ସିରିଜ ଦୁର୍ଘଟଣା: ତିନି ଗାଡିକୁ ଧକ୍କା ଦେଇ ଓଲଟି ପଡିଲା ଟାଟା ଏସି, ୩ ଆହତ

Advertisment
ସିରିଜ ଦୁର୍ଘଟଣା: ତିନି ଗାଡିକୁ ଧକ୍କା ଦେଇ ଓଲଟି ପଡିଲା ଟାଟା ଏସି, ୩ ଆହତ

ରାସୋଳ: ଢେଙ୍କାନାଳ ଜିଲ୍ଲା ରାସୋଳ ଥାନା ଅଧୀନ ନାଉକିଆରି ଛକ ନିକଟରେ ଆଜି ଦିନ ଚାରିଟା ବେଳକୁ ଭାପୁରୁ ଆଡୁ ଆସୁଥିବା ଏକ ଟାଟା ଏସି (ଓଡି-୦୫ -୬୦୫୩) ତିନିଟି ଗାଡିକୁ ଧକ୍କା ଦେଇ ଭାରସାମ୍ୟ ହରାଇ ଓଲଟି ପଡିଥିଲା। ଧକ୍କା ଦେଇ ଓଲଟି ପଡିବାରୁ ଟାଟା ଏସିରେ ବସିଥିବା ଦୁଇ ଜଣଙ୍କ ସମେତ ଡ୍ରାଇଭର ଆହତ ହୋଇଥିଲେ। ଖବର ପାଇଁ ରାସୋଳ ଦମକଳ ବାହିନୀର କର୍ମଚାରୀମାନେ ପହଞ୍ଚି ତିନି ଜଣକୁ ଉଦ୍ଧାର କରି ହିନ୍ଦୋଳ ଡାକ୍ତରଖାନାକୁ ନେଇଥିଲେ। ଖବର ପାଇଁ ରାସୋଳ ପୁଲିସ ପହଞ୍ଚି ଗାଡିକୁ ଜବତ କରିବା ସହ ତଦନ୍ତ ଜାରି ରଖିଛି।

publive-image

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe