ଜଳେଶ୍ୱର ରେଳ ଷ୍ଟେସନ୍‌ରୁ ୩ ଲୁଟେରା ଗିରଫ, ୬ ମୋବାଇଲ ସହ ମାରଣାସ୍ତ୍ର ଜବତ

Advertisment
ଜଳେଶ୍ୱର ରେଳ ଷ୍ଟେସନ୍‌ରୁ ୩ ଲୁଟେରା ଗିରଫ, ୬ ମୋବାଇଲ ସହ ମାରଣାସ୍ତ୍ର ଜବତ

ବାଲେଶ୍ୱର: ଜଳେଶ୍ୱର ରେଳ ଷ୍ଟେସନରୁ ଖଡ଼ଗପୁର ରେଳ ସୂରକ୍ଷା ବଳ ଓ ‘ଏସ୍‌ଟିଏଫ୍‌’ର ମିଳିତ ଭାବେ ଚଡ଼ାଉ କରାଯାଇ ୩ଜଣ ଲୁଟେରାଙ୍କୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତମାନେ ହେଲେ ଜଳେଶ୍ୱର ନିକଟ ପଥରପୁରା ଗାଁର ଲକ୍ଷ୍ମୀକାନ୍ତ ସାହୁ, ପଶ୍ଚିମବଙ୍ଗ ରାଜ୍ୟର ଖଡ଼ଗପୁର ନିକଟ ମାଦପୁର ଗାଁର ସେକ୍‌ ଆତାବୁଲ ଓ ମେଦିନାପୁର ନିକଟ ରାମଚନ୍ଦ୍ରପୁର ଗାଁର ସେକ ସାହା ଆଲାମ । ଚଢ଼ାଉ ସମୟରେ ଅଭିଯୁକ୍ତମାନଙ୍କ ନିକଟରୁ ୬ଟି ମୋବାଇଲ, ଛୁରୀ, ଖୁର, ୨ ହଜାର ଟଙ୍କା ଓ ସୁନା ଅଳଙ୍କାର ଜବତ କରାଯାଇଥିବା ଜଣାଯାଇଛି।

ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇ ଖଡ଼ଗପୁର ରେଳ ସୂରକ୍ଷା ବଳ ଓ ‘ଏସ୍‌ଟିଏଫ୍‌’ ତରଫରୁ ଜଳେଶ୍ୱର ରେଳ ଷ୍ଟେସନରେ ଅଟକି ଥିବା ପାଟଣା-ଏର୍ନାକୁଲମ ଏକ୍ସପ୍ରେସ୍‌ରେ ଚଢ଼ାଉ କରାଯାଇଥିଲା। ଅଭିଯୁକ୍ତମାନଙ୍କୁ ଗିରଫ କରାଯାଇଥିବା ରେଳବାଇ ତରଫରୁ ସୂଚନା ଦିଆଯାଇଛି। ସମସ୍ତ ଅଭିଯୁକ୍ତମାନଙ୍କୁ ଧଢଥ କୋର୍ଟ ଚାଲାଣ କରାଯାଇଛି। ଅଭିଯୁକ୍ତମାନଙ୍କ ନାଁରେ ଏକାଧିକ ଥାନାରେ ମାମଲା ଥିବା ସନ୍ଦେହ କରାଯାଉଛି। ଅଭିଯୁକ୍ତମାନେ ରାସ୍ତାର ନିଛାଟିଆ ସ୍ଥାନରେ ମାରଣାସ୍ତ୍ର ଦେଖାଇ ଲୁଟ୍‌ କରୁଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe