ସମ୍ବଲପୁର: ଅଟୋକୁ ଶକ୍ତ ଧକ୍କା ଦେଲା ଦ୍ରୁତଗାମୀ ଟ୍ରକ, ୩ ଗୁରୁତରଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ସଂକଟାପନ୍ନ

ସମ୍ବଲପୁର: ଅଟୋକୁ ଶକ୍ତ ଧକ୍କା ଦେଲା ଦ୍ରୁତଗାମୀ ଟ୍ରକ, ୩ ଗୁରୁତରଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ସଂକଟାପନ୍ନ

ସମ୍ବଲପୁର: ଜାତୀୟ ରାଜପଥ-୫୫ରେ ଗୁରୁବାର ଅପରାହ୍ଣରେ ଏକ ଦ୍ରୁତଗାମୀ ଟ୍ରକ ଅଟୋକୁ ଶକ୍ତ ଧକ୍କା ଦେବାରୁ ୩ ଜଣ ଯୁବକ ଗୁରୁତର ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣଙ୍କର ଅବସ୍ଥା ସଂକଟାପନ୍ନ ରହିଛି। ସୂଚନା ଅନୁସାରେ ଟାଉନ ଥାନା ଅନ୍ତର୍ଗତ ହୀରାକୁଦ କଲୋନିର ଅଟୋ ଡ୍ରାଇଭର ରବି ପ୍ରଧାନ (୨୮), ଦଳେଇପଡ଼ାର ମେକାନିକ୍‌ ମହମ୍ମଦ ରାଜା (୧୯) ଓ ଅଇଁଠାପାଲି ଥାନା ଅନ୍ତର୍ଗତ ରାଜେଶ ଶର୍ମା (୨୨) ଗୁରୁତର ହୋଇଛନ୍ତି।

ତିନି ଯୁବକ ଯୁଯୁମୁରା ନିକଟ ଜାମତାଲ ଠାରେ ଟ୍ରକ ମରାମତି କରିବାକୁ ଏକ ଅଟୋ (ଓଡି୧୭ଏଫ ୬୭୯୪)ରେ ସମ୍ବଲପୁର ଯାଇଥିଲେ। ଫେରିବା ବାଟରେ ଟ୍ରକ (ଓଡି ୩୫ସି ୭୩୭୧) ଧକ୍କା ଦେଇଥିଲା। ଏହା ପରେ ଘଟଣାସ୍ଥଳରୁ ଟ୍ରକ ଡ୍ରାଇଭର ଫେରାର ହୋଇଯାଇଥଲା କିନ୍ତୁ ପରେ ଥାନାରେ ଆତ୍ମସମର୍ପଣ କରିଥିଲା। ସୂଚନା ପାଇ ପୁଲିସ ଘଟଣାସ୍ଥଳରୁ ଟ୍ରକକୁ ଜବତ କରିଥିବା ବେଳେ ସମସ୍ତଙ୍କୁ ସମ୍ବଲପୁର ସଦର ଚିକିତ୍ସାଳୟରେ ଭର୍ତ୍ତି କରିଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe