୨୦ ହଜାର ଟଙ୍କା ଲାଞ୍ଚ ନେବା ଘଟଣା: ତିନି ଲାଞ୍ଚୁଆ ପୁଲିସ ନିଲମ୍ବିତ, ଥାନା ଅଧିକାରୀଙ୍କୁ ବଦଳି

ଥାନା ବାବୁଙ୍କୁ ଦିଆଯିବ ଥାନା ଚଳାଇବା ତାଲିମ୍‌

dacoromania.org

ସମ୍ବଲପୁର: କାଠ ଚାଲାଣକାରୀଙ୍କ ଠାରୁ ମାମଲାର ରଫାଦଫା ପାଇଁ ୨୦ ହଜାର ଟଙ୍କା ଲାଞ୍ଚ ନେବା ଘଟଣାରେ ୫ଟି ଚୋଟ ପଡ଼ିଛି। ସମ୍ବଲପୁର ଏସ୍‌ପି କନଓ୍ଵର ବିଶାଳ ସିଂ ଆଜି ତିନିଜଣ ଲାଞ୍ଚୁଆ ପୁଲିସଙ୍କୁ ନିଲମ୍ବିତ କରିଥିବା ବେଳେ ଜଣେ ଥାନା ଅଧିକାରୀଙ୍କୁ ବଦଳି କରିଥିବା ଜଣାଯାଇଛି। ଯୁଯୁମରା ଥାନାର ହାବିଲଦାର ବିରଞ୍ଚି ବେହେରା, ଡ୍ରାଇଭର ଜଗନ୍ନାଥ ଜେନା ଓ କନେଷ୍ଟବଳ ପ୍ରଶାନ୍ତ ପ୍ରଧାନଙ୍କୁ ନିଲମ୍ବନ କରାଯାଇଥିବା ବେଳେ ଥାନା ଅଧିକାରୀ ଲୋକନାଥ ସାହୁଙ୍କୁ ବଦଳି ହୋଇଛି।

ସୂଚନା ଅନୁସାରେ ଜିଲ୍ଲା ଯୁଯୁମୁରା ଥାନା ବାଗଦଫା ଗ୍ରାମର ଡିଲେଶ୍ୱର ଦୁତିଆଚାନ୍ଦଙ୍କ ଠାରୁ ପୁଲିସ୍‌ ୨୦ ହଜାର ଟଙ୍କା ଲାଞ୍ଚ ନେବା ଘଟଣା ସମ୍ପର୍କରେ ଶନିବାର ‘ସମ୍ବାଦ’ରେ ଖବର ପ୍ରକାଶ ପାଇଥିଲା। ଏହି ଘଟଣାକୁ ଗୁରୁତର ସହ ନେଇ ସମ୍ବଲପୁର ଏସ୍‌ପି କନୱର ବିଶାଳ ସିଂ ତଦନ୍ତ ନିର୍ଦ୍ଦେଶ ଦେବା ସହ ଅଭିଯୋଗ ପ୍ରମାଣିତ ହେଲେ ତ୍ୱରିତ କାର୍ଯ୍ୟାନୁଷ୍ଠାନ ହେବ ବୋଲି ସୂଚନା ପ୍ରଦାନ କରିଥିଲେ।

ତେବେ ରବିବାର ସକାଳୁ ଅତିରିକ୍ତ ଏସ୍‌ପି. ପି.କେ.ମହାପାତ୍ରଙ୍କ ନେତୃତ୍ୱରେ ଏକ କମିଟି ଘଟଣାର ତଦନ୍ତ କରିବା ପରେ ଲାଞ୍ଚ ନେବା ଘଟଣାର ସତ୍ୟତା ପଦାରେ ପଡ଼ିଥିଲା। ସନ୍ଧ୍ୟାରେ ଏହି ଘଟଣାରେ ବିରଞ୍ଚି ବେହେରା, ଜଗନ୍ନାଥ ଜେନା ଓ ପ୍ରଶାନ୍ତ ପ୍ରଧାନଙ୍କୁ ନିଲମ୍ବନ କରାଯାଇଛି। ଅପରପକ୍ଷେ, ଏହି ଘଟଣାରେ ଥାନା ଅଧିକାରୀ ଲୋକନାଥ ସାହୁଙ୍କ ସମ୍ପୃକ୍ତି ସନ୍ଦେହଜନକ ଥିବାରୁ ତାଙ୍କୁ ମଧ୍ୟ ଯୁଯୁମୁରା ଥାନାରୁ ଜିଲ୍ଲା ପୁଲିସ୍‌ ମୁଖ୍ୟାଳୟକୁ ବଦଳି କରାଯାଇଛି।

ଉଲ୍ଲେଖଯୋଗ୍ୟ, ଗତ ବୁଧବାର ଯୁଯୁମୁରା ଥାନା ବାଗଦଫା ଗ୍ରାମର ଶ୍ରୀ ଦୁତିଆଚାନ୍ଦ ଘର ଦୁଆର ବନ୍ଧ ପାଇଁ ନିକଟସ୍ଥ ଜଙ୍ଗଲରୁ ଏକ ବିଜା ଗଛ କାଟି ବାଇକ୍‌ ଯୋଗେ ଘରକୁ ଆଣୁଥିଲେ। ଏହି ସମୟରେ ବାଗଦଫା ଗ୍ରାମ ବନଦୁର୍ଗା ମନ୍ଦିର ସମ୍ମୁଖରେ ଯୁଯୁମୁରା ଥାନାର ଗାଡ଼ି ସହ ସେ ମୁହାଁମୁହିଁ ହୋଇଥିଲେ। ତେବେ ବେଆଇନ୍‌ କାଠ ଚାଲାଣ କରୁଥିବାରୁ ଉପସ୍ଥିତ ପୁଲିସ୍‌ ତାଙ୍କୁ ଉଠେଇନେବା ସହ କାଠ ଚାଲାଣ ହେଉଥିବା ଗାଡ଼ିକୁ ମଧ୍ୟ ଜବତ କରିଥିଲା। ମାତ୍ର କିଛି ବାଟ ଯିବା ପରେ ଦୁତିଆଚାନ୍ଦ ମାମଲା ରଫାଦଫା କରିବାକୁ ଅନୁରୋଧ କରିଥିଲେ। ତେବେ ଗାଡ଼ିର ଦାମ୍‌ ୫୦ ହଜାର ଟଙ୍କା ହୋଇଥିବାରୁ ୪୦ ହଜାର ଟଙ୍କା ଦେଲେ ମାମଲା ରଫାଦଫା କରିବା ସାଙ୍ଗକୁ ଗାଡ଼ି ମଧ୍ୟ ଫେରସ୍ତ କରିବାକୁ ପୁଲିସ୍‌ ପ୍ରତିଶ୍ରୁତି ଦେଇଥିଲା। ତେବେ ଆପୋଷ ଆଲୋଚନା ପରେ ୨୦ ହଜାର ଟଙ୍କାରେ କଥା ଛିଣ୍ଡିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe