗରିଆ ପୁଅକୁ ହରାଇ ବାପା-ମା’ଙ୍କ ଆଖିରେ ଲୁହ ଶୁଖୁନାହିଁ। ଆଉ ଅନ୍ୟପଟେ ନିଜ ସ୍ୱାମୀ(ଦୟାନିଧି)ଙ୍କୁ ହରାଇ ସ୍ତ୍ରୀ ଆଖିରୁ ଲୁହ ଶୁଖୁନାହିଁ।

ଯାଜପୁର ଭଳି ବିକଶିତ ଜିଲ୍ଲାରେ ଦାଦନ ଶ୍ରମିକର କରୁଣ କାହାଣୀ ଆଜି ସ୍ପଷ୍ଟ କରୁଛି ଓଡ଼ିଶା କେତେ ବିକଶିତ। ରାଜ୍ୟ ସରକାର ଗୋଟିଏ ପଟେ ଯୁବକମାନଙ୍କୁ ପ୍ରାଧାନ୍ୟ ଦେଉଥିବା ବେଳେ ଆଉ ଗୋଟେ ପଟେ ଯୁବ ବାହିନୀ ଗଢ଼ି ସରକାର ବାହାବାହା ନେଉଥିବା ବେଳେ ଯାଜପୁର ଯୁବକମାନେ ବାହାର ରାଜ୍ୟକୁ ଦାଦନ ଖଟି ଯିବା ଆଉ ମୃତ ଶରୀର ଘରକୁ ଫେରିବା ଏ ବିକଶିତ ଜିଲ୍ଲାର ବିକଶିତ ଚିତ୍ରକୁ ପଦାରେ ପକାଉଛି।

ତେବେ ରାଜ୍ୟ ସରକାର ଏହି ଦାଦନ ଶ୍ରମିକମାନଙ୍କ ପରିବାରକୁ କଣ କ୍ଷତି ପୂରଣ ଦେଉଛନ୍ତି ଏବଂ ବାପା ଛେଉଣ୍ଡ ହେଇଯାଇଥିବା ଦୟନିଧିଙ୍କ ୨ ଛୋଟ ଛୋଟ ଝିଅଙ୍କୁ କିପରି ସହଯୋଗର ହାତ ବଢ଼ାଉଛନ୍ତି ଦେଖିବାକୁ ରହିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe