କପିଳାସ ଅଭୟାରଣ୍ୟରେ ବନ୍ୟଜନ୍ତୁ ଶିକାର କରୁଥିଲେ, ଗିରଫ ହେଲେ ୩ ଜଣ

Advertisment
କପିଳାସ ଅଭୟାରଣ୍ୟରେ ବନ୍ୟଜନ୍ତୁ ଶିକାର କରୁଥିଲେ, ଗିରଫ ହେଲେ ୩ ଜଣ

ଢେଙ୍କାନାଳ: ବନ୍ୟଜନ୍ତୁଙ୍କ ସୁରକ୍ଷା ପାଇଁ ବନ ବିଭାଗ ପକ୍ଷରୁ ବ୍ୟାପକ ପଦକ୍ଷେପ ନିଆଯାଇଛି। କିନ୍ତୁ ବନବିଭାଗର ଅଜଣାତରେ ଅନେକ ସମୟରେ ଜଙ୍ଗଲରୁ ପଶୁମାନଙ୍କୁ ଶିକାର କରାଯାଉଥିବା ଅଭିଯୋଗ ହେଉଛି। କପିଳାସ ଅଭୟାରଣ୍ୟର କଂପାର୍ଟମେଣ୍ଟ ୨୧କୁ ଶିକାର ଉଦ୍ଦେଶ୍ୟରେ ଯାଇଥିବା ୩ଜଣ ଶିକାରୀଙ୍କୁ କପିଳାସ ବନ କର୍ମଚାରୀମାନେ ଆଜି ଗିରଫ କରିଛନ୍ତି। ଅଭିଯୁକ୍ତମାନେ ହେଲେ ଗନ୍ଦିଆ ଥାନା କୋଲ୍‌ହା ଗ୍ରାମର ଲଷ୍ମୀଧର ମୁର୍ମୁ (୩୧), ଲକ୍ଷ୍ମଣ ସୋରେନ (୨୩) ଓ କାଦୁ କିସକୁ (୩୩)।

publive-image

ସୂଚନା ଅନୁସାରେ ଉପରୋକ୍ତ ୩ଜଣ ଶିକାରୀ କପିଳାସ ଅଭୟାରଣ୍ୟର କଂପାର୍ଟମେଣ୍ଟ ୨୧ ପରିସରରେ ଶିକାର କରୁଥିଲେ। ବନ କର୍ମଚାରୀଙ୍କୁ ଦେଖି ଲକ୍ଷ୍ମଣ ସୋରେନ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା। ବନ ବିଭାଗ ଅନ୍ୟ ଦୁଇ ଜଣଙ୍କୁ ଗିରଫ କରିଥିଲା। ସେମାନଙ୍କୁ ପଚରା ଉଚରା ପରେ ଲକ୍ଷ୍ମଣକୁ କର୍ମଚାରୀମାନେ ଗିରଫ କରି ତାଙ୍କ ଘରୁ ଦେଶୀ ବନ୍ଧୁକ, ଗୁଳି, କଇଁଛ ଖୋଳ ଗୋଟିଏ, ହରିଣ ଶିଙ୍ଗ ୬ଟି, ଧନୁ ୩ଟି, ସର ୧୨ଟି, ଚପର ଛୁରୀ ଗୋଟିଏ ଏବଂ ଗୋଟିଏ ଟର୍ଚ୍ଚ ଲାଇଟ୍‌ ଜବତ କରିଛନ୍ତି।

publive-image

ସୂଚନାଯୋଗ୍ୟ, ୫ ତାରିଖରେ ଶିକାର ପାଇଁ କପିଳାସ ସଂରକ୍ଷିତ ଜଙ୍ଗଲର ୭ ନମ୍ବର କମ୍ପାର୍ଟମେଣ୍ଟରେ ବୁଲୁଥିବା ୫ ଜଣ ଶିକାରୀଙ୍କୁ ବନ ବିଭାଗ କର୍ମଚାରୀମାନେ ଗିରଫ କରିଥିଲେ। ସେଦିନ ୪ଟି ଦେଶୀ ବନ୍ଧୁକ, ୨ଟି ହରିଣ ଶିଙ୍ଗ, ଗୋଟିଏ ହେଡ୍‌ ଲ୍ୟାମ୍ପ୍‌, ୩ଟି ବଜ୍ରକାପ୍ତାର କାତି ଓ ୩ଟି ମାଂସ କଟା ଛୁରି ଜବତ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe