ଅଗ୍ନିକାଣ୍ଡରେ ତିନି ବଖରା ଘର ଭସ୍ମୀଭୂତ, ୩ ଘଣ୍ଟା ବିଳମ୍ବରେ ପହଞ୍ଚିଲା ଦମକଳ ଗାଡ଼ି

Advertisment
ଅଗ୍ନିକାଣ୍ଡରେ ତିନି ବଖରା ଘର ଭସ୍ମୀଭୂତ, ୩ ଘଣ୍ଟା ବିଳମ୍ବରେ ପହଞ୍ଚିଲା ଦମକଳ ଗାଡ଼ି

ଲକ୍ଷ୍ମୀପ୍ରସାଦ: ବୌଦ୍ଧ ବ୍ଲକ ଟିକରପଡ଼ା ପଞ୍ଚାୟତ ବିରିଗଡ ଗ୍ରାମର ତଲାଗୁରାପଡ଼ାରେ ଶନିବାର ୩ ଘଣ୍ଟା ସମୟରେ ଅଗ୍ନିକାଣ୍ଡ ଘଟି ୩ ଗୋଟି ପରିବାରର ୩ ବଖରା ଘର ପୋଡ଼ି ଭସ୍ମୀଭୂତ ହୋଇ ଯାଇଥିବା ଜଣାପଡ଼ିଛି। ଏଥିରେ ତାରିଣୀ ପ୍ରଧାନ, ପତିତ ପ୍ରଧାନ ଓ ଭାବିନ୍ଦ୍ର ପ୍ରଧାନଙ୍କ ଘର ପୋଡ଼ି ଯାଇଥିବା ବେଳେ ଘଟଣା ଘଟିବାର ପାଖାପାଖି ୩ ଘଣ୍ଟା ବିଳମ୍ବରେ ଦମକଳ ଗାଡ଼ି ପହଞ୍ଚିବା ପୂର୍ବରୁ ସ୍ଥାନୀୟ ଗ୍ରାମବାସୀ ନିଆକୁ ଆୟତ କରିଥିଲେ।

ବୌଦ୍ଧରୁ ଦମଳବାହିନୀ ଘଟଣା ସ୍ଥଳରେ ବିଳମ୍ୱରେ ପହଞ୍ଚିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଯାଇଥିଲା। ଏଥିରେ ଟିନି ପରିବାରର ଧାନ, ଚାଉଳ, ଲୁଗାପଟା ସହ ସମସ୍ତ ଆସବାପତ୍ର ପୋଡିଯାଇଥିବା ଜଣାପଡ଼ିଛି। କୌଣସି କାରଣରୁ ଅଗ୍ନିକାଣ୍ଡ ଘଟିଥିବା ଜଣାପଡ଼ିଥିବା ବେଳେ ରାଜନୈତିକ କାରଣରୁ ଏହି ଅଗ୍ନକାଣ୍ଡ ହୋଇଥିବା ସ୍ଥାନୀୟ ଜନସାଧାରଣ ଅଭିଯୋଗ କରଛନ୍ତି। ଖବର ପାଇ ବଘିଆପଡ଼ା ରାଜସ୍ବ ନିରୀକ୍ଷକ ଗଣେଶ୍ୱର ଭୋକ୍ତା କ୍ଷୟକ୍ଷତିର ଆକଳନ କରିଥିବା ଜଣାପଡିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe