କପଡ଼ା ବ୍ୟବସାୟୀଙ୍କୁ ଡକାୟତି: ଅରମାନ୍‌ କ୍ୟୁରେସି ସମେତ ୩ ଦୁର୍ଦାନ୍ତ ଅପରାଧୀ ଗିରଫ

ବନ୍ଧୁକ, ଗୁଳିଗୋଳ, ସ୍କୁଟି, ଟଙ୍କା ଜବତ

କପଡ଼ା ବ୍ୟବସାୟୀଙ୍କୁ ଡକାୟତି: ଅରମାନ୍‌ କ୍ୟୁରେସି ସମେତ ୩ ଦୁର୍ଦାନ୍ତ ଅପରାଧୀ ଗିରଫ

ରାଉରକେଲା: ପ୍ଲାଣ୍ଟ ସାଇଟ ଥାନାକୁ ମିଳିଛି ବଡ଼ ସଫଳତା। ୩ ଦିନ ମଧ୍ୟରେ ଏକ ଡକାୟତି ଘଟଣାର ପର୍ଦାଫାସ କରି ୩ ଜଣ ଦୁର୍ଦାନ୍ତ ଅପରାଧୀଙ୍କୁ ଗିରଫ କରିଛି। ସେମାନେ ହେଲେ ମହାତାବ ରୋଡ଼ର ଅରମାନ କ୍ୟୁରେସି ଓ ଗୋପବନ୍ଧୁପାଲ୍ଲୀର ବିବେକ ଗୁପ୍ତା ଓ ମହମ୍ମଦ ଫାୟୁମ। ପୁଲିସ ସେମାନଙ୍କ ନିକଟରୁ ଏକ ମାଉଜର, ଦୁଇଟି ଅଫୁଟା ଗୁଳି, ନଗଦ ୧୧,୫୨୦ ଟଙ୍କା ଓ ନାଲି ରଙ୍ଗର ସ୍କୁଟି ଜବତ କରିଛି। ଆଜି ସମସ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି।

publive-image

ଜଣେ ବରିଷ୍ଠ ପୁଲିସ ଅଧିକାରୀଙ୍କଠାରୁ ମିଳିଥିବା ସୂଚନା ମୁତାବକ, ଚଳିତ ମାସ ୧୩ ତାରିଖ ରାତି ପ୍ରାୟ ୧୧ଟାବେଳେ ପ୍ଲାଣ୍ଟ ସାଇଡ ରୋଡରେ ରହୁଥିବା ଇକବାଲ ଖାନ୍‌ ନାମକ ଜଣେ କପଡ଼ା ବ୍ୟବସାୟୀ ଆମ୍ବାଗନ ମାର୍କେଟରୁ ଫେରୁଥିଲେ। ଏହି ସମୟରେ ୩ ଜଣ ଦୁବୃର୍ତ୍ତ ତାଙ୍କୁ ଅଟକାଇ ତାଙ୍କ ମୁଣ୍ଡରେ ବନ୍ଧୁକ ଲଗାଇଥିଲେ। ଧମକ ଚମକ ଦେଇ ଇକବାଲଙ୍କ ନିକଟରେ ଥିବା ୨୯ ହଜାର ଟଙ୍କା ଡକାୟତି କରି ନେଇଥିଲେ। ଏନେଇ ଇକବାଲ ପ୍ଲାଣ୍ଟ ସାଇଡ ଥାନାରେ ଅଭିଯୋଗ କରିବା ପରେ ପୁଲିସ ଅନୁସନ୍ଧାନ ଆରମ୍ଭ କରିଥିଲା। ଅନୁସନ୍ଧାନ ବେଳେ ଏହି ଗ୍ୟାଙ୍ଗ ଡକାୟତି କରିଥିବା ପୁଲିସ ଜାଣିବାକୁ ପାଇଥିଲା। ଗତକାଲି ରାତିରେ ପୁଲିସ ଅରମାନକୁ ଗିରଫ କରିବା ପରେ ତାଠାରୁ ସୂଚନା ପାଇ ପୁଲିସ ଅନ୍ୟମାନଙ୍କୁ ଗିରଫ କରିଥିଲା।

ଏହି ଅପରାଧୀମାନେ ପୂର୍ବରୁ ଅଥାର୍ତ ଚଳିତ ମାସ ୧୦ ତାରିଖରେ ଗଣେଶ ମୈଦାନ ନିକଟରେ ଏକ ମାଛ ଭ୍ୟାନରୁ ସମାନ ଢଙ୍ଗରେ ଡକାୟତି କରିଥିଲେ ବୋଲି ପୁଲିସ କହିଛି। ଅରମାନ ଜଣେ ପୁରୁଣା ଅପରାଧୀ। ତା ନାଁରେ ସହରର ବିଭିନ୍ନ ଥାନାରେ ଏକାଧିକ ଅପରାଧିକ ମାମଲା ରହିଛି। ଏଠାରେ ପ୍ରକାଶଥାଉକି, ପୂଜା ପାଇଁ ରାଉରକେଲା ପୁଲିସ ଏବେ ଅପରାଧୀ ଧରପଗଡ଼ ଆରମ୍ଭ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe