ସୁନ୍ଦରଗଡ଼: ସୁନ୍ଦରଗଡ଼ ସହରରେ ଡ୍ରଗ୍ସ କାରବାର ଚାଲୁଛି। ବିଭିନ୍ନ ସମୟରେ ପୁଲିସ ଚଢ଼ାଉ କରି ବ୍ରାହଉନସୁଗର ଜବତ କରିବା ସହ ଅନେକ ନିଶା ବେପାରୀ ଓ ଦଲାଲଙ୍କୁ ଗିରଫ କରିଛି। ଏହିକ୍ରମରେ ଆଜି ଟାଉନଥାନା ପୁଲିସକୁ ପୁଣି ଏକ ସଫଳତା ମିଳିଛି। ସହରରେ ଏକ ଡ୍ରଗ୍ସ ଆଡ୍ଡାରେ ଚଢ଼ାଉ କରି ପୁଲିସ ୮ ଗ୍ରାମ ବ୍ରାଉନସୁଗର ଜବତ କରିବା ସହ ୩ ଜଣଙ୍କୁ ଅଟକ ରଖି ପଚରାଉଚରା ଚଲାଇଛି। ତେବେ ତଦନ୍ତ ଚାଲୁଥିବା ଓ ଏଥିରେ ଆହୁରି ଅନେକ ସାମିଲ ଥିବାରୁ ସେମାନଙ୍କ ପରିଚୟକୁ ପୁଲିସ ଗୋପନ ରଖିଛି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us