ଯାଜପୁର: ଜମିବାଡ଼ିକୁ କେନ୍ଦ୍ର କରି ଗୁଳିକାଣ୍ଡ, ୩ ଆହତ

Advertisment
ଯାଜପୁର: ଜମିବାଡ଼ିକୁ କେନ୍ଦ୍ର କରି ଗୁଳିକାଣ୍ଡ, ୩ ଆହତ

ଯାଜପୁର: ଯାଜପୁର ଜିଲ୍ଲା ଜେନାପୁର ଥାନା ଅନ୍ତର୍ଗତ କମାଗଡ଼ ପଞ୍ଚାୟତର ଭରତପୁର ଗାଁରେ ଜମିବାଡ଼ି ମାଲିକାନାକୁ ନେଇ ଦୁଇ ପରିବାର ମଧ୍ୟରେ ମାଡ଼ପିଟ୍‌ ଓ ଗୁଳିକାଣ୍ଡ ଘଟିଛି। ଗୁଳିକାଣ୍ଡ ଓ ମାଡ଼ପିଟରେ ସୁଜାତା ପ୍ରଧାନ,(୫୦ ବର୍ଷ), ତାଙ୍କ ଦୁଇ ପୁଅ ବିବେକ ଓ ରଞ୍ଜନ ଆହତ ହୋଇଛନ୍ତି। ଦୁଇ ପରିବାର ମଧ୍ୟରେ ଜମିବାଡ଼ିକୁ ନେଇ ମାନପିଟ ହେବା ସମୟରେ ଅଭିଯୁକ୍ତ ମହେଶ୍ୱର ଦାସ ବନ୍ଧୁୁକ ଆଣି ଗୁଳି ଫୁଟାଇ ଦେଇଥିବା ଅଭିଯୋଗ ହୋଇଛି।ଆହତମାନଙ୍କୁ ଚିକିତ୍ସା ପାଇଁ ଧର୍ମଶାଳା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe