Advertisment

ମଦରେ ବିଷ ମିଶାଇ ଯୁବକକୁ ହତ୍ୟା ଘଟଣା: ଜେଲ ଗଲେ ସ୍ତ୍ରୀ, ସଂପର୍କୀୟ ଭାଇ ଓ ଶାଳକ

Advertisment

 ଭାଇ ଓ ସଂପର୍କୀୟ ଭାଇ ସହିତ ମିଶି ସ୍ତ୍ରୀ ରଚିଥିଲା ଷଡ଼ଯନ୍ତ୍ର

 ଭାଇ ଓ ସଂପର୍କୀୟ ଭାଇ ସହିତ ମିଶି ସ୍ତ୍ରୀ ରଚିଥିଲା ଷଡ଼ଯନ୍ତ୍ର

ମଦରେ ବିଷ ମିଶାଇ ଯୁବକକୁ ହତ୍ୟା ଘଟଣା: ଜେଲ ଗଲେ ସ୍ତ୍ରୀ, ସଂପର୍କୀୟ ଭାଇ ଓ ଶାଳକ

Image Source: Hindustan Times

ଦେବଗଡ଼: ମଦରେ ବିଷ ମିଶାଇ ଜଣେ ଯୁବକଙ୍କୁ ହତ୍ୟା ଘଟଣାରେ ପୁଲିସ ମୃତ ବ୍ୟକ୍ତିଙ୍କର ସ୍ତ୍ରୀ, ସଂପର୍କୀୟ ଭାଇ ଓ ଶାଳକଙ୍କୁ ଗିରଫ କରିଛି। ଦେବଗଡ଼ ଜିଲ୍ଲା ରିଆମାଳ ଥାନା ପୁଲିସ ହତ୍ୟାକାଣ୍ଡ ଘଟଣା ସହିତ ଜଡ଼ିତ ୩ ଜଣ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି। କୋର୍ଟରେ ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଥିବା ଜଣାଯାଇଛି।

ସୂଚନା ଅନୁଯାୟୀ, ରିଆମାଳ ଥାନା ଅନ୍ତର୍ଗତ ବନାକାଲୋ ଗ୍ରାମର ଅଶ୍ୱିନୀ ପ୍ରଧାନ (୩୦) ନାମକ ଯୁବକକୁ ଉକ୍ତ ଗ୍ରାମର ମଙ୍ଗୁଳୁ ପ୍ରଧାନ ଏବଂ ନିକଟସ୍ଥ ଗୁଣ୍ଡିଆପାଲି ଗ୍ରାମର ୨ ଜଣ ଯୁବକ ଅନ୍ୟ କେତେକ ସାଥିଙ୍କ ସହ ଗତ ନଭେମ୍ବର ୧୯ ତାରିଖ ସନ୍ଧ୍ୟାରେ ଘର ଠାରୁ ପ୍ରାୟ ୨୪ କି.ମି ଦୂର ଛତାବର ନିକଟସ୍ଥ ସତୀଘାଟ ଜଙ୍ଗଲରେ ମଦ୍ୟପାନ କରିବା ପାଇଁ ଡାକି ନେଇଥିଲେ। ସେଠାରେ ମଙ୍ଗୁଳୁ ଓ ସୁକାନ୍ତ ଅଶ୍ୱିନୀକୁ ମଦରେ ବିଷ ମିଶାଇ ବଳ ପୂର୍ବକ ପିଆଇ ଦେଇଥିଲେ। ଏହା ପରେ ଅଶ୍ୱନୀକୁ ସେଠାରେ ଛାଡ଼ି ଫେରାର ହୋଇଯାଇଥିଲେ।

ବିଷ କ୍ରିୟା ଯୋଗୁଁ ଗୁରୁତର ଅଶ୍ୱିନୀ ଉକ୍ତ ଜଙ୍ଗଲ ମଧ୍ୟରୁ ରାସ୍ତାକୁ କୌଣସି ମତେ ପହଞ୍ଚି ସନ୍ଧ୍ୟା ପ୍ରାୟ ୭ଟା ସମୟରେ ଜଣେ ଗାଡ଼ି ଚାଳକଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିବା ପାଇଁ ଅନୁରୋଧ କରିଥିଲେ। ଘଟଣା ସମ୍ପର୍କରେ ଅବଗତ ହେବା ପରେ ଉକ୍ତ ଗାଡ଼ିଚାଳକ ଅଶ୍ୱିନୀକୁ ସେଠାରୁ ଉଦ୍ଧାର କରି ନିକଟସ୍ଥ ଛତାବର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିବା ସହ ତାଙ୍କ ପରିବାର ଲୋକଙ୍କୁ ସୂଚନା ଦେଇଥିଲେ।

ତେବେ ଅଶ୍ୱିନୀଙ୍କ ଅବସ୍ଥା ଗୁରୁତର ହେବାରୁ ସେହିଦିନ ରାତିରେ ପ୍ରଥମେ ଦେବଗଡ ଓ ପରେ ବୁର୍ଲାକୁ ସ୍ଥାନାନ୍ତର କରାଯାଇଥିଲା। ମାତ୍ର ଚିକିତ୍ସାଧିନ ଅବସ୍ଥାରେ ଗତ ନଭେମ୍ବର୨୩ ତାରିଖ ରାତିରେ ବୁର୍ଲା ମେଡିକାଲରେ ଅଶ୍ୱିନୀଙ୍କ ମୃତ୍ୟୁ ଘଟିଥିଲା। ଏ ସମ୍ପର୍କରେ ଅଶ୍ୱିନୀଙ୍କ ସ୍ତ୍ରୀ ସିଲି ପ୍ରଧାନ ରିଆମାଳ ଥାନାକୁ ଆସି ଘଟଣା ସମ୍ପର୍କରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ହତ୍ୟା ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା।

ତଦନ୍ତ ସମୟରେ ହତ୍ୟା ପଛରେ ସ୍ତ୍ରୀ ସିଲି ପ୍ରଧାନ ଓ ଅଶ୍ୱିନୀର ସମ୍ପର୍କୀୟ ଭାଇ ମଙ୍ଗୁଳୁ ଓ ଶାଳକ ସୁକାନ୍ତ ସ୍ୱାଇଁ ଷଡଯନ୍ତ୍ର କରି ଅଶ୍ୱିନୀକୁ ମଦରେ ବିଷ ମିଶାଇ ହତ୍ୟା କରିଥିବା ଜାଣିବାକୁ ପାଇଥିଲା। ପୂର୍ବରୁ ଅଶ୍ୱିନୀଙ୍କ ସ୍ତ୍ରୀ ସିଲି ଓ ସମ୍ପର୍କୀୟ ଭାଇ ମଙ୍ଗୁଳୁ ମଧ୍ୟରେ ଅବୈଧ ସମ୍ପର୍କକୁ ଅଶ୍ୱିନୀ ଜାଣି ପାରି ବିରୋଧ କରିଥିଲା। ଏଥି ପାଇଁ ସେ ସିଲିକୁ ମାଡ଼ ମାରିଥିଲା। ଏହା ପରେ ୩ ଅଭିଯୁକ୍ତ ଅଶ୍ୱିନୀଙ୍କୁ ହତ୍ୟା କରିବା ପାଇଁ ଯୋଜନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe