ସେବା ସମବାୟ ସମିତିରେ ବ୍ୟାପକ ଦୁର୍ନୀତି ନେଇ ପକ୍ଷ ରଖିବାକୁ ୩ ଅଧିକାରୀଙ୍କୁ ଲୋକାୟୁକ୍ତଙ୍କ ନିର୍ଦ୍ଦେଶ

Advertisment
ସୁପ୍ରିମ୍‌କୋର୍ଟରେ ୨୦୦୦ ଟଙ୍କିଆ ମାମଲା

ଭଦ୍ରକ: କୃଷି ଓ କୃଷକର ସାମଗ୍ରିକ ବିକାଶ ନିମନ୍ତେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ବିଭିନ୍ନ ଯୋଜନା ପ୍ରଣୟନ କରିଛନ୍ତି। ବିହନ, ସାର, କୀଟନାଶକ ସମୟ ପୂର୍ବରୁ ନିଶ୍ଚିତ ଭାବରେ ଗଚ୍ଛିତ କରିବା ତଥା ଏହାର ସୁଷମ ବଣ୍ଟନ, କୃଷକ ମାନଙ୍କୁ ସ୍ୱଳ୍ପ ସୁଧ ହାରରେ କୃଷି ଋଣ ପ୍ରଦାନ ଏବଂ ଖାଦ୍ୟ ଶସ୍ୟର ଅଭାବି ବିକ୍ରି ବନ୍ଦ କରିବା ଉଦ୍ଦେଶ୍ୟରେ ସମବାୟ ସମିତି ଗଠନ କରାଯାଇଛି। କିନ୍ତୁ, ଭଦ୍ରକ ଜିଲ୍ଲାର ବିଭିନ୍ନ ସମବାୟ ସମିତିରେ ବ୍ୟାପକ ଦୁର୍ନିତି ହୋଇଥିବା ଖବର ନଜରକୁ ଆସୁଛି। ଭଦ୍ରକ ବ୍ଲକ ଅନ୍ତର୍ଗତ କାଉପୁର ସମବାୟ ସମିତିରେ ବ୍ୟାପକ ଅନିୟମିତତା ଓ ଅର୍ଥ ଆତ୍ମସାତ ଘଟଣାରେ ମାନ୍ୟବର ଲୋକାୟୁକ୍ତ ୩ ଜଣ ଅଧିକାରୀଙ୍କୁ ନିଜର ପକ୍ଷ ରଖିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ସୂଚନା ଅନୁଯାୟୀ, ଉକ୍ତ ସମବାୟ ସମିତିର ଆର୍ଥିକ ଅନିୟମିତତା ସମ୍ପର୍କରେ ସାମାଜିକ କର୍ମୀ ହିମାଂଶୁ ଶେଖର ନାୟକ ଗତ ମେ ମାସ ୩ ତାରିଖରେ ଲୋକାୟୁକ୍ତଙ୍କ କାର୍ଯ୍ୟାଳୟରେ ଅଭିଯୋଗ କରିଥିଲେ।

ଅଡ଼ିଟ ରିପୋର୍ଟକୁ ଭିତ୍ତିକରି ଶ୍ରୀ ନାୟକ କରିଥିବା ଅଭିଯୋଗ ଅନୁଯାଇ ସମବାୟ ସମିତିର କର୍ମଚାରୀମାନେ ବିଭିନ୍ନ ସମୟରେ ମୋଟ ୮ ଲକ୍ଷ ୩୦ ହଜାର ୧୫ ଟଙ୍କା ଆତ୍ମସାତ କରିଥିବା ବେଳେ ସେମାନଙ୍କ ଠାରୁ ଉକ୍ତ ଅର୍ଥ ଆଦାୟ କରାଯାଇ ନାହିଁ କିମ୍ବା ସେମାନଙ୍କ ବିରୁଦ୍ଧରେ ବିଭାଗୀୟ ଅଧିକାରୀମାନେ ଆଇନ ଅନୁଯାୟୀ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନାହାଁନ୍ତି।

୨୦୨୦-୨୧ ଆର୍ଥିକ ବର୍ଷର ସମୀକ୍ଷା ରିପୋର୍ଟ ଅନୁଯାୟୀ ଅନାଦେୟ ଋଣର ପରିମାଣ ହଠାତ ୫୭୧.୮୦ ପ୍ରତିଶତ ବୃଦ୍ଧି ଘଟିଛି। ସେହିପରି ବିନା ଜମି ପ୍ରମାଣ ପତ୍ରରେ ଚାଷୀଙ୍କୁ ଋଣ ପ୍ରଦାନ, ଗୁରୁତ୍ୱପୂର୍ଣ୍ଣ ରେକର୍ଡ଼ ନରଖିବା ତଥା ଅନ୍ୟାନ୍ୟ ଅର୍ଥିକ ଅନିୟମିତା ସମ୍ପର୍କରେ ଶ୍ରୀ ନାୟକ କରିଥିବା ଅଭିଯୋଗକୁ ଭିତ୍ତିକରି ମାନ୍ୟବର ଲୋକାୟୁକ୍ତ ସମବାୟ ସମିତି ବାଲେଶ୍ୱରର ଉପ ନିବନ୍ଧକ, ଭଦ୍ରକ ସମବାୟ ସମିତିର ସହ ନିବନ୍ଧକ ଶ୍ରୀ ସଦାନନ୍ଦ ବେହେରାଙ୍କ ସମେତ କାଉପୁର ସମବାୟ ସମିତିର ସମ୍ପାଦକ ଶ୍ରୀ ଭରତ କୁମାର ପାତ୍ରଙ୍କୁ ନିଜର ପକ୍ଷ ରଖିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ଜୁଲାଇ ୪ ତାରିଖରେ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe