ହାତୀ ହାବୁଡ଼ରେ ପଡ଼ି ମହିଳାଙ୍କ ସମେତ ୩ ଜଣଙ୍କ ମୃତ୍ୟୁ

Advertisment
ହାତୀ ହାବୁଡ଼ରେ ପଡ଼ି ମହିଳାଙ୍କ ସମେତ ୩ ଜଣଙ୍କ ମୃତ୍ୟୁ

symbolic photo

ନିରାକାରପୁର/ଅନୁଗୁଳ/ବାରିପଦା: ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି ହାତୀ ଆକ୍ରମଣରେ ୩ ଜଣଙ୍କର ମୃତ୍ୟୁ ହୋଇଛି। ମୃତକମାନେ ସମସ୍ତେ ବୟସ୍କ ଏବଂ ସେମାନେ ଖୋର୍ଦ୍ଧା, ଅନୁଗୁଳ ଏବଂ ମୟୂରଭଂଜ ନିବାସୀ ବୋଲି ଜଣାପଡ଼ିଛି।

ଅନୁଗୁଳ ବ୍ଲକ ବନ୍ତଳା ବନାଞ୍ଚଳରେ ପ୍ରତି ମାସରେ ହାତୀ ଆକ୍ରମଣରେ ଲୋକଙ୍କ ଜୀବନ ଯାଉଛି। ଆଜି ମଧ୍ୟ ଦନ୍ତା ହାତୀ ଆକ୍ରମଣରେ ଜଣେ ବୃଦ୍ଧା ପ୍ରାଣ ହରାଇଥିବା ବେଳେ ଜଣେ ବୃଦ୍ଧ ଗୁରୁତର ହୋଇଛନ୍ତି। ବନ୍ତଳା ବନାଞ୍ଚଳ ହମାମିରା ଗ୍ରାମର ନେହେରୁ ସାହୁ(୬୨) ଆଜି ମଧ୍ୟାହ୍ନରେ ଗାଁ ନିକଟରେ ଥିବା ଆମ୍ବ ବଗିଚାକୁ ଯାଇଥିବା ବେଳେ ଏକ ଦନ୍ତାହାତୀ ତାଙ୍କୁ ଆକ୍ରମଣ କରିଥିଲା। ଫଳରେ ସେ ଗୁରୁତର ଅବସ୍ଥାରେ ସେଠାରେ ପଡ଼ି ରହିଥିଲେ। ଏହି ଖବର ସ୍ଥାନୀୟ ଅଞ୍ଚଳରେ ପ୍ରଚାରିତ ହେବାପରେ ଲୋକମାନେ ତାଙ୍କୁ ଦେଖିବାକୁ ଘଟଣାସ୍ଥଳକୁ ଯାଇଥିଲେ। ତେବେ ସେଠାକୁ ଗ୍ରାମର ବୃଦ୍ଧା ମହିଳା ଚମ୍ପାବତୀ ସାହୁ(୬୪)ଯାଉଥିବା ବେଳେ ଉକ୍ତ ଦନ୍ତାହାତୀ ତାଙ୍କୁ ଦଳି ଦେଇଥିଲା। ଫଳରେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା। ପରବର୍ତ୍ତୀ ସମୟରେ ଆହତ ନେହେରୁଙ୍କୁ ଗୁରୁତର ଅବସ୍ଥାରେ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ଆଜି ଭୋରୁ ପୁଣି ହାତୀ ଆକ୍ରମଣ ଜଣେ ମୃତ୍ୟୁ ହୋଇଥିବା ଜଣାଯାଇଛି। ମୃତ ବ୍ୟକ୍ତି ଜଣଙ୍କ ହେଲେ ଖୋର୍ଦ୍ଧା ରେଞ୍ଜ ଅଧୀନସ୍ଥ ଦଲକ ଗ୍ରାମର ଦେବରାଜ ହରିଚନ୍ଦନ (୫୦) ବୋଲି ଜଣାଯାଇଛି। ଦେବରାଜ ବଡ଼ିଭୋରରୁ ଉଠି ଦାଣ୍ଡ ଦୁଆରକୁ ଆସିବା ବେଳେ ହାତୀ ସମ୍ମୁଖରେ ପଡ଼ିଯାଇଥିଲେ। ହାତୀ ଆକ୍ରମଣରେ ତାଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ଅଦ୍ୟାବଧି ବନକର୍ମଚାରୀମାନଙ୍କ ଦେଖା ମିଳିନଥିବାରୁ ଗ୍ରାମରେ ଉତ୍ତେଜନା ଲାଗିରହିଛି।

ସେହିପରି ମୟୂରଭଞ୍ଜ ଜିଲ୍ଲାର ବାରିପଦା ରେଞ୍ଜ ଅଧୀନ ଶରତଚନ୍ଦ୍ରପୁର ଗାଁ ମୁଣ୍ଡ ଗଜଡ଼ି ଜଙ୍ଗଲରେ ଆଜି ସକାଳୁ ହାତୀ ଆକ୍ରମଣରେ ସୀତା ଟୁଡୁ (୫୬) ସେ ଗାଁର ଅନ୍ୟ କିଛି ମହିଳାଙ୍କ ସହିତ ଜଙ୍ଗଲକୁ ଯାଇଥିଲେ। ତେବେ ସେମାନେ ଖସି ଆସିଥିଲେ ଓ ଗାଁ ଲୋକଙ୍କୁ ଘଟଣା ବିଷୟରେ କହିଥିଲେ। ହାତୀ ଘଟଣାସ୍ଥଳରୁ ଯିବା ପରେ ବନ କର୍ମଚାରୀ ମୃତଦେହକୁ ସେଠାରୁ ଉଦ୍ଧାର କରି ଗାଁକୁ ଆଣିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe