ଆର୍‌ଜିଏଚ୍‌ରୁ ଦୁଷ୍କର୍ମକାରୀ ଚମ୍ପଟ ଘଟଣା: ୩ ପୁଲିସ କର୍ମଚାରୀ ନିଲମ୍ବିତ

Advertisment
ବାପର ଟାଙ୍ଗିଆ ଚୋଟରେ ପୁଅ ମୃତ

ରାଉରକେଲା: ଆର୍‌ଜିଏଚ୍‌ରେ ପୁଲିସ ହେପାଜତ୍‌ରୁ ଦୁଷ୍କର୍ମକାରୀ କିଶୋର ଦାସ ଓରଫ ଜଟ ‌‌ଚମ୍ପଟ ମାରିବା ଘଟଣାକୁ ରାଉରକେଲା ଏସ୍‌ପି ମୁକେଶ କୁମାର ଭାମୁ ଗୁରୁତର ସହ ନେଇଛନ୍ତି। କାର୍ଯ୍ୟରେ ଅବହେଳା ପାଇଁ ଏସ୍‌ପି ଶ୍ରୀ ଭାମୁ ଛେଣ୍ଡର ଥାନାର ତିନି ପୁଲିସ କର୍ମଚାରୀଙ୍କୁ ଚାକିରିରୁ ନିଲମ୍ବିତ କରିଛନ୍ତି। ସେମାନେ ହେଲେ ହାବିଲଦାର ନିରଞ୍ଜନ ସାହୁ, ଦୁଇ କନେଷ୍ଟବଳ ଉମ୍ଳାନ ମିଞ୍ଜ ଓ କେ.ସି. ଦାସ। କେଉଁ ପରିସ୍ଥିତିରେ ନିଲମ୍ବିତ ତିନି ପୁଲିସ କର୍ମଚାରୀଙ୍କ ହେପାଜରୁ ଦୁଷ୍କର୍ମକାରୀ ଜଟ୍ ଫେରାର ହେଲା ପୁଲିସ ତା’ର ତଦନ୍ତ କରୁଛି। ରଘୁନାଥପାଲୀ ପୁଲିସ ମଧ୍ୟ ଅନୁରୂପ ଦନନ୍ତ ଜାରି ରଖିଥିଲେ ହେଁ ଅଦ୍ୟାବଧି ଜଟର କୌଣସି ସନ୍ଧାନ ପୁଲିସ ପାଇପାରି ନାହିଁ। ଅଭିଯୁକ୍ତ ଜଟ ଫେରାର ହୋଇଥିବା ଜାଣିବା ପରେ ଜୀବନ ବଞ୍ଚାଇବା ଭୟରେ ଗତକାଲି ପୀଡିତା ମହିଳା ଘରେ ତାଲା ମାରି ସହରର ଛାଡି ପଳାଇଛନ୍ତି।

publive-image

ଉଲ୍ଲେଖଯୋଗ୍ୟ, ଗତ ଦୁଇ ଦିନ ପୂର୍ବରୁ କଳିଙ୍ଗବିହାର ବନପୋଷ ଅଞ୍ଚଳର ଜଣେ ମହିଳାଙ୍କୁ ଦୁଷ୍କର୍ମ କରିବା ଅଭିଯୋଗରେ ଛେଣ୍ଡ ପୁଲିସ କିଶୋର ଦାସ ଓରଫ ଜଟକୁ ଗିରଫ କରିଥିଲା। ହାବିଲଦାର ନିରଞ୍ଜନ, ଦୁଇ କନେଷ୍ଟବଳ ଉମ୍ଳାନ ମିଞ୍ଜ ଓ କେ.ସି. ଦାସ ଥାନା ଅଧିକାରୀଙ୍କ ନିର୍ଦ୍ଦେଶକ୍ରମେ ଜଟକୁ ଆର୍‌ଜିଏଚ୍‌କୁ ଡାକ୍ତରମାଇନା ପାଇଁ ନେଇଥିଲେ। ଡାକ୍ତରମାଇନା ସରିବା ପରେ ଜଟ ଡାକ୍ତରଖାନାକୁ ତିନି ପୁଲିସଙ୍କ ସହ ବାହାରିଥିଲେ। ହଠାତ୍‌ ପୁଲିସ ହେପାଜରୁ ଖସି ସମ୍ପର୍କିୀୟଙ୍କ ବୁଲେଟ୍‌ରେ ବସି ଚମ୍ପଟ ମାରିଥିଲେ। ନିଲମ୍ବିତ ତିନି ପୁଲିସ କର୍ମଚାରୀ ପିଛା କରିଥିଲେ ହେଁ ଜଟର ସନ୍ଧାନ ପାଇ ପାରି ନଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe