ମାଲକାନଗିରି: କେନ୍ଦ୍ର ସରକାରଙ୍କ ମାଓ ଦମନ ନୀତିରେ ଦୁର୍ବଳ ହୋଇ ନାହାନ୍ତି ନକ୍ସଲ। ସୁଯୋଗ ଦେଖି ସେମାନେ ସରକାରୀ ସଂପତ୍ତି ଓ ସରଳ ଜନତାଙ୍କୁ ଟାର୍ଗେଟ କରୁଛନ୍ତି। ପଡ଼ୋଶୀ ଛତିଶଗଡ଼ର ବିଜାପୁର ଜିଲ୍ଲା ଜାଙ୍ଗଲା ଥାନା ଅଞ୍ଚଳରେ ନକ୍ସଲଙ୍କ ବର୍ବରତା ସାମ୍ନାକୁ ଆସିଛି। ନକ୍ସଲମାନେ ପ୍ରଜାକୋଟରେ ୩ ଜଣ ଗ୍ରାମୀଣଙ୍କୁ ଗଳାକାଟି ନିର୍ମମ ହତ୍ୟା କରିଛନ୍ତି। ପୁଲିସ ଇନ୍ଫରର୍ମର ସନ୍ଦେହରେ ନକ୍ସଲମାନେ ଏହି ମୃତ୍ୟୁ ଦଣ୍ଡ ଦେଇଥିବା କଥା କୁହାଯାଉଛି।
ବିଜାପୁରରେ ଘଟିଥିବା ଘଟଣାରେ ଶତାଧିକ ଗ୍ରାମୀଣ ଉପସ୍ଥିତ ଥିଲେ ମଧ୍ୟ ନକ୍ସଲଙ୍କ ଏହି କାଣ୍ଡକୁ କେହି ବିରୋଧ କରିପାରି ନାହାନ୍ତି। ଗତ ୭-୮ ତାରିଖ ରାତିରେ ଏହି ହତ୍ୟାକାଣ୍ଡ ହୋଇଛି। ବିଜାପୁର ଏସ୍ପି କମଲୋଚନ କଶ୍ୟପ ମୃତ ୨ ବ୍ୟକ୍ତି ମାଓବାଦୀ ବୋଲି କହିଛନ୍ତି। ସେ କହିଛନ୍ତି ଯେ, ନକ୍ସଲ ନିଜର ସାଥୀମାନଙ୍କୁ ହିଁ ହତ୍ୟା କରିଛନ୍ତି। ନକ୍ସଲଙ୍କ ଏହି ପ୍ରଜାକୋଟରେ ଶହ ଶହ ଲୋକ ଉପସ୍ଥିତ ଥିଲେ। ଏହି ପ୍ରଜାକୋର୍ଟରେ ଭୋଙ୍ଗୀ ପୋୟାମ୍ ଓ କୋତରାପାଳ ନିବାସୀ ବୋଟି କୁହରାମୀଙ୍କୁ ସମସ୍ତଙ୍କ ମଧ୍ୟରେ ଛିଡ଼ା କରାଯାଇଥିଲା। ଗ୍ରାମୀଣଙ୍କୁ କୁହାଯାଇଥିଲା ଯେ, ଏହି ୨ ଜଣ ନକ୍ସଲ ସଂଗଠନକୁ ଠକିଛନ୍ତି। ପୁଲିସକୁ ନକ୍ସଲ ସଂଗଠନ ବିରୋଧରେ ସୂଚନା ପ୍ରଦାନ କରୁଥିଲେ। ଏହା ପରେ ଶତାଧିକ ଗ୍ରାମୀଙ୍କ ସାମ୍ନାରେ ହତ୍ୟା କରିଥିଲେ। ଏସ୍ପି କହିଛନ୍ତି ମୃତ ୨ ବ୍ୟକ୍ତିଙ୍କ ବାବଦରେ ତଦନ୍ତ କରାଯାଇଛି। ତଦନ୍ତରୁ ଜଣାପଡ଼ିଛି ଯେ, ଏମାନେ ମାଓବାଦୀ ଥିଲେ। ମାଓବାଦୀ ସଂଗଠନରେ ଦୀର୍ଘ ଦିନ ପର୍ଯ୍ୟନ୍ତ କାମ କରିବା ପରେ ଘରକୁ ଫେରିଆସିଥିଲେ। ଉଭୟଙ୍କ ବିରୋଧରେ ବିଜାପୁର ଜିଲ୍ଲାର ଥାନାରେ ମାମଲା ରହିଛି।
ଅନ୍ୟ ଏକ ଘଟଣାରେ ନକ୍ସଲ ମାନେ ବିଜାପୁରରେ ନିଜର ଜଣେ ସାଥୀକୁ ହତ୍ୟା କରିଥିଲେ। ରବିବାର ଗଂଗାଲୁର ଏରିଆ କମିଟିର ନକ୍ସଲମାନେ ପ୍ରେସ୍ନୋଟ୍ ଜାରି କରି ଏହା କହିଛନ୍ତି। ପ୍ରେସ୍ ନୋଟ ମାଧ୍ୟମରେ ନକ୍ସଲମାନେ କହିଛନ୍ତି ଯେ, ସାଥୀ କମଲୁ ପୁନେମ୍କୁ ମୃତ୍ୟୁ ଦଣ୍ଡ ଦିଆଯାଇଛି। ସେ ନକ୍ସଲ ସହିତ ବିଶ୍ବାସଘାତକତା କରିଥିଲା। ନିଜର ଭଉଣୀ ସହିତ ଶାରୀରିକ ସଂପର୍କ ରଖିଥିଲା। ଭଉଣୀ ସହିତ ପଳାୟନ କରି ପୁଲିସ ନିକଟରେ ଆତ୍ମସମର୍ପଣ କରିବାକୁ ଯାଉଥିଲା। ଜନତା ତାକୁ ଧରିଆଣି ପ୍ରଜାକୋଟରେ ଛିଡ଼ା କରାଇଥିଲେ। ସେଠାରେ ତାକୁ ମୃତ୍ୟୁଦଣ୍ଡ ଦିଆଯାଇଥିଲା।
Follow Us