ଲାଲବାହିନୀ ଲ୍ୟାଣ୍ଡମାଇନ ବିସ୍ଫୋରଣରେ ୩ ଯବାନ ଗୁରୁତର

ଲାଲବାହିନୀ ଲ୍ୟାଣ୍ଡମାଇନ ବିସ୍ଫୋରଣରେ ୩ ଯବାନ ଗୁରୁତର

ମାଲକାନଗିରି: ମାଲକାନଗିରି ସୀମାନ୍ତ ଛତିଶଗଡର ବିଜାପୁର ଜିଲ୍ଲାରେ ଲାଲବାହିନୀ ଲ୍ୟାଣ୍ଡମାଇନ ବିସ୍ଫୋରଣ କରିଛନ୍ତି । ଏଥିରେ ଜଣେ ଏସଆଇଙ୍କ ସମେତ ଦୁଇ ଜଣ ଯବାନ ଆହତ ହୋଇଛନ୍ତି । ଭୌରମଗଡ ଜଙ୍ଗଲରେ କମ୍ବିଂ ଅପରେସନ ଚାଲିଥିବାବେଳେ ଏହି ବିସ୍ଫୋରଣ ଘଟିଥିବା ଖବର ମିଳିଛି। ଘଟଣାସ୍ଥଳରେ ଏବେ ବି କମ୍ବିଂ ଅପରେସନ୍‌ ଜାରି ରହିଛି ବୋଲି ବିଜାପୁର ଏସପି ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ, ଭୌରମଗଡ ଅନ୍ତର୍ଗତ ପୁଣ୍ଡେ ଜଙ୍ଗଲରେ ସର୍ଚ୍ଚ ଅପରେସନ ଚାଲୁଥିବା ସମୟରେ ମାଓବାଦୀମାନଙ୍କ ଦ୍ଵାରା ଖଞ୍ଜା ଯାଇଥିବା ଲ୍ୟାଣ୍ଡ ମାଇନ ବିସ୍ଫୋରଣ ଘଟିଥିଲା । ଏଥିରେ ଏସଆଇ କମଲ ନାରାୟଣ ଗେନ୍ଦ୍ରେଙ୍କ ସମେତ ମୁନା ପଡିଆମି ଓ ଶଶି ଖାନ ୨ ଜଣ ସୁରକ୍ଷାକର୍ମୀ ଗୁରୁତର ଆହତ ହୋଇଛନ୍ତି । ସେମାନଙ୍କୁ ତୁରନ୍ତ ଭୌରମଗଡ ମେଡିକାଲରେ ଭର୍ତ୍ତି କରାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe