କାର୍‌ ସହ ଗଞ୍ଜେଇ ଜବତ, ୩ ଗିରଫ

Advertisment
କାର୍‌ ସହ ଗଞ୍ଜେଇ ଜବତ, ୩ ଗିରଫ

ମ.ରାମପୁର: କଳାହାଣ୍ଡି ଅବକାରୀ ବିଭାଗ ବିଭିନ୍ନ ସ୍ଥାନରେ ଚଢ଼ଉ କରି ଏକ କାର୍‌ ଓ ବାଇକ୍ ସହ ବ୍ୟାପକ ଗଞ୍ଜେଇ ଜବତ କରି ୩ ଜଣଙ୍କୁ ଗିରଫ କରିଛି। ଭବାନୀପାଟଣା, ମ.ରାମପୁର ଓ ନର୍ଲା ଅବକାରୀ ବିଭାଗ ମିଳିତ ଭାବେ ପାଟ୍ରୋଲିଂ କରୁଥିବା ସମୟରେ ମ.ରାମପୁର ନିକଟ ପାଜିବାହାଲି ଛକ ଓ ଶ୍ରୀପାଲି ଗାଁ ନିକଟରେ ଗଞ୍ଜେଇ ଭର୍ତ୍ତି ଏକ କାର୍‌ (ସିଜି ୦୪ଜେସି-୦୭୮୬) ଓ ଏକ ବାଇକ୍ (ଓଆର ୦୮ଡି-୮୩୪୦) ବାଇକ୍ ଯାଉଥିବା ଖବରପାଇ ଚଢ଼ଉ କରିଥିଲେ। ଉଭୟ ଗାଡ଼ିରୁ ୧୨୫ କେଜି ଗଞ୍ଜେଇ ଜବତ କରିବା ସହ ୩ ଜଣକୁ ଗିରଫ କରିଥିଲେ। ଅଭିଯୁକ୍ତମାନେ ହେଲେ ଛତିଶଗଡ଼ ଅଞ୍ଚଳର ନରେନ୍ଦ୍ର ନେତମ, ମ.ରାମପୁର ବ୍ଲକ ମାଣିକେରା ପଞ୍ଚାୟତ ସୁଲେସୁର ଗାଁର ଟଙ୍କଧର ପାତ୍ର ଓ ବିମଲ ଭୋଇ। ମୋହନଗିରିରୁ ଛତିଶଗଡ଼କୁ ଗଞ୍ଜେଇ ଚାଲାଣ ହେଉଥିବା ଅବକାରୀ ବିଭାଗ ସୂଚନା ଦେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe