ଗଞ୍ଜେଇ କିଣିବାକୁ ଯାଉଥିବା ବେଳେ ୩ ଯୁବ ବ୍ୟବସାୟୀ ଗିରଫ, ୫,୩୫,୭୦୦ ଟଙ୍କା ଜବତ

Advertisment
ଗଞ୍ଜେଇ କିଣିବାକୁ ଯାଉଥିବା ବେଳେ ୩ ଯୁବ ବ୍ୟବସାୟୀ ଗିରଫ, ୫,୩୫,୭୦୦ ଟଙ୍କା ଜବତ

ଜୟପୁର: ଗଞ୍ଜେଇ କିଣିବା ଯୋଜନା ବିଫଳ ହୋଇଛି। କେରାପୁଟ ଜିଲ୍ଲାର ଜୟପୁର ସଦର ପୁଲିସ ଗଞ୍ଜେଇ କିଣିବାକୁ ଯାଉଥିବା ୩ ଜଣ ଯୁବ ବ୍ୟବସାୟୀଙ୍କୁ ରାତ୍ରିକାଳନୀ ପେଟ୍ରୋଲିଂ ସମୟରେ ଗିରଫ କରିଛି। ପୁଲିସ ଅଭିଯୁକ୍ତମାନଙ୍କ ଠାରୁ ୫ ଲକ୍ଷ ୩୫ ହଜାର ୭୦୦ ଟଙ୍କା ସହ ବୋଲେରୋ, ମୋବାଇଲ ଓ ଅନ୍ୟ କାଗଜପତ୍ର ଜବତ କରିଛି। ଗିରଫ ଯୁବକମାନେ ହେଲେ ମାଲକାନଗିରି ଜିଲ୍ଲା ମୁଦୁଲିପଡ଼ା ଥାନା ଅନ୍ତର୍ଗତ ପିଣ୍ଡା ଜଙ୍ଗର ଗାଁର ହରି ଖେମୁଣ୍ଡୁଙ୍କ ପୁଅ ପଦ୍ମନ ଖେମୁଣ୍ଡୁ (୨୧), ପଦ୍ମନର ଭାଇ ସୁଦର୍ଶନ ଖେମୁଣ୍ଡୁ (୨୦) ଓ ଚିତ୍ରକୋଣ୍ଡା ଥାନା ଅନ୍ତର୍ଗତ ପଣସପୁଟ ଗାଁର ରାଜକିଶୋର ହନ୍ତାଳଙ୍କ ପୁଅ ନାରାୟଣ ହେନ୍ତାଳ (୨୦)।

ଜୟପୁର ଏସଡିପିଓ ଜି. ବରୁଣ କହିଛନ୍ତି, ନବରଙ୍ଗପୁର ପଟରୁ କୋରାପୁଟ ଜିଲ୍ଲାର ଲମତାପୁଟ ଅଞ୍ଚଳକୁ ୩ ଜଣ ଯୁବକ ଏକ ବୋଲେରୋରେ ଗଞ୍ଜେଇ କିଣିବାକୁ ଯାଉଥିବା ନେଇ ଜୟପୁର ଥାନା ପୁଲିସକୁ ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଥିଲା। ଏହା ପରେ ସଂପୃକ୍ତ ଯୁବକମାନଙ୍କୁ ଧରିବା ପାଇଁ ପୁଲିସ ଯୋଜନା ପ୍ରସ୍ତୁତ କରିଥିଲା। ଆଇଆଇସିଙ୍କ ନିର୍ଦ୍ଦେଶରେ ଏସ୍‌.ଆଇ. ସଂଗ୍ରାମ କେଶରୀ ସ୍ୱାଇଁଙ୍କ ନେତୃତ୍ୱରେ ଏକ ଟିମ୍‌ ରାତ୍ରିକାଳନୀ ପେଟ୍ରୋଲିଂରେ ବାହାରିଥିଲା।

publive-image

ଏସ୍‌ଡିପିଓ ଶ୍ରୀ ବରୁଣ କହିଛନ୍ତି, ପୁଲିସ ଟିମ୍‌ ୩୨୬ ନମ୍ବର ଜାତୀୟ ରାଜପଥର ପାତ୍ରପୁଟ ଆଇରନ୍‌ ବ୍ରିଜ୍‌ ନିକଟରେ ଅପେକ୍ଷା କରିଥିବା ବେଳେ ପ୍ରଥମେ ଏକ ନମ୍ବର ବିହୀନ ମୋଟର ସାଇକେଲ (ଗ୍ଲାମର) ପହଞ୍ଚିଥିଲା। ଏଥିରେ ୨ ଜଣ ଯୁବକ ବସିଥିଲେ। ସେମାନେ ବୋଲେରୋ (ଓଡି ୧୦ଏମ୍‌-୩୯୮୪) ଡ୍ରାଇଭରକୁ ସତର୍କମୂଳକ ସୂଚନା ଦେଉଥିଲେ। ମାତ୍ର ମୋଟର ସାଇକେଲ ଆରୋହୀ ଦ୍ୱୟଙ୍କୁ ପୁଲିସ ଅଟକାଇବାର ଅଳ୍ପ ସମୟ ପରେ ଘଟଣାସ୍ଥଳକୁ ବୋଲେରୋଟି ପହଞ୍ଚିଥିଲା। ଆଜି ଭୋର ୪ଟା ସମୟରେ ପୁଲିସ ପେଟ୍ରୋଲିଂ ଗାଡ଼ିରୁ ବାହାରି ଆସି ହଠାତ୍‌ ବୋଲେରୋ ଚାଳକଙ୍କୁ ଅଟକାଇବାକୁ କହିଥିଲେ। ପଚରାଉଚରା ବେଳେ ୩ ଜଣ ଯୁବକ ଗଞ୍ଜେଇ ବ୍ୟବସାୟ ପାଇଁ ଯାଉଥିବା ପୁଲିସ ଜାଣିବାକୁ ପାଇଥିଲା। ତଦନ୍ତ ବେଳେ ବୋଲେରୋରୁ ୫ ଲକ୍ଷ ୩୫ ହଜାର ୭୦୦ ଟଙ୍କା ମିଳିଥିଲା। ପୁଲିସ ବୋଲେରୋ, ୨ଟି ମୋବାଇଲ ଓ ଅନ୍ୟ କିଛି କାଗଜପତ୍ର ମଧ୍ୟ ଜବତ କରିଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe