ହେଟାବାଘ ଆକ୍ରମଣରେ ତିନି ଗୁରୁତର

Advertisment
ହେଟାବାଘ ଆକ୍ରମଣରେ ତିନି ଗୁରୁତର

Sambad

ମାହାଙ୍ଗା: ହେଟା ବାଘ ଆକ୍ରମଣରେ ମାହାଙ୍ଗା ଅଞ୍ଚଳରେ ତିନିଜଣ ଗୁରୁତର ହୋଇଛନ୍ତି। ପ୍ରକାଶଥାଉ କି, କୃଷ୍ଣଦାସପୁର ସିପୁରା ପୂର୍ତ୍ତରାସ୍ତାର ସିପୁରା ଠାରେ ଛିଡା ହୋଇ ପରିସ୍ରା କରୁଥିବା ସମୟରେ ବଡଚଣା ବ୍ଳକ ମାଣ୍ତୁକା ପଦ୍ମନାଭପୁର ଗ୍ରାମର ଅଶୋକ ସେନାପତିଙ୍କୁ ମଧ୍ୟ ହେଟାବାଘଟି ଆକ୍ରମଣ କରିବା ସହ ତାଙ୍କ ବେକକୁ କାମୁଡି ଧରିଥିଲା। ଏହି ଘଟଣା ଦେଖି ସେଠାରେ ଉପସ୍ଥିତ ଥିବା ଗ୍ରାମବାସୀ ମାନେ ସାହାସର ସହିତ ଏକ ବାଡିରେ ହେଟାବାଘଟିକୁ ବାଡେଇବାରୁ ହେଟାବାଘଟି ଛାଡି ପଳାଇଥିଲା। ଯାହାଫଳରେ ତାଙ୍କୁ ପ୍ରଥମେ ନଡିଆସାହାସପୁର ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ତାଙ୍କ ଅବସ୍ଥା ଗୁରୁତର ହେବାରୁ କଟକ ବଡ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ଏହାର କିଛି ସମୟ ପରେ ସିପୁରା ଗ୍ରାମର ସୁରେଶ ରାଉତରାୟଙ୍କ ଏକ କଖାରୁ କ୍ଷେତରେ ଶ୍ରମିକ ଭାବେ କାମ କରୁଥିବା ପଶ୍ଚିମବଙ୍ଗ ଅଞ୍ଚଳର ଅଚିନ୍ତ ନାୟକ ଓ ବାଲେଶ୍ବର ଅଞ୍ଚଳର ବାପୁନୀ ପାଲିଙ୍କୁ ହେଟାବାଘଟି ଦେଖିବା ମାତ୍ରେ ଆକ୍ରମଣ କରିବାରୁ ସେମାନେ ଗୁରୁତର ଆହାତ ହୋଇଛନ୍ତି।

publive-image Sambad

ଅଚିନ୍ତ ଓ ବାପୁନୀ ଗୁରୁତର ଅବସ୍ଥାରେ ମାହାଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଛନ୍ତି। ସୂଚନାଥାଉ କି, ଏହି ହେଟାବାଘଟି ଆଜି ଅପରାହ୍ନରୁ ଲୋକମାନଙ୍କୁ ଦେଖବା ମାତ୍ରେ ଆକ୍ରମଣ କରିବାକୁ ଗୋଡାଉ ଥିବାରୁ ଗାଁରେ ଭୟର ବାତାବରଣ ସୃଷ୍ଟି ହୋଇଛି। ଗତ ଦୁଇବର୍ଷରୁ ଉର୍ଦ୍ଧ୍ବ ହେବହ ମୂଳବସନ୍ତ କୁହୁଣ୍ତା ଆଦି ଅଞ୍ଚଳରେ ଏକ ହେଟାବାଘ ପଲ ରହି ଆସୁଥିଲେ। ବାଛୁରୀ, ଛେଳି ଓ କୁକୁଡା ଅରଦି ଗୃହପାଳିତ ପଶୁମାନଙ୍କୁ ଆକ୍ରମଣ କରିଥିଲେ। ବନ୍ୟବିଭାଗ ପକ୍ଷରୁ ସେମାନଙ୍କୁ ଧରିବା ପାଇଁ ଚେଷ୍ଟା କରାଯାଇଥିଲେ ମଧ୍ୟ ଏଥିରେ ବନବିଭାଗ ଅସଫଳ ହୋଇଥିଲା। ଠିକ୍ ବର୍ଷକ ପରେ ପୁର୍ନବାର ଏହି ହେଟାବାଘ ସ୍ଥାନୀୟ ଅଞ୍ଚଳରେ ଦେଖିବାକୁ ମିଳିଛି। ତୁରନ୍ତ ବନବିଭାଗ ଏହି ହେଟାବାଘକୁ ଧରିବାକୁ ସାଧାରଣରେ ଦାବୀ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe