ସ୍କୁଟିରେ ଘରକୁ ଫେରୁଥିଲେ ୪ ହକି ଖେଳାଳି, ବସ୍‌ ଧକ୍କା ଦେବାରୁ ୩ ମୃତ, ଜଣେ ଗୁରୁତର

ସ୍କୁଟିରେ ଘରକୁ ଫେରୁଥିଲେ ୪ ହକି ଖେଳାଳି, ବସ୍‌ ଧକ୍କା ଦେବାରୁ ୩ ମୃତ, ଜଣେ ଗୁରୁତର

ସୁନ୍ଦରଗଡ଼ (ଡମ୍ବରୁଧର ନାୟକ): ସ୍କୁଟିକୁ ଯାତ୍ରୀବାହୀ ବସ୍‌ ଧକ୍କା ଦେବାରୁ ରବିବାର ସନ୍ଧ୍ୟାରେ ୩ ଜଣ ହକି ଖେଳାଳିଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି। ସୁନ୍ଦରଗଡ଼ ଜିଲ୍ଲାର ରାଜଗାଙ୍ଗପୁର ଅଞ୍ଚଳରେ ଏହି ଘଟଣା ଘଟିଛି। ଲକ୍ଷ୍ମୀପୋଷ ନିକଟରେ ରାଜ୍ୟ ରାଜପଥରେ ଘଟିଥିବା ଏହି ସୂଚନା ମିଳିବା ପରେ ଘଟଣାସ୍ଥଳକୁ ପୁଲିସ ପହଞ୍ଚିଛି।

ସୂଚନା ଅନୁସାରେ ଆଜି ସନ୍ଧ୍ୟା ପ୍ରାୟ ୬ଟାରେ ରାଜ୍ୟ ରାଜପଥ ୧୦ର ଲକ୍ଷ୍ମୀପୋଷଠାରେ ଏହି ଦୁର୍ଘଟଣା ଘଟିଥିଲା। ସାନବର୍ଷରେ ଏକ ଗ୍ରାମ୍ୟସ୍ତରର ମ୍ୟାଚ୍‌ ଖେଳି ସାରି ସ୍କୁଟି (ଓଡି ୧୪ ଏଫ ୪୫୬୫)ରେ ହେମନ୍ତ ବାଡ଼ା, କ୍ରିଷ୍ଣା ପ୍ରଧାନ, ସନ୍ଦୀପ ପ୍ରଧାନ ଓ ରବୀନ୍ଦ୍ର ରାଉତ ଘରକୁ ଫେରୁଥିଲେ। ସେମାନଙ୍କୁ ଦଲକିରୁ କୁତ୍ରା ଅଭିମୁଖେ ଦ୍ରୁତଗାମୀ ବସ୍‌ ‘ପଓ୍ଵନ ପୁତ୍ର-ଓଡ଼ି ୧୪ଏଲ୍‌ ୧୨୭୯’ ମୁହାଁମୁହିଁ ଧକ୍କା ଦେଇଥିଲା। ସ୍କୁଟି ଚାଳକ ମଧ୍ୟ ନିୟନ୍ତ୍ରଣ ହରାଇ ଥିବାରୁ ଏହି ଦୁର୍ଘଟଣା ଘଟିଛି। ରିପୋର୍ଟ ଲେଖାଯିବା ବେଳକୁ ବସ୍‌ ଭିତରେ ସ୍କୁଟି ଫସି ଯାଇଛି।

ରିପୋର୍ଟ ଲେଖାଯିବା ବେଳକୁ ଆହତଙ୍କୁ ଜଣକୁ ଗୁରୁତର ଅବସ୍ଥାରେ ହସ୍‌ପିଟାଲ ନିଆଯାଇଛି। କ୍ରିଷ୍ଣା ଓ ହେମନ୍ତ ବସ୍‌ ଚକା ତଳେ ଫସି ରହିଛନ୍ତି। ରବୀନ୍ଦ୍ର ଓ ସନ୍ଦୀପଙ୍କୁ ହସ୍‌ପିଟାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ସନ୍ଦୀପଙ୍କୁ ଡାକ୍ତର ମୃତ ଘୋଷଣା କରିଥିବା ବେଳେ ରବୀନ୍ଦ୍ରଙ୍କୁ ଜାମବାହାଲ ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe