ଟ୍ରକ୍‌ ଚାଳକଙ୍କୁ ମାଡ଼ପିଟ୍‌ କରି ଲୁଟ୍‌: ୩ ରାଜପଥ ଲୁଟେରା ଗିରଫ

Advertisment
ବିଧବାଙ୍କୁ ଦୁଷ୍କର୍ମ, ଅଭିଯୁକ୍ତ ଗିରଫ

GNS News

ବୀରମିତ୍ରପୁର: ଟ୍ରକ୍‌ ଚାଳକଙ୍କୁ ମାଡ଼ ମାରି ଟଙ୍କା ଲୁଟିନେବା ଅଭି‌ଯୋଗରେ ବୀରମିତ୍ରପୁର ପୁଲିସ ୩ ଜଣ ରାଜପଥ ଲୁଟେରାଙ୍କୁ ଗିରଫ କରିଛି। ଏଥିରେ ଅନ୍ୟ ଦୁଇ ଜଣ ଫେରାର ହୋଇଯାଇଛନ୍ତି। ଗିରଫ ୩ ଲୁଟେରା ସ୍ଥାନୀୟ ଅଞ୍ଚଳର ସୋନୁ ଓରଫ ବୀରା ସିଂ(୨୪), ବିକି ମିଞ୍ଜ(୨୪), ଜିତେନ ଜୟପୁରିଆ(୨୪)। ଘଟଣାରୁ ପ୍ରକାଶ ଯେ ଗତ ୨୧ ତାରିଖ ସଂଧ୍ୟାରେ ସିମଡ଼େଗାରୁ ବେଦବ୍ୟାସ ଅଭିମୁଖେ ଆସୁଥିବା ଓଡ଼ି ୧୪ଏନ୍‌ ୭୬୩୧ ଟ୍ରକ୍‌କୁ ଲୁଟେରା ଗ୍ୟାଙ୍ଗ ସ୍ଥାନୀୟ ରେଳଲାଇନ୍‌ ନିକଟରେ ଅଟକାଇ ଚାଳକ ଉପେନ୍ଦ୍ର ମେହେଟାଙ୍କୁ ମାଡ଼ପିଟ୍‌ କରି ୫ ହଜାର ଟଙ୍କା ଲୁଟି ଫେରାର ହୋଇଯାଇଥିଲେ। ଏସଂପର୍କରେ ଟ୍ରକ୍‌ ଚାଳକ ଜଣଙ୍କ ବୀରମିତ୍ରପୁର ଥାନାରେ ଅଭିଯୋଗ କରିବା ପରେ ପୁଲିସ ପକ୍ଷରୁ ତନାଘନା କରି ଉକ୍ତ ଲୁଟେରା ଗ୍ୟାଙ୍ଗ୍‌ର ୩ ଜଣଙ୍କୁ କାବୁ କରିଥିଲେ। ଆଜି ଗିରଫ ଲୁଟେରାମାନଙ୍କୁ କୋର୍ଟ ଚାଲାଣ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe