ତେଲନଦୀ ପୋଲ ଉପରୁ ଖସିପଡ଼ିଲେ ୩ ବାଇକ୍‌ ଆରୋହୀ

ଆହତଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି

ତେଲନଦୀ ପୋଲ ଉପରୁ ଖସିପଡ଼ିଲେ ୩ ବାଇକ୍‌ ଆରୋହୀ

ସୋନପୁର: ତେଲନଦୀ ପୋଲରୁ ୩ ଜଣ ବାଇକ୍‌ ଆରୋହୀ ଖସିପଡ଼ିଛନ୍ତି। ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟାଳୟ ସୋନପୁର ଉପକଣ୍ଠରେ ଥିବା ତେଲନଦୀ ପୋଲ ଉପରେ ଆଜି ସନ୍ଧ୍ୟା ପ୍ରାୟ ୮ଟାରେ ଏହି ଅଘଟଣ ଘଟିଛି। ଅଘଟଣର ଅଳ୍ପ ସମୟ ପରେ ଅଗ୍ନିଶମ ବାହିନୀ ସମସ୍ତଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି। ଆହତମାନେ ହେଲେ ସତ୍ୟ ରାଜହଂସ, ଅଶୋକ ରାଜହଂସ ଓ ବରୁଣ ସାଲମା।

ସୋନପୁର ଓ ବୌଦ୍ଧ ଜିଲ୍ଲା ମନମୁଣ୍ଡାକୁ ତେଲନଦୀ ଉପରେ ନିର୍ମିତ ପୋଲ ସଂଯୋଗ କରୁଛି। ଆଜି ସନ୍ଧ୍ୟାରେ ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଅଧୀନ ଦମାମୁଣ୍ଡା ଗାଁର ସତ୍ୟ, ଅଶୋକ ଓ ବରୁଣ ଏକ ବାଇକ୍‌ରେ ତେଲନଦୀ ପୋଲ ଉପର ଦେଇ ସୋନପୁରରୁ ନିଜ ଗାଁକୁ ଫେରୁଥିଲେ। ସେମାନେ ପୋଲ ଅତିକ୍ରମ କରିବା ପୂର୍ବରୁ ଭାରସାମ୍ୟ ହରାଇ ନଦୀରେ ଖସି ପଡ଼ିଥିଲେ। ବାଇକ୍‌ ଆରୋହୀଙ୍କ ପଛରେ ଅନ୍ୟ ଗାଡ଼ିରେ ଆସୁଥିବା  ଲୋକେ ଘଟଣା ସଂପର୍କରେ ଜାଣିପାରି ଅଗ୍ନିଶମ ଓ ପୁଲିସକୁ ସୂଚନା ଦେଇଥିଲେ।

ଖବର ପାଇ ଅଗ୍ନିଶମ ବାହିନୀର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କର ସହାୟତାରେ ସତ୍ୟ, ଅଶୋକ ଓ ବରୁଣଙ୍କୁ ଉଦ୍ଧାର କରିଥିଲେ। ତିନି ଜଣଙ୍କୁ ସୋନପୁର ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସତ୍ୟଙ୍କ ଡାହାଣ ଗୋଡ଼ ଭାଙ୍ଗି ଯାଇଥିବା ବେଳେ ଅଶୋକ ଓ ବରୁଣ ସାମାନ୍ୟ ଆହତ ହୋଇଥିବା ଜଣାଯାଇଛି। ପୋଲ ଉପରେ ସୁରକ୍ଷା ପାଚେରୀ ଦୁର୍ବଳ ଥିବା କାରଣରୁ ଏଭଳି ଘଟଣା ଘଟିଥାଇପାରେ ବୋଲି ଅନୁମାନ କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe