ଓଲଟିଲା ଅଟୋ, ୭ ଆହତଙ୍କ ମଧ୍ୟରୁ ୩ ଗୁରୁତର

ଓଲଟିଲା ଅଟୋ, ୭ ଆହତଙ୍କ ମଧ୍ୟରୁ ୩ ଗୁରୁତର

Sambad

ବୈପାରିଗୁଡା: ଅଟୋ ଓଲଟି ସାତ ଆହତ ମହିଳା ଶ୍ରମିକଙ୍କ ମଧ୍ୟରୁ ତିନି ଜଣ ଗୁରୁତର ହୋଇଛନ୍ତି। ଘଟଣା ଅନୁଯାୟୀ କୋରାପୁଟ ଜିଲ୍ଲା ବୈପାରିଗୁଡା ବ୍ଲକ ଅନ୍ତର୍ଗତ ଦୋରାଗୁଡା ପଞ୍ଚାୟତର ବେରଗାଁ ଗ୍ରାମର ମହିଳା ଶ୍ରମିକମାନେ ଏକ ଅଟୋ ଯୋଗେ ବୈପାରିଗୁଡା ଘର ନିର୍ମାଣ କାମ ପାଇଁ ଆସୁଥିବା ବେଳେ ବେରଗାଁ ଛକ ନିକଟରେ ବ୍ରେକ ଫେଲ ହେବା ଯୋଗୁ ଅଟୋଟି ଓଲଟି ପଡିଥିଲା। ଫଳରେ ସାତଜଣ ଆହତଙ୍କ ମଧ୍ୟରୁ ଚାରିଜଣ ସାମାନ୍ୟ ଆହତ ହୋଇଥିବା ବେଳେ ତିନି ଜଣ ଗୁରୁତର ଆହତ ହୋଇଛନ୍ତି। ସ୍ଥାନୀୟ ଗ୍ରାମର ଲୋକେ ଅଟୋ ଦୁର୍ଘଟଣା ହେବା ଦେଖି ତୁରନ୍ତ ଆହତଙ୍କୁ ବୈପାରିଗୁଡା ଡାକ୍ତରଖାନାକୁ ଆଣିଥିଲେ।

ତିନି ଜଣଙ୍କ ମଧ୍ୟରୁ ଜମୁନା ଜାନୀ (୧୮)ଙ୍କ ଡାହାଣ ହାତରେ ଗଭୀର କ୍ଷତ ଲାଗିଥିବା ବେଳେ ବୈଦି ପୂଜାରୀ (୪୫)ଙ୍କ ମୁଣ୍ଡ ଫାଟି ଗୋଡ଼ ଏବଂ ହାତରେ ଗଭୀର କ୍ଷତ ହୋଇଥିଲା ସେହିପରି ଶୁଆ ପୂଜାରୀ (୨୨)ଙ୍କ ବେକରେ ଆଘାତ ଲାଗିଛି। ଆଉ ଅନ୍ୟ ଚାରିଜଣ ସାମାନ୍ୟ ଆହତ ହୋଇଛନ୍ତି। ଖବର ଲେଖା ହେବା ପର୍ଯ୍ୟନ୍ତ ବୈପାରିଗୁଡା ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe