ଜଙ୍ଗଲକୁ କାଠ ଆଣିବାକୁ ଯାଇଥିବା ସମୟରେ କାଲି ମା’ର ମୃତ୍ୟୁ ହୋଇଥିଲା, ଏହା ପରେ ଖାଇବାକୁ ପାଇ ନାହାନ୍ତି ୩ ଅନାଥ ପିଲା

Advertisment
ଜଙ୍ଗଲକୁ କାଠ ଆଣିବାକୁ ଯାଇଥିବା ସମୟରେ କାଲି ମା’ର ମୃତ୍ୟୁ ହୋଇଥିଲା, ଏହା ପରେ ଖାଇବାକୁ ପାଇ ନାହାନ୍ତି ୩ ଅନାଥ ପିଲା

Hindustan

କୋରାପୁଟ: ମା’ର ମୃତ୍ୟୁ ପରେ ତିନି ଅନାଥ ପିଲାଙ୍କୁ ବୁଧବାର ଅପରାହ୍ନ ପରଠାରୁ ଖାଇବାକୁ ମିଳି ନାହିଁ। କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ ମୁଖ୍ୟାଳୟ ନିକଟ ବଦଳିକୁଡୁମ ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି। ମା’ର ମୃତ୍ୟୁ ପରେ ଅନାଥ ପିଲାଙ୍କ ପାଇଁ ଦୁର୍ଦ୍ଦଶା ବଢ଼ିଛି।

ମହିଳା ଜଣକ ବୁଧବାର ୩ ଛୁଆଙ୍କୁ ଛାଡି ଜଙ୍ଗଲକୁ କାଠ ଆଣିବାକୁ ଯାଇ ଆଉ ଘରକୁ ଫେରି ନ ଥିଲେ। ମାତୃହରା ପିଲାମାନେ ମା’ଙ୍କୁ ହରାଇବାର ୨ ବର୍ଷ ପୂର୍ବରୁ ବାପାଙ୍କୁ ହରାଇ ସାରିଛନ୍ତି। ସୂତ୍ର ଅନୁସାରେ ଅନାଥ ପିଲାମାନଙ୍କୁ ପଡୋଶୀ ବୁଧବାର କିଛି ଖାଦ୍ୟ ଦେଇଥିଲେ। ମାତ୍ର ଆଜି ସେମାନଙ୍କୁ କିଛି ମିଳି ପାରି ନାହି। ସବୁଠାର କ୍ଷୋଭର ବିଷୟ ଯେ, ୧୦ ବର୍ଷର ଝିଅ ଓ ତା’ର ୫ ଓ ୨ ବର୍ଷିଅ ଭାଇକୁ ଅଙ୍ଗନବାଡ଼ିରୁ ମଧ୍ୟ ଖାଇବାକୁ ଦିଆଯାଇ ନାହିଁ। ଘଟଣା ସଂପର୍କରେ ଅଙ୍ଗନବାଡ଼ି ଦିଦି ଅବଗତ ଥିଲେ ମଧ୍ୟ ୩ ପିଲାଙ୍କୁ ଖାଦ୍ୟ ନ ଦେବା ଘଟଣା ବୁଦ୍ଧିଜୀବୀଙ୍କୁ ଆଶ୍ଚର୍ଯ୍ୟ ଲାଗୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe