Odisha Bytes
କବିସୂର୍ଯ୍ୟନଗର: ଗଂଜାମ ଜିଲ୍ଲା କବିସୂର୍ଯ୍ୟନଗର ନଗର ସହରର ଲୋକନାଥ ବଜାର ଆଜି ଅଶାନ୍ତ ହୋଇପଡିଥିଲା। ବଜାରରେ ଥିବା ଏକ ଫାଷ୍ଟଫୁଡ ଦୋକାନରେ ତିନି ଜଣ ଯୁବକ ଅଣ୍ଡା ଖାଉଥିବା ବେଳେ ହଠାତ ତିନୋଟି ମୋଟରସାଇକେଲରେ ଛଅ ଜଣ ଦୁର୍ବୃତ୍ତ ଆସି ଖଣ୍ଡାରେ ଆକ୍ରମଣ କରି ଫେରାର ହୋଇଯାଇଛନ୍ତି। ତେବେ ଆକ୍ରମଣର କାରଣ ଏବେ ବି ସ୍ପଷ୍ଟ ହୋଇନଥିବା ବେଳେ ତିନିଜଣ ଗୁରୁତର ଆହାତ ହୋଇ ପ୍ରଥମେ କବିସୂର୍ଯ୍ୟନଗର ମେଡିକାଲ ଓ ପରେ ବ୍ରହ୍ମପୁର ବଡ ମେଡିକାଲକୁ ଚିକିତ୍ସା ପାଇଁ ପଠାଯାଇଛି। ସେପଟେ କବିସୂର୍ଯ୍ୟନଗର ପୁଲିସ ଘଟଣାର ତଦନ୍ତ କରୁଛି।
Follow Us